ଟିସିଏସ୍ କମ୍ପାନୀ ଉପରେ ୧୬ହଜାର କୋଟି ଜୋରିମାନା
Advertisement
Article Detail0/zeeodisha/odisha2295871

ଟିସିଏସ୍ କମ୍ପାନୀ ଉପରେ ୧୬ହଜାର କୋଟି ଜୋରିମାନା

ଗୋପନୀୟ ବାଣିଜ୍ୟ ତଥ୍ୟ ଆତ୍ମସାତ କରିବାର ଅଭିଯୋଗରେ ଟିସିଏସ୍ ନାମରେ ଏହି ଜୋରିମାନା କରାଯାଇଛି। ୨୦୧୯ରେ ସିଏସ୍‌ସି ଅଭିଯୋଗ କରିଥିଲା ଯେ ଟିସିଏସ୍ ତାହାର ସଫ୍ଟୱେରର ଅପବ୍ୟବହାର କରିଛି।

ଟିସିଏସ୍ କମ୍ପାନୀ ଉପରେ ୧୬ହଜାର କୋଟି ଜୋରିମାନା

ନୂଆଦିଲ୍ଲୀ: ଟାଟା ଗ୍ରୁପ୍‌ର ସଫ୍ଟୱେର କମ୍ପାନୀ ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍ (ଟିସିଏସ୍) ଉପରେ ଆମେରିକାର ଏକ କୋର୍ଟ ୧୬ହଜାର କୋଟି ଟଙ୍କାର ଜୋରିମାନା ଲାଗୁ କରିଛନ୍ତି। ଗୋପନୀୟ ବାଣିଜ୍ୟ ତଥ୍ୟ ଆତ୍ମସାତ କରିବାର ଅଭିଯୋଗରେ ଟିସିଏସ୍ ନାମରେ ଏହି ଜୋରିମାନା କରାଯାଇଛି। କମ୍ପ୍ୟୁଟର ସାଇନ୍‌ସେସ୍ କର୍ପୋରେସନ୍ (ସିଏସ୍‌ସି) ନାମକ ସଂସ୍ଥା ଦାଖଲ କରିଥିବା ଅଭିଯୋଗ ଆଧାରରେ ଟିସିଏସ୍ ଉପରେ ଜରିମାନା ଲାଗୁ କରାଯାଇଛି।

୨୦୧୯ରେ ସିଏସ୍‌ସି ଅଭିଯୋଗ କରିଥିଲା ଯେ ଟିସିଏସ୍ ତାହାର ସଫ୍ଟୱେରର ଅପବ୍ୟବହାର କରିଛି। ସେହି କମ୍ପାନୀ ସଫ୍ଟୱେରକୁ ଟ୍ରାନ୍ସ ଆମେରିକାର ୨ ହଜାର ୨୦୦ କର୍ମଚାରୀଙ୍କୁ ବ୍ୟବହାର କରିବାର ସୁଯୋଗ ଦେଇଥିଲା ଏବଂ ପରବର୍ତ୍ତୀ ସମୟରେ ସେମାନେ ଟିସିଏସ୍ କର୍ମଚାରୀ ଭାବେ ଯୋଗଦେଇଥିଲେ। ସେଥିରୁ ସେମାନେ ଯାହା ଶିଖିଥିଲେ ତାହାକୁ ବ୍ୟବହାର କରି ଏକ ପ୍ରତିଦ୍ଵନ୍ଦୀ ସଫ୍ଟୱେର ତିଆରି କରି ପାରିଥିଲେ। କୋର୍ଟ ଜାଣିବାକୁ ପାଇଛନ୍ତି ଯେ ଟିସିଏସ୍ ବେଆଇନ ଭାବେ ସିଏସ୍‌ସିର ଗୋପନୀୟ ତଥ୍ୟ ହାସଲ କରି ତାହାକୁ ବ୍ୟବହାର କରିଛି।  ୨୦୨୩ ରେ ଟ୍ରାନ୍ସ ଆମେରିକା ପକ୍ଷରୁ ଟିସିଏସ୍ ସହ ହୋଇଥିବା ଚୁକ୍ତିକୁ ବାତିଲ କରାଯାଇଥିଲା। 

ଅନ୍ୟପଟେ ଜୋରିମାନା ବିରୋଧରେ ଅପିଲ କରିବା ବିଷୟରେ ଟିସିଏସ୍ ବିଚାର କରୁଛି। କୋର୍ଟଙ୍କ ନିର୍ଦ୍ଦେଶ କମ୍ପାନୀକୁ ଆର୍ଥିକ ଓ ପରିଚାଳନା ସ୍ତରରେ ପ୍ରଭାବିତ କରିବ ନାହିଁ ବୋଲି ଟାଟା ଗ୍ରୁପ୍ ସ୍ପଷ୍ଟ କରିଛି। ନିଜ ସ୍ବାର୍ଥର ସୁରକ୍ଷା ଲାଗି ଅପିଲ୍ କରିବାକୁ କମ୍ପାନୀ ପାଖରେ ଯଥେଷ୍ଟ ଯୁକ୍ତି ରହିଛି ବୋଲି କୁହାଯାଇଛି।