Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର
Advertisement

Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର

Top 10 News Today: ରାମଦେବଙ୍କୁ ପୁଣି ଝଟକା, ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର

Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର

Top 10 News Today:

01- ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଯୋଗ ଗୁରୁ ରାମଦେବଙ୍କ ସମେତ ତାଙ୍କ ସହଯୋଗୀ ବାଳକ୍ରିଷ୍ଣାଙ୍କୁ ମଙ୍ଗଳବାର ସୁପ୍ରିମକୋର୍ଟରୁ ଏକ ଝଟକା ଲାଗିଛି । ଆଜି ଶୁଣାଣି ସମୟରେ ରାମଦେବ ଏବଂ ବାଳକ୍ରିଷ୍ଣା ଉଭୟେ ଉପସ୍ଥିତ ଥିଲେ ଏବଂ ସେମାନେ ବ୍ୟକ୍ତିଗତ ଭାବେ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ସର୍ତ୍ତମୂଳକ କ୍ଷମା ପ୍ରାର୍ଥନା କରିଥିଲେ। ଜଷ୍ଟିସ୍ ହିମା କୋହଲି ଏବଂ ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଏକ ବେଞ୍ଚ ତାଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରିଛି । କିନ୍ତୁ ଏହା ସ୍ପଷ୍ଟ କରାଯାଇଛି ଯେ, ଏହି ପର୍ଯ୍ୟାୟରେ ଆମେ କୌଣସି ରିହାତି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇ ନାହୁଁ । ବାଳକ୍ରିଷ୍ଣାଙ୍କ ସହ କଥାବାର୍ତ୍ତା କରିବା ପରେ ବେଞ୍ଚ ମତ ଦେଇଛି ଯେ, ଆପଣ ଭଲ କାମ କରୁଛନ୍ତି କିନ୍ତୁ ଆପଣ ଏଲୋପାଥିକୁ ଖରାପ ବୋଲି କହିପାରିବେ ନାହିଁ । ମାମଲାର ପରବର୍ତ୍ତି ଶୁଣାଣି ଏପ୍ରିଲ ୨୩ ରେ ହୋବ । ସେଦିନ କୋର୍ଟ ବାବା ରାମଦେବ ଏବଂ ପତଞ୍ଜଳି ଏମଡି ଆଚାର୍ଯ୍ୟ ବାଳକ୍ରିଷ୍ଣାଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

02- ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ରାଉରକେଲାରୁ ପ୍ରାର୍ଥୀ ହେଲେ ଦିଲ୍ଲୀପ ରାୟ। ପାଟଣାରୁ- ଅଖିଲ ଚନ୍ଦ୍ର ନାୟକ, ସାରସକଣା- ଭାଦବ ହାଁସଦା, ରାଇରଙ୍ଗପୁର- ଜୋଲେନ ବରଦା, ବାଙ୍ଗିରିପୋଷି- ସଞ୍ଜଳୀ ମୁର୍ମୁ, କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ, ଝରିଗାଁ- ନରସିଂହ ଭତ୍ରା, ଡାବୁଗାଁ- ସୋମନାଥ ପୂଜାରୀ, ରାଜନଗର- ଲଳିତ ବେହେରା, ବାଲିକୁଦା-ଏରସମାରୁ ପ୍ରାର୍ଥୀ ହେଲେ ସତ୍ୟସାରଥି ମହାନ୍ତି । ସେହିପରି, ଜଗତସିଂହପୁର- ଅମରେନ୍ଦ୍ର ଦାଶ, କାକଟପୁର- ବାଇଧର ମଲ୍ଲିକ, ରଣପୁର- ସୁରମା ପାଢ଼ୀ, ସାନଖେମୁଣ୍ଡି- ଉତ୍ତମ କୁମାର ପାଣିଗ୍ରାହୀ ପ୍ରାର୍ଥୀ ହୋଇଛନ୍ତି। ମୋହନା- ପ୍ରଶାନ୍ତ ମଲ୍ଲିକ, ବିଷମକଟକ- ଜଗନ୍ନାଥ ନୁଣ୍ଡ୍ରୁକା, ରାୟଗଡ଼ା- ବସନ୍ତ ଉଲାକା, ଲକ୍ଷ୍ମୀପୁର- କୈଳାସ କୁଲେସିକା, କୋଟପାଡ- ରୁପୁ ଭତ୍ରା, ପଟାଙ୍ଗୀ- ଚୈତନ୍ୟ ନନ୍ଦିବାଲି ଓ ଚିତ୍ରକୋଣ୍ଡାରୁ ଡମ୍ବରୁ ଶିଶା ପ୍ରାର୍ଥୀ ହୋଇଛନ୍ତି।

03- ଓମାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ପ୍ରାୟ ୧୭ ଜଣଙ୍କ ମୃତ୍ୟୁ ହୋଇଛି । ବର୍ଷା ସମୟରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଗାଡି ଦୁର୍ଘଟଣାଗ୍ରସ୍ତ ହେବାରୁ ଏପରି ଅଘଟଣ ଘଟିଥିଲା, ଯାହା ଫଳରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଓମାନର ଉତ୍ତର ଅଲ ଶାର୍କିୟା ଅଞ୍ଚଳ ଅଧିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ଓମାନ ଗଣମାଧ୍ଯମର ରିପୋର୍ଟ ଅନୁଯାୟୀ, ବନ୍ୟା ପ୍ରଭାବିତ ଅଞ୍ଚଳରୁ ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ରୟାଲ ଓମାନ ପୋଲିସ ଓ ଓମାନ ସେନାକୁ ନିୟୋଜିତ କରାଯାଇଛି । ତେବେ ଏହି ସମୟରେ ଦୁବାଇରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି ।  ବର୍ଷା ବେଳେ ଘଣ୍ଟା ପ୍ରତି ୭୦ କିଲୋମିଟର ପବନ ସହ ବର୍ଷା ଓ କୁଆପଥର ମାଡ଼ ହେବା ନେଇ ଜାତୀୟ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ।

04- ଇସ୍ରାଏଲ-ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଶିଖରରେ ପହଞ୍ଚିସାରିଛି। ଗତ ଶନିବାର ରାତିରେ ଇରାନ ପକ୍ଷରୁ ଇସ୍ରାଏଲ ଉପରେ ଶହ ଶହ ଡ୍ରୋନ୍, କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହ ଆକ୍ରମଣ କରାଯାଇଥିଲା। ଏହି ଯୁଦ୍ଧକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନାର ପ୍ରଭାବ ସାମଗ୍ର ବିଶ୍ୱରେ ଦେଖିବାକୁ ମିଳିଥିଲା। ଏହି ଯୁଦ୍ଧ ହେତୁ ସମଗ୍ର ବିଶ୍ୱରେ ଦରଦାମ ବୃଦ୍ଧି ହୋଇପାରେ।

05- ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଇଡି (ED)। ଗୋଆ ନିର୍ବାଚନ ସମୟରେ ଆମ୍ ଆଦମୀ ପାର୍ଟିକୁ ପାଣ୍ଠି ଯୋଗାଇଥିବା ଅଭିଯୁକ୍ତଙ୍କୁ ସିବିଆଇ ଗିରଫ କରିଛି। ଦିଲ୍ଲୀ ଏକ୍ସାଇଜ୍ ପଲିସି ସ୍କାମ ସହ ଜଡିତ ମନି ଲଣ୍ଡରିଂ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଇଡି । ଇଡି ଚାନପ୍ରୀତ ସିଂଙ୍କୁ ଗିରଫ କରିଛି। ଚାନପ୍ରୀତ ସିଂ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଗୋଆ ନିର୍ବାଚନ ସମୟରେ ଆମ୍ ଆଦମୀ ପାର୍ଟିକୁ ପାଣ୍ଠି ଯୋଗାଇଥିବା ଅଭିଯୋଗ ହୋଇଛି। ଇଡି ଚାନପ୍ରୀତଙ୍କୁ ଦିଲ୍ଲୀରୁ ଗିରଫ କରିଛି।

06-ଯାଜପୁର ବାରବାଟୀ- କୁଆଖିଆ ନିକଟ ୧୬ ନମ୍ୱର ଜାତୀୟ ରାଜପଥରେ ଘଟିଥିବା ବସ୍ ଦୁର୍ଘଟଣାର କାରଣ ସାମ୍ନାକୁ ଆସିଛି । ଡ୍ରାଇଭରଙ୍କ ଭୁଲ୍ କାରଣରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଏକ ଗାଡିକୁ ଓଭରଟେକ୍ କରିବା ସମୟରେ ଡ୍ରାଇଭର ଭାରସ୍ୟାମ ହରାଇଥିଲେ । ଫଳରେ ଓଭରବ୍ରିଜ କଡରେ ଥିବା ଲୁହା ପୋଲରେ ପିଟି ହୋଇ ବସଟି ଓଲଟି ପଡିଥିଲା । ସେଥିରେ ୫ଜଣଙ୍କପ ମୃତ୍ୟୁ ହେବା ସହ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଆହତ ଏବଂ ଗୁରୁତରମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି ।

07- ୨୨ ଟି ଦେଶୀ ବନ୍ଧୁକ ସହ ତିନ ଗିରଫ । ଗୋଟିଏ ଦୁଇ ନଳିଆ ବନ୍ଧୁକ ରହିଥିବା ବେଳେ ୨୧ ଟି ସିଙ୍ଗଲ ନଳୀ ବନ୍ଧୁକ ରହିଥିବାର ସୂଚନା ପ୍ରଦାନ କରାଯାଇଛି ।  ଏ ଘଟଣାରେ ତିନି ଜଣଙ୍କୁ ସମ୍ବଲପୁର ଜିଲ୍ଲା ଜମେନକିରା ଚିର୍ଗୁଣ ଖୋଲ ଗାଁରୁ ଗିରଫ କରାଯାଇଛି । ପୋଲିସ ର ସୂଚନା ଅନୁଯାୟୀ ସେମାନେ ଦେଶୀ ବନ୍ଧୁକ ତିଆରି କରିବା ସହ ୧୦/୧୫ ହଜାର ଟଙ୍କା ରେ ବିକ୍ରି କରାଯାଉଥିଲା । ସେମାନେ ବିଭିନ୍ନ ଜାଗାରୁ ପାଇପ ସଂଗ୍ରହ କରି ନିଜେ ଦେଶୀ ବନ୍ଧୁକ ତିଆରି କରୁଥିଲେ | ସେମାନେ ହେଲେ ଗଣେଶ ସିଂ, ଓ ଅରୁଣ ଭୋଇ ଚିର୍ଗୁଣ ଖୋଲ ର ହୋଇଥିବା ବେଳେ ଅନ୍ୟ ଜଣଙ୍କ ବିଦ୍ୟାଧର ପ୍ରଧାନ ଜୁଯୁମୁରା ବ୍ଲକ ବାସୁପାଲି ର ବୋଲି ସୂଚନା ମିଳିଛି । ତାଙ୍କ ନିକଟରୁ ୨୨ ଟି ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ କରାଯାଇଛି । 

08- ଆପ୍‌ ନେତା ସଞ୍ଜୟ ସିଂହ ତିହାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏକ ଚିଠି ପଢି ଶୁଣାଇଛନ୍ତି । ଯେଉଁଥିରେ କେଜ୍ରିୱାଲ ନିଜର ମନର କଥା ପ୍ରକାଶ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଜୀ ଆପଣ ମତେ ଆତଙ୍କବାଦୀ ଭାବୁଛନ୍ତି । କିନ୍ତୁ ମୁଁ ଅରବିନ୍ଦ କେଜ୍ରିୱାଲ । ଆପଣ ମତେ ମୋ ପରିବାର ସହ ଭେଟିବାକୁ ବଞ୍ଚିତ କରୁଛନ୍ତି । ମୋ ସହ ଦିଲ୍ଲୀବାସୀ ଅଛନ୍ତି । ମୁଁ ସେବକ ଭାବେ କାର୍ଯ୍ୟ କରିବି ।

09-- ଆଜି ପବିତ୍ର ଅଶୋକାଷ୍ଟମୀ ।  ଏନେଇ ଚଳଚଞ୍ଚଳ ପ୍ରଭୁ ଲିଙ୍ଗରାଜଙ୍କ ପୀଠ। ଶ୍ରୀ-ଲିଙ୍ଗରାଜଙ୍କର ପ୍ରସିଦ୍ଧ ଅଶୋକାଷ୍ଟମୀ ରୁକୁଣା ରଥଯାତ୍ରା ନୀତିକାନ୍ତି ଆଜି ସକାଳ ୫ ଟାରୁ ଆରମ୍ଭ ହୋଇଛି। ନୀତିକାନ୍ତି ‌ଶେଷ ପରେ ଅପରାହ୍ନରେ ରଥ ଟଣା ଆରମ୍ଭ ହେବ ବୋଲି ସୂଚାନ ମିଳିଛି। ରଥଯାତ୍ରାକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ମନ୍ଦିର କମିଟି ଓ କମିସନରେଟ ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

10- କଲବଲ କରୁଛି ସୂର୍ଯ୍ୟଙ୍କ କୋପ । ଆଜି ଦିନ ୨ଟା ୩୦ ସୁଦ୍ଧା ଅନେକ ସ୍ଥାନରେ ତାପମାତ୍ରା  ୪୧ ଡିଗ୍ରୀ ପାର କରିଛି । ଭୁବନେଶ୍ୱର ୪୧.୯°C, ଚାନ୍ଦବାଲି ୪୧.୬°C, ଝାରସୁଗୁଡା ୪୧.୪°C, ବାଲେଶ୍ୱର ୪୦.୫°C, ସମ୍ବଲପୁର ୪୦.୩°C, କେନ୍ଦୁଝର ୪୦°C, ରାଉରକେଲା ୩୯.୯°C, ହୀରାକୁଦ ୩୯.୫°C, ଗୋପାଳପୁର ୩୫.୬°C, ପୁରୀ ୩୪.୮°C, ପାରାଦୀପ ୩୪.୨°C, ଏହି ପାଣିପାଗ ସ୍ଥିତିକୁ ଲକ୍ଷ୍ୟ କରି ବିଭାଗ ତରଫରୁ ଆଗାମୀ ୫ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି କରାଯାଇଛି।

Also Read- Grah Gochar 2024: ଏପ୍ରିଲ ୨୩ରେ ବଦଳିବ ୪ ରାଶିର ଭାଗ୍ୟ, ମିଳିବ ବଜରଙ୍ଗବାଲିଙ୍କ ଆଶୀର୍ବାଦ