IPL 2025 କେବେ ଆରମ୍ଭ ହେବ? ଏହି ପ୍ରଶ୍ନ କ୍ରିକେଟ ପ୍ରେମୀଙ୍କ ମନରେ ବହୁତ ଦିନ ଧରି ଥିଲା। ଏବେ ଏହି ପ୍ରଶ୍ନର ଉତ୍ତର ମିଳିଯାଇଛି। ବୋର୍ଡ ଅଫ୍ କଣ୍ଟ୍ରୋଲ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ୧୮ତମ ସିଜିନ୍ ଆରମ୍ଭ ତାରିଖ ନିଶ୍ଚିତ କରିଛନ୍ତି।
Trending Photos
IPL 2025 କେବେ ଆରମ୍ଭ ହେବ? ଏହି ପ୍ରଶ୍ନ କ୍ରିକେଟ ପ୍ରେମୀଙ୍କ ମନରେ ବହୁତ ଦିନ ଧରି ଥିଲା। ଏବେ ଏହି ପ୍ରଶ୍ନର ଉତ୍ତର ମିଳିଯାଇଛି। ବୋର୍ଡ ଅଫ୍ କଣ୍ଟ୍ରୋଲ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ୧୮ତମ ସିଜିନ୍ ଆରମ୍ଭ ତାରିଖ ନିଶ୍ଚିତ କରିଛନ୍ତି। ସେ ରବିବାର ଦିନ କହିଥିଲେ ଯେ ଆଗାମୀ ସିଜିନ୍ ୨୩ ମାର୍ଚ୍ଚରୁ ଆରମ୍ଭ ହେବ। ସେ ଭାରତର ଚମ୍ପିଅନ୍ସ ଟ୍ରଫି ଦଳ ଘୋଷଣା ସମ୍ପର୍କରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।
ବିସିସିଆଇ ସ୍ପେଶାନ ଜେନେରାଲ୍ ମିଟିଂ(SGM) ପରେ ରାଜୀବ ସାମ୍ବାଦିକମାନଙ୍କୁ କହିଥିଲେ ଯେ ବୈଠକରେ ନିର୍ବାଚନ ବ୍ୟତୀତ ଅନ୍ୟ କିଛି ଉପସ୍ଥାପନ କରାଯାଇ ନାହିଁ। ସେ କହିଥିଲେ, “ଏହି ବୈଠକରେ କେବଳ ଗୋଟିଏ ଏଜେଣ୍ଡା ଥିଲା (କୋଷାଧ୍ୟକ୍ଷ ଏବଂ ସମ୍ପାଦକ ପଦ ପାଇଁ ନିର୍ବାଚନ)। ତେଣୁ SGMରେ ଅନ୍ୟ କୌଣସି ପ୍ରସଙ୍ଗ ଉପରେ ଆଲୋଚନା ହୋଇନାହିଁ।” SGM ପରେ, ଶୁକ୍ଲା ମହିଳା ପ୍ରିମିୟର ଲିଗ୍ (WPL) କମିଟି ବୈଠକରେ ମଧ୍ୟ ସାମିଲ ହୋଇଥିଲେ।
ବିସିସିଆଇ ଉପାଧ୍ୟକ୍ଷ କହିଛନ୍ତି, “WPL ସ୍ଥାନଗୁଡ଼ିକ ପ୍ରାୟ ଚୂଡ଼ାନ୍ତ ହୋଇସାରିଛି। ସେଗୁଡ଼ିକ ଖୁବ୍ ଶୀଘ୍ର ଘୋଷଣା କରାଯିବ। ରାଜୀବ କହିଛନ୍ତି ଯେ ଆଇସିସି ଚମ୍ପିଆନ୍ସ ଟ୍ରଫି ୨୦୨୫ ପାଇଁ ଚୟନ କମିଟି ବୈଠକ ୧୮ କିମ୍ବା ୧୯ ଜାନୁଆରୀରେ ଅନୁଷ୍ଠିତ ହେବ। କହିରଖୁଛୁ ଯେ ରବିବାର ଦିନ ଅନୁଷ୍ଠିତ ବାର୍ଷିକ ସାଧାରଣ ବୈଠକରେ ଦେବଜିତ ସାଇକିଆ ଏବଂ ପ୍ରବତେଜ ସିଂହ ଭାଟିଆଙ୍କୁ ଯଥାକ୍ରମେ ସଚିବ ଏବଂ କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ କରାଯାଇଥିଲା। ଉଭୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।
ଜୟ ଶାହ ଏବଂ ଆଶିଷ ଶେଲାର ଇସ୍ତଫା ଦେବା ପରେ ଏହି ଦୁଇଟି ପଦବୀ ଖାଲି ପଡ଼ିଥିଲା। ଗତ ମାସରେ ଆଇସିସି ଅଧ୍ୟକ୍ଷ ହେବା ପରେ ଶାହଙ୍କୁ ସଚିବ ପଦରୁ ଇସ୍ତଫା ଦେବାକୁ ପଡିଥିଲା। ଯେତେବେଳେ କି ଶେଲାର ମହାରାଷ୍ଟ୍ର ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ନେବା ପରେ କୋଷାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ।
#WATCH | Mumbai: BCCI Vice President Rajeev Shukla says, "Devajit Saikia elected new BCCI secretary and Prabhtej Singh Bhatia elects as BCCI treasurer...IPL is going to start from 23rd March..." pic.twitter.com/Jd6x7U8Hou
— ANI (@ANI) January 12, 2025
ଗତ ବର୍ଷ ନଭେମ୍ବରରେ ଜେଦ୍ଦାରେ ଆଇପିଏଲ ୨୦୨୫ ମେଗା ନିଲାମ ଅନୁଷ୍ଠିତ ହୋଇଥିଲା। ଦୁଇ ଦିନିଆ ନିଲାମରେ ୧୦ଟି ଫ୍ରାଞ୍ଚାଇଜ୍ ୧୮୨ ଜଣ ଖେଳାଳିଙ୍କ ପାଇଁ ୬୩୯.୧୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ନିଲାମରେ ରିଷଭ ପନ୍ତ ହଇଚଇ ସୃଷ୍ଟି କରିଥିଲେ। ତାଙ୍କୁ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ୨୭ କୋଟି ଟଙ୍କାରେ କିଣିଥିଲା। ସେ ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହୋଇଥିଲେ।
ଶ୍ରେୟସ ଆୟର (୨୬.୭୫ କୋଟି ଟଙ୍କା) ଏବଂ ଭେଙ୍କଟେଶ ଆୟର (୨୩.୭୫ କୋଟି ଟଙ୍କା) ମଧ୍ୟ ନିଲାମରେ ଜୋରଦାର ରାଶି ପାଇଥିଲେ। ଶ୍ରେୟସଙ୍କ ନେତୃତ୍ୱରେ କୋଲକାତା ନାଇଟ୍ ରାଇଡର୍ସ IPL ୨୦୨୪ ଟ୍ରଫି ଜିତିଥିଲା କିନ୍ତୁ ଏବେ ସେ ପଞ୍ଜାବ କିଙ୍ଗସର ଏକ ଅଂଶ ହୋଇଯାଇଛନ୍ତି। ଭେଙ୍କଟେଶକୁ କୋଲକାତା ଦଳ ରିଟେନ୍ କରିଛି।