Weather News: ରାଜ୍ୟରେ ୪ ଦିନ ଯାଏଁ ବର୍ଷା, ଏହି ଜିଲ୍ଲାକୁ ସତର୍କ ସୂଚନା
Advertisement

Weather News: ରାଜ୍ୟରେ ୪ ଦିନ ଯାଏଁ ବର୍ଷା, ଏହି ଜିଲ୍ଲାକୁ ସତର୍କ ସୂଚନା

Weather Updates: ରାଜ୍ୟର ଅନେକ ସ୍ଥାନରେ ପଶ୍ଚିମାଝଡ କାରଣରୁ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ବାଲେଶ୍ବର, ମୟୂରଭଞ୍ଜ ସମେତ ସୁନ୍ଦରଗଡ, କେନ୍ଦୁଝର ଏବଂ ଯାଜପୁର ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ବର୍ଷା ସାଙ୍ଗକୁ ଗଣ୍ଟାକୁ ୩୦ରୁ ୪୦ କିମି ବେଗରେ ପବନ ମଧ୍ୟ ବହିପାରେ । ଉତ୍ତର ଓଡ଼ିଶା ବ୍ୟତୀତ ରାଜ୍ୟର ଅଧିକାଂଶ ଜିଲ୍ଲାର ପାଣିପାଗ ପ୍ରାୟତଃ ଶୁଖିଲା ରହିବ ବୋଲି କୁହାଯାଇଛି ।

Weather News: ରାଜ୍ୟରେ ୪ ଦିନ ଯାଏଁ ବର୍ଷା, ଏହି ଜିଲ୍ଲାକୁ ସତର୍କ ସୂଚନା

Weather News: ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ବଢିବା ସହିତ ବିଭିନ୍ନ ସମୟରେ କାଳବୈଶାଖୀ ଲାଗି ହେବାରେ ଲାଗିଛି । ତେବେ ଆସନ୍ତା ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଖରା ସାଙ୍ଗକୁ ସମୟ ସମୟରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ତାତି ଅନୁଭୂତ ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଏଥିସହ ଅନେକ ସ୍ଥାନରେ ବଜ୍ରପାତ ହେବା ନେଇ ମଧ୍ୟ ସତର୍କ ସୂଚନା ଦିଆଯାଇଛି ।

ରାଜ୍ୟର ଅନେକ ସ୍ଥାନରେ ପଶ୍ଚିମାଝଡ କାରଣରୁ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ବାଲେଶ୍ବର, ମୟୂରଭଞ୍ଜ ସମେତ ସୁନ୍ଦରଗଡ, କେନ୍ଦୁଝର ଏବଂ ଯାଜପୁର ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ବର୍ଷା ସାଙ୍ଗକୁ ଗଣ୍ଟାକୁ ୩୦ରୁ ୪୦ କିମି ବେଗରେ ପବନ ମଧ୍ୟ ବହିପାରେ । ଉତ୍ତର ଓଡ଼ିଶା ବ୍ୟତୀତ ରାଜ୍ୟର ଅଧିକାଂଶ ଜିଲ୍ଲାର ପାଣିପାଗ ପ୍ରାୟତଃ ଶୁଖିଲା ରହିବ ବୋଲି କୁହାଯାଇଛି ।

ଅନ୍ୟପଟେ, ରାଜ୍ୟର ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ହେବାରେ ଲାଗିଛି । ଫଳରେ ଆସନ୍ତା ଦୁଇ ଦିନ ମଧ୍ୟରେ ତାପମାତ୍ରାରେ ପରିବର୍ତ୍ତନ ହେବା ସହ ୨ରୁ ୩ ଡିଗ୍ରୀ ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଅଧିକାଂଶ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇବ । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ମଧ୍ୟ ହୋଇପାରେ । ମାଲକାନଗିରି, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା, ବଲାଙ୍ଗୀର, ଟିଟିଲାଗଡ଼, ସୁନ୍ଦରଗଡ,  ଭବାନୀପାଟଣା, ରାୟଗଡା ସହ ଗଜପତିର ତାପମାତ୍ରା ପାଖାପାଖି ୪୦ ହେବା ନେଇ ଆକଳନ କରାଯାଇଛି । ୩ ଏପ୍ରିଲ୍ ପରେ ପୁଣି ପାଗରେ ପରିବର୍ତ୍ତନ ହେବା ସହ ତାତି ଆହୁରି ବଢିବ ବୋଲି ଅନୁମାନ କରାଯାଇଛି ।

Also Read- ଜେଲ୍ କଟକଣା ଭାଙ୍ଗିଲେ ଅଧିକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

Also Read- ଏନ୍‍ଜିଓଙ୍କ ପାଇଁ ଜୁନ୍‍ ୩୦ ଯାଏ ବଢ଼ିଲା ବିଦେଶୀ ଅବଦାନ ପଞ୍ଜିକରଣ