Tejas mk:ମୁହୂର୍ତ୍ତରେ ଶତ୍ରୁକୁ କରିବ ନିପାତ,ଜାଣନ୍ତୁ ଭାରତରେ ନିର୍ମିତ ତେଜସର ଆଡଭାନ୍ସ ଭର୍ସନ କେତେ ମାରାତ୍ମକ
Advertisement

Tejas mk:ମୁହୂର୍ତ୍ତରେ ଶତ୍ରୁକୁ କରିବ ନିପାତ,ଜାଣନ୍ତୁ ଭାରତରେ ନିର୍ମିତ ତେଜସର ଆଡଭାନ୍ସ ଭର୍ସନ କେତେ ମାରାତ୍ମକ

ଭାରତରେ ନିର୍ମିତ ତେଜସର ଉନ୍ନତ ସଂସ୍କରଣ ଏଲସିଏ ମାର୍କ ୧ଏ ଲଢୁଆ ବିମାନ ଗୁରୁବାର ବେଙ୍ଗାଲୁରୁରେ ପ୍ରଥମ ଥର ପାଇଁ ଉଡ଼ାଣ ଭରିଛି। ଏହାକୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ ଦ୍ୱାରା ନିର୍ମାଣ କରାଯାଇଛି।  ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ (ହାଲ୍ )ର ଅଧିକାରୀଙ୍କ କହିବାନୁଯାୟୀ, ଏହି ଲଢୁଆ ବିମାନ ୧୫ ମିନିଟ୍ ପର୍ଯ୍ୟନ୍ତ ଆକାଶରେ ରହିଥିଲା।

SOCIAL MEDIA

Tejas mk:ଭାରତରେ ନିର୍ମିତ ତେଜସର ଉନ୍ନତ ସଂସ୍କରଣ ଏଲସିଏ ମାର୍କ ୧ଏ ଲଢୁଆ ବିମାନ ଗୁରୁବାର ବେଙ୍ଗାଲୁରୁରେ ପ୍ରଥମ ଥର ପାଇଁ ଉଡ଼ାଣ ଭରିଛି। ଏହାକୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ ଦ୍ୱାରା ନିର୍ମାଣ କରାଯାଇଛି।  ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ (ହାଲ୍ )ର ଅଧିକାରୀଙ୍କ କହିବାନୁଯାୟୀ, ଏହି ଲଢୁଆ ବିମାନ ୧୫ ମିନିଟ୍ ପର୍ଯ୍ୟନ୍ତ ଆକାଶରେ ରହିଥିଲା। ହାଲ୍ ର ମୁଖ୍ୟ ଟେଷ୍ଟ ପାଇଲଟ୍ (ଫିକ୍ସଡ୍ ୱିଙ୍ଗ୍) ଗ୍ରୁପ୍ କ୍ୟାପଟେନ୍ (ଅବସରପ୍ରାପ୍ତ) କେକେ ବେଣୁଗୋପାଳ ଏହାକୁ ଉଡ଼ାଇଥିଲେ।

ବେଙ୍ଗାଲୁରୁସ୍ଥିତ ଡିଆରଡିଓର ଲ୍ୟାବ୍ ଏରୋନୋଟିକାଲ ଡେଭଲପମେଣ୍ଟ ଏଜେନ୍ସି ଏହି ସ୍ୱଦେଶୀ ଲଢୁଆ ବିମାନକୁ ବିକଶିତ କରିଛି। ଏହାକୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ନିର୍ମାଣ କରୁଛି।

ଏଲସିଏ ମାର୍କ ୧ଏ ଲଢୁଆ ବିମାନ କେତେ ଶକ୍ତିଶାଳୀ ?

ଭାରତୀୟ ବାୟୁସେନା ପାଇଁ ୪୬,୮୯୮ କୋଟି ଟଙ୍କା ବ୍ୟୟରେ ୮୩ଟି ତେଜସ ମାର୍କ ୧ଏ ଲଢୁଆ ବିମାନ ନିର୍ମାଣ କରାଯିବ । ଏଥିପାଇଁ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ (ହାଲ୍ )କୁ ଠିକା ଦିଆଯାଇଛି। ମାର୍ଚ୍ଚ ୨୦୨୪ରୁ ଫେବୃଆରୀ ୨୦୨୮ ମଧ୍ୟରେ ହାଲ୍ ଏଗୁଡ଼ିକ ପ୍ରଦାନ କରିବ। ଏବେ ଆସନ୍ତୁ ଜାଣିବା ଏହାର ଗୁଣ ବିଷୟରେ ।

ତେଜସର ନୂଆ ସଂସ୍କରଣ ବହୁତ ଉନ୍ନତ ତଥା ମାରାତ୍ମକ ଅଟେ । ନୂଆ ସଂସ୍କରଣରେ ଏକ ଡିଜିଟାଲ ଫ୍ଲାଇ-ବାଇ-ୱୟାର ଫ୍ଲାଇଟ୍ କଣ୍ଟ୍ରୋଲ କମ୍ପ୍ୟୁଟର ରହିଛି। ଯେଉଁଥିପାଇଁ କମ୍ପ୍ୟୁଟର ଏହା ସହ ଜଡିତ ଅନେକ ଜିନିଷକୁ ନିୟନ୍ତ୍ରଣ କରିଥାଏ । ଏଥିସହ ପାଇଲଟଙ୍କ ହାତରେ ଥିବା ବିମାନର ନିୟନ୍ତ୍ରଣ ପୂର୍ବ ଅପେକ୍ଷା ଆହୁରି ଉନ୍ନତ ହୋଇଛି।

ଏହା ଏଭଳି ଏକ ସିଷ୍ଟମ ଯାହାଦ୍ୱାରା ରାଡାର, ଲିଫ୍ଟ, ଫ୍ଲାପ୍ ଏବଂ ଇଞ୍ଜିନକୁ ନିୟନ୍ତ୍ରଣରେ ରଖିଥାଏ । ସରଳ ଭାଷାରେ କହିବାକୁ ଗଲେ ଏହି କାରଣରୁ ବିମାନ ପୂର୍ବ ଅପେକ୍ଷା ସୁରକ୍ଷିତ ହୋଇପାରିଛି । ଏଥିରେ ସ୍ମାର୍ଟ ମଲ୍ଟି ଫଙ୍କସନ୍ ଡିସପ୍ଲେ, ଆଡଭାନ୍ସଡ ଇଲେକ୍ଟ୍ରୋନିକ୍ ସ୍କାନ୍ ଆରେ (ଏଇଏସଏ) ରାଡାର, ଆଡଭାନ୍ସ ସେଲ୍ଫ ପ୍ରୋଟେକ୍ସନ ଜାମର ଏବଂ ଇଲେକ୍ଟ୍ରୋନିକ୍ ୱାର ଫେୟାର ସୁଇଟ୍ ଭଳି ସିଷ୍ଟମ ରହିଛି। ଘଣ୍ଟାପ୍ରତି ୨୨୦୦ କିଲୋମିଟର ବେଗରେ ଚାଲୁଥିବା ଏହି ଲଢୁଆ ବିମାନର ଲମ୍ବ ୪୩.୪ ଫୁଟ ।

ବିପଦ ଚିହ୍ନଟ କରିବା ସହିତ ସତର୍କ କରିବ

ଏହାର ରକ୍ଷଣାବେକ୍ଷଣକୁ ସହଜ କରିବା ପାଇଁ ତେଜସ୍ ଏଲସିଏ ମାର୍କ ୧ଏର ଉନ୍ନତ ସଂସ୍କରଣରେ ପ୍ରାୟ ୪୦ଟି ଉନ୍ନତି କରାଯାଇଛି। ଏଲସିଏ ମାର୍କ ୧ଏରେ ମଧ୍ୟମ ଆକାଶରେ ଇନ୍ଧନ ଭର୍ତ୍ତି କରିବାର କ୍ଷମତା ରହିଛି। ଅର୍ଥାତ୍ ଏଥିରେ ଉଡୁଥିବା ବେଳେ  ମଧ୍ୟ ଇନ୍ଧନ ଭର୍ତ୍ତି କରାଯାଇପାରିବ। ଏହାଦ୍ୱାରା ସିଙ୍ଗଲ ଇଞ୍ଜିନ ବିଶିଷ୍ଟ ଲଢୁଆ ବିମାନର ପରିସୀମା ବୃଦ୍ଧି କରାଯାଇପାରିବ ।ଏହି ଲଢୁଆ ବିମାନରେ ଉନ୍ନତ ରାଡାର ୱାର୍ଣ୍ଣିଂ ରିସିଭର ସିଷ୍ଟମ (ଆରଡବ୍ଲ୍ୟୁଆର) ବ୍ୟବହାର କରାଯାଇଛି ଯାହା ଦ୍ୱାରା ବିମାନର ବିପଦକୁ ଶୀଘ୍ର ଚିହ୍ନଟ କରାଯାଇପାରିବ ।

୯ ପ୍ରକାରର ରକେଟ କ୍ଷେପଣାସ୍ତ୍ର ବହନ କରିପାରିବ

ଏହି ବିମାନରେ ୯ଟି ହାର୍ଡ ପଏଣ୍ଟ ରହିଛି ଯେଉଁଥିରେ ବିଭିନ୍ନ ରକେଟ, କ୍ଷେପଣାସ୍ତ୍ର ଓ ବୋମା ଲଗାଯାଇପାରିବ । ଏମାନେ ଶତ୍ରୁ ଅଞ୍ଚଳକୁ ଧ୍ୱଂସ କରିବା ପାଇଁ କାମ କରିବେ। ଉଚ୍ଚତା ଦୃଷ୍ଟିରୁ ମଧ୍ୟ ଏହା ଅତ୍ୟନ୍ତ ସ୍ୱତନ୍ତ୍ର ଅଟେ । ନୂଆ ଏଲସିଏ ମାର୍କ ୧ଏ ସର୍ବାଧିକ ୫୦ ହଜାର ଫୁଟ ଉଚ୍ଚତାରେ ପହଞ୍ଚି ବିପର୍ଯ୍ୟୟ ସୃଷ୍ଟି କରିପାରେ।

ଅକ୍ଟୋବର ୨୦୨୩ରେ ହାଲ୍ ଏହାର ପ୍ରଥମ ପ୍ରଶିକ୍ଷକ ସଂସ୍କରଣ ବେଙ୍ଗାଲୁରୁରେ ଭାରତୀୟ ବାୟୁସେନା ଏୟାର ଚିଫ୍ ମାର୍ଶାଲ ଭିଆର୍ ଚୌଧୁରୀଙ୍କୁ ହସ୍ତାନ୍ତର କରିଥିଲା। ଯେଉଁଥିରେ ୨ଟି ଆସନ ଥିଲା।