Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement

Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

H1. ଆସନ୍ତାକାଲି ବନକଲାଗି ନୀତି
ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଆସନ୍ତା କାଲି ଅନୁଷ୍ଠିତ ହେବ। ଏହି ହେତୁ ଦ୍ୱିତୀୟ ଭୋଗ ମଣ୍ଡପ ପରେ ବନ୍ଦ ରହିବ ଜଗା ଦର୍ଶନ। ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏ ବନକଲାଗି ହେବାକୁ ଥିବାରୁ ଏହି ୪ ଘଣ୍ଟା  ଅବଧିରେ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। 

H2. ଗୋପାଳପୁର ବନ୍ଦରକୁ କିଣିବ ଆଦାନୀ
ଦେଶର ବୃହତ୍ତମ ବନ୍ଦର ପରିଚାଳନା କରୁଥିବା କମ୍ପାନୀ ଆଦାନୀ ପୋର୍ଟସ ପୂର୍ବ ଭାରତରେ ତାହାର ଉପସ୍ଥିତି ଜାହିର କରିବାକୁ ଯାଉଛି। ଓଡ଼ିଶାର ଉପକୂଳରେ ପ୍ରତିଷ୍ଠିତ ଗୋପାଳପୁର ବନ୍ଦରକୁ କିଣିବା ଲାଗି ଆଦାନୀ ପ୍ରସ୍ତୁତ ହୋଇଛି। ମିଳିଥିବା ସୂଚନା ଅନୁସାରେ ଆଦାନୀ ପୋର୍ଟସ୍‍ ୩୦୮୦ କୋଟି ଟଙ୍କାରେ  ବନ୍ଦରରର ମାଲିକାନା ନିଜ ହାତକୁ ନେବାକୁ ଯାଉଛି।  ଏବେ ସାପୁରଜି ପାଲୋନ୍‍ଜୀ ( ଏସ୍‍ପି) ଗ୍ରୁପ୍‍ ଏବଂ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‍ ଏହି ବନ୍ଦରକୁ ପରିଚାଳନା କରୁଛନ୍ତି। ଆଦାନୀ ପୋର୍ଟସ ଏବଂ ସ୍ପେଶାଲଇକୋନୋମିକ ଜୋନ୍‍ ଲିମିଟେଡ୍‍ ଏହାଙ୍କ ସମସ୍ତ ଅଂଶଧନ କିଣିବେ। ଏଥିରେ ୫୬ ପ୍ରତିଶତ ଅଂଶଧନ ଏସ୍‍ପି ଗ୍ରୁପ୍‍ର ରହିଥିବା ବେଳେ ୩୯ ପ୍ରତିଶତ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‍ର ଅନ୍ତର୍ଭୁକ୍ତ। 

H3. ଆଜି ହୋଲି ରଙ୍ଗରେ ଭିଜୁଛି ରାଜ୍ୟ
ରାଜ୍ୟରେ ଆଜି ହୋଲି ପର୍ବ ଚାରିଆଡ଼େ ପାଳନ କରାଯାଉଛି। ଏହି ଅବସରରେ ଅନେକ ବନ୍ଧୁ ମିଳିନ କାର୍ଯ୍ୟକ୍ରମ ବି ଅନୁଷ୍ଠିତ ହୋଇଛି। କଟକରେ ଆୟୋଜିତ ଏମିତି ଏକ ଉତ୍ସବରେ କଟକ ସାଂସଦ ଓ କେନ୍ଦ୍ରାପଡ଼ା ସାଂସଦଙ୍କୁ ଏକାଠି ଦେଖିବାକୁ ମିଳିଛି। ଭର୍ତ୍ତୃହରିଙ୍କ ପାଦ ଛୁଇଁ ଅନୁଭବ ମୁଣ୍ଡିଆ ମାରିବା ରାଜନୀତିକ ଚର୍ଚ୍ଚା ସୃଷ୍ଟି କରିଛି। ଶ୍ରୀ ମହତାବ କିଛିଦିନ ତଳେ ବିଜେଡି ଛାଡ଼ିଥିବା ଘୋଷଣା କରିଛନ୍ତି। ସେହିପରି କେନ୍ଦ୍ରାପଡ଼ା ସାଂସଦ ମଧ୍ୟ ଦଳୀୟ ଉପସ୍ଥିତିକୁ ନେଇ ପୂର୍ବରୁ ଅନେକ ଆଲୋଚନା ହୋଇଛି। 

H4. ପଞ୍ଜାବରେ ବି ମଉଳିଲା ମେଣ୍ଟ ଆଶା
ଅନେକ ଚର୍ଚ୍ଚା ପରେ ବିଜେଡି ସହ ଓଡ଼ିଶାରେ ଯୋମିତି ମେଣ୍ଟ ଚର୍ଚ୍ଚା ସଫଳ ନେଇ ପାରିଲା ନାହିଁ ସେମିତି ସ୍ଥିତି ପଞ୍ଜାବରେ ମଧ୍ୟ ଦେଖା ଦେଇଛି। ଏଠାରେ ବିଜେପି ଏହାର ପୁରୁଣା ସହଯୋଗୀ ଶିରୋମଣି ଅକାଳି ଦଳ ସହ ମେଣ୍ଟ କରିବ ବୋଲି ଦୀର୍ଘଦିନ ଧରି ଚର୍ଚ୍ଚା ହେଉଥିଲା। କିନ୍ତୁ ଆଜି ଏହା ନିଷ୍ଫଳ ହେବାରୁ ବିଜେପି ଏକା ଏକା ସବୁ ଆସନରେ ପ୍ରାର୍ଥୀ ଦେବ ବୋଲି କହିଛି। ପଞ୍ଜାବରେ ୧୩ଟି ଲୋକସଭା ଆସନ ରହିଛି।

H5. ଅରବପତିଙ୍କ ରାଜଧାନୀ ପାଲଟିଲା ମୁମ୍ବାଇ
ମୁମ୍ବାଇ ସାରା ଏସିଆର ଅରବପତିଙ୍କ ରାଜଧାନୀ ହୋଇଛି। ହୁରୁନ୍‍ ଗବେଷଣା ସଂସ୍ଥା ଦ୍ୱାରା ପ୍ରସ୍ତୁତ ରହିପୋର୍ଟ ଅନୁସାରେ ବେଜିଂର ୧୬୦୦ ବର୍ଗକିଲୋମିଟର ଅଞ୍ଚଳରେ ଯେତିକି ଧନୀ ରହିଛନ୍ତି ମୁମ୍ବାଇର ମାତ୍ର ୬୦୩ ବର୍ଗ ମିଟର ପରିମିତ ଅଞ୍ଚଳରେ ତା’ଠୁ ଅଧିକ ଅରବପତି ରହିଛନ୍ତି। ମୁମ୍ବାଇରେ ଥିବା ସମସ୍ତ ଅରବପତିଙ୍କ ମୋଟ ସମ୍ପତ୍ତି ୪୪୫ ବିଲିୟନ ଡଲାର ହୋଇଥିବା ବେଳେ ବେଜିଂରେ ଥିବା ସମସ୍ତ ଅରବପତିଙ୍କ ସମ୍ପତ୍ତି ମିଶାଇଲେ ୨୬୫ ବିଲିୟନ୍‍ ଡଲାର ହେବ। ପୁଣି ମୁମ୍ବାଇରେ ଏହି ସମ୍ପତ୍ତି ୪୭ ପ୍ରତିଶତ ବଢ଼ିଥିବାବେଳେ ବେଜିଂରେ ୨୮ ପ୍ରତିଶତ ହାନୀ ହୋଇଛି। ସବୁଠାରୁ ଅଧିକ ସମ୍ପତ୍ତି ମୁମ୍ବାଇରେ ମୁକେଶ ଅମ୍ବାନୀଙ୍କ ପାଖରେ ରହିଥିବା ବେଳେ ଏବର୍ଷ ସବୁଠାରୁ ଅଧିକ ସମ୍ପତ୍ତି ସ୍ଥାବର ସମ୍ପତ୍ତି (ରିୟଲ ଇଷ୍ଟେଟ) ବ୍ୟବସାୟୀ ମଙ୍ଗଲ ପ୍ରଭାତ ଲୋଧା ଅଧିଗ୍ରହଣ କରିଛନ୍ତି। 

H6. ଗାଜାରେ ମାନବୀୟ ସହାୟତାକୁ ବୃଦ୍ଧି ପାଇଁ ପ୍ରସ୍ତାବ ପାରିତ
ଗାଜାରେ ତୁରନ୍ତ ଯୁଦ୍ଧ ବନ୍ଦ କରି ମାନବିକ ସହାୟତାକୁ ବୃଦ୍ଧି କରିବା ଲାଗି ଜାତିସଂଘର ସବୁଠାରୁରୁ ଶକ୍ତିଶାଳୀ ସୁରକ୍ଷା ପରିଷଦ ପ୍ରସ୍ତାବ ପାରିତ କରିଛନ୍ତି। ୧୦ ନିର୍ବାଚିତ ପ୍ରତିନିଧିଙ୍କ ସମେତ ଚାରି ସ୍ଥାୟୀ ପ୍ରତିନିଧି ଏହି ପ୍ରସ୍ତାବରେ ସମ୍ମତି ପ୍ରକାଶ କରିଛନ୍ତି। ପ୍ରଥମଥର ପାଇଁ ଶକ୍ତିଶାଳୀ ଯୁକ୍ତରାଷ୍ଟ୍ର ଆମେରିକା ଏଥର ଭିଟୋ ପ୍ରୟୋଗରୁ ବିରତ ରହିଛି। 

H7. ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୫ ଚୀନୀ ନାଗରିକଙ୍କ ମୃତ୍ୟୁ
ପାକିସ୍ତାନରେ ଆଜି ଏକ ବଡ଼ ଧରରଣର ବିସ୍ଫୋରଣ ଘଟିଛି। ଏହା ଦ୍ୱାରା ୫ଜଣ ଚୀନ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ଦ୍ୱାରା ଏହି ଘଟଣା ଘଟିଛି। ସୋମବାର ଦିନ ପାକିସ୍ତାନର ଦ୍ୱିତୀୟ ବୃହତ ବିମାନ ବନ୍ଦର ପିଏନ୍‍ଏସ୍‍ ସିଦ୍ଦିକ୍‍ ଉପରେ ଆକ୍ରମଣ ହୋଇଥିଲା। ଏଥିଲାଗି ବାଲୋଚିସ୍ତାନ ଲିବରେସନ ଆର୍ମି ନିଜକୁ ଦାୟୀ କାରିଛି। 

H8. କେ କବିତାଙ୍କ ହାଜତ ମିଆଦି ବୃଦ୍ଧି
ଦିଲ୍ଲୀ ମଦ ଦୁର୍ନୀତି ଘଟଣାରେ ଅଭିଯୁକ୍ତ କେ କବିତାଙ୍କ ହାଜତ ମିଆଦି ବୃଦ୍ଧି କରିଛନ୍ତି କୋର୍ଟ। ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣିକୁ ଏପ୍ରିଲ ୧ ଯାଏ ଘୁଞ୍ଚାଇଛନ୍ତି। ଇଡି ପକ୍ଷରୁ କୋର୍ଟଙ୍କୁ ଦିଆଯାଇଥିବା ତଥ୍ୟ ଏବଂ ତଦନ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି କୋର୍ଟ ହାଜତ ମିଆଦି ବୃଦ୍ଧି କରିଥିବା ଜଣାଇଛନ୍ତି। 

H9. ନଭେମ୍ବରରୁ ବର୍ଡର ଗାଭାସ୍କର ଟ୍ରଫି
ନଭେମ୍ବର ୩୦ରେ ଆରମ୍ଭ ହେବ ବର୍ଡର-ଗାଭାସ୍କର ଟ୍ରଫି। ୫ଟି ଟେଷ୍ଟ ମ୍ୟାଚ୍‍ ଏଥିରେ ଖେଳାଯିବ। ଭରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏହି ବହୁ ପ୍ରତୀକ୍ଷିତ ଟ୍ରଫି ଖେଳାଯିବ ବୋଲି ଆଜି ଅଷ୍ଟ୍ରେଲିଆ  କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପର୍ଥଠାରେ ପ୍ରଥମ ମ୍ୟାଚ୍‍ ଖେଳାଯିବ। ୨୦୧୪-୧୫ରୁ ଅଷ୍ଟ୍ରେଲିଆ ନିଜ ଘରୋଇ ଗ୍ରାଉଣ୍ଡରେ କେବେ ଭାରତକୁ ପରାସ୍ତ କରି ନଥିବାରୁ ଏହି ମ୍ୟାଚ୍‍ ଅତ୍ୟନ୍ତ ରୋମାଞ୍ଚକର ହେବ ବୋଲି ଆଶା କରାଯାଇଛି। 

H10. ବିଜେପିର ଆଜି ୬ଷ୍ଠ ପର୍ଯ୍ୟାୟର ତାଲିକା ପ୍ରକାଶିତ
ବିଜେପି ପକ୍ଷରୁ ଆଜି ୬ଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଛି। ଏଥିରେ ରାଜସ୍ଥାନ ଓ ମଣିପୁରରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ହେଲେ ଓଡ଼ିଶାର ବାକିଥିବା ୩ ଆସନ ଲାଗି ପ୍ରାର୍ଥୀଙ୍କ ନାଁକୁ ଅପେକ୍ଷା କରାଯାଇଛି। କନ୍ଧମାଳ, ଯାଜପୁର ଏବଂ କଟକ ଲୋକସଭା ଆସନ ଲାଗି ବିଜେପି ପକ୍ଷରୁ କିଏ ପ୍ରାର୍ଥୀ ହେବ ସେ ନେଇ ଅନେକ ରାଜନୀତିକ ଅଙ୍କ କଷା ଚାଲିଛି।