Winter Vacation 2025: ଉତ୍ତର ଭାରତରେ ଶୀତର ପ୍ରକୋପ ଜାରି ରହିଥିବା ସମୟରେ ଜନଜୀବନ ପ୍ରଭାବିତ ହେଉଛି । ବିଶେଷକରି ପାର୍ବତ୍ୟ ଅଞ୍ଚଳ ଗୁଡିକରେ ତୁଷାରପାତ କାରଣରୁ ସମତଳ ଅଞ୍ଚଳରେ ଥଣ୍ଡା ବୃଦ୍ଧି ପାଇଛି। ପିଲାମାନଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି କିଛି ସ୍ଥାନରେ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି । ତେବେ କେଉଁ ସ୍ଥାନ ପାଇଁ ଏହି ଘୋଷଣା କରାଯାଇଛି ଆସନ୍ତୁ ଜାଣିବା ।
Trending Photos
Winter Vacation 2025: ପାର୍ବତ୍ୟ ଅଞ୍ଚଳ ଗୁଡିକରେ ତୁଷାରପାତ କାରଣରୁ ସମତଳ ଅଞ୍ଚଳରେ ଶୀତ ଲହରୀ ଜାରି ରହିଛି। ବିଶେଷ କରି ଦିଲ୍ଲୀ, ନୋଏଡା, ଗାଜିଆବାଦ ଏବଂ ଆଖପାଖ ଅଞ୍ଚଳରେ ୨ ଦିନ ଧରି ଝିପିଝିପି ବର୍ଷା ହେବା କାରଣରୁ ଥଣ୍ଡାର ପ୍ରକୋପ ଆହୁରି ବଢ଼ିଯାଇଛି।
ଉତ୍ତର ଭାରତରେ ବଢ଼ୁଥିବା ଶୀତ ଲହରୀକୁ ଦୃଷ୍ଟିରେ ରଖି, ଗାଜିଆବାଦ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ଜାନୁଆରୀ ୧୮, ୨୦୨୫ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ କୁହାଯାଇଛି । ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପିଲାମାନଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ଧ୍ୟାନରେ ରଖି ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।
ଗାଜିଆବାଦ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ ଲେଖାଯାଇଛି, 'ଗତ କିଛି ଦିନ ଧରି ଜିଲ୍ଲାରେ ପ୍ରବଳ ଥଣ୍ଡା ପଡ଼ିଥିବା କାରଣରୁ ଗାଜିଆବାଦର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶ ପାଳନ କରାଯାଉଛି । ଗାଜିଆବାଦ ଜିଲ୍ଲାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ କ୍ଲାସକୁ ସ୍ଥଗିତ ରଖାଯାଇଛି। ସମସ୍ତ ପରିଷଦ, ମାଧ୍ୟମିକ (ୟୁପି ବୋର୍ଡ), ସିବିଏସଇ, ଆଇସିଏସଇ କିମ୍ବା ଅନ୍ୟାନ୍ୟ ବୋର୍ଡ ସହିତ ଜଡିତ ସମସ୍ତ ସ୍କୁଲ ୧୮-୦୧-୨୦୨୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରହିବ। ତେବେ ଏହି ସମୟ ମଧ୍ୟରେ ବିଦ୍ୟାଳୟର ସମସ୍ତ କର୍ମଚାରୀ କିନ୍ତୁ ବିଦ୍ୟାଳୟରେ ଉପସ୍ଥିତ ରହିବା ସହ ବିଭାଗୀୟ କାର୍ଯ୍ୟ ଜାରି ରଖିବେ ବୋଲି କୁହାଯାଇଛି । ଏହା ସହିତ ସ୍କୁଲର ପ୍ରଧାନଶିକ୍ଷକମାନଙ୍କୁ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଆପଣଙ୍କୁ କହିରଖୁଛୁ ଯେ, ପୂର୍ବରୁ ଗାଜିଆବାଦ ଏବଂ ନୋଏଡାର ସ୍କୁଲ ଗୁଡ଼ିକକୁ ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଥିଲା। ଏଥି ସହିତ, ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଥିଲା। ଉତ୍ତର ପ୍ରଦେଶରେ ସ୍କୁଲଗୁଡ଼ିକ ସମୟ ବର୍ତ୍ତମାନ ସକାଳ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରହିଛି । ଛାତ୍ରଛାତ୍ରୀମାନଙ୍କୁ ଥଣ୍ଡାର ପ୍ରକୋପରୁ ରକ୍ଷା କରିବା ଉଦ୍ଦେଶ୍ୟରେ ସରକାରୀ ସ୍ତରରେ ଏହି ନିଷ୍ପତ୍ତି ନିଆଯାଇଛି। ଯେଉଁ ସ୍କୁଲ ଗୁଡ଼ିକରେ ଅନଲାଇନ୍ ଶିକ୍ଷା ସୁବିଧା ଉପଲବ୍ଧ ରହିଛି ସେଠାରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଜାରି ରଖିବା ପାଇଁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ୍ ଅନଲାଇନ୍ ମାଧ୍ୟମରେ ପରିଚାଳନା କରାଯିବ ବୋଲି କୁହାଯାଇଛି । କେତେକ ସ୍କୁଲ ଏହି ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରୁଛନ୍ତି ।
ସୂଚନାଯୋଗ୍ୟ ଯେ, ଶନିବାର ସନ୍ଧ୍ୟାରେ ଦିଲ୍ଲୀ ଏନସିଆର ସମେତ ଗାଜିଆବାଦ, ନୋଏଡାରେ ହାଲୁକା ବର୍ଷା ହୋଇଥିଲା । ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ଏବଂ ସର୍ବାଧିକ ୧୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ରବିବାର ମଧ୍ୟ ରାଜଧାନୀ ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳର ଆକାଶ ମେଘୁଆ ରହିଛି । ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ଦିନରେ ଥଣ୍ଡା ଆହୁରି ବଢିପାରେ । ତେଣୁ ଜନସାଧାରଣଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି ।Z
Also Read- Shukra Rahu Yuti 2025: ଶୁକ୍ର-ରାହୁଙ୍କ ଅଦ୍ଭୁତ ସଂଯୋଗ, ହଠାତ୍ ଧନ ପାଇବେ ୫ରାଶି
Also Read- ଜାତୀୟ ଯୁବ ଦିବସ ପାଳିତ, ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ସମ୍ପର୍କରେ କହିଲେ ମୁଖ୍ୟମନ୍ତ୍ରୀ