ବିଧାୟକମାନଙ୍କ କ୍ଵାର୍ଟର ନିର୍ମାଣ: ଅସନ୍ତୋଷ ପ୍ରକାଶ କଲେ ବାଚସ୍ପତି ସୁରମା ପାଢ଼ୀ
Advertisement
Article Detail0/zeeodisha/odisha2512885

ବିଧାୟକମାନଙ୍କ କ୍ଵାର୍ଟର ନିର୍ମାଣ: ଅସନ୍ତୋଷ ପ୍ରକାଶ କଲେ ବାଚସ୍ପତି ସୁରମା ପାଢ଼ୀ

Speaker reviews : ବିଗତ ଦିନରେ କିଛି କାର୍ଯ୍ୟ ପାଇଁ ମନ୍ଥର ଗତିରେ ଚାଲିଛି। ଦୁଇ ଥର ସମୀକ୍ଷା ପରେ ଜାଣିବାକୁ ପାଇଛି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସନ୍ତୋଷଜନକ ନୁହେଁ। ପୂର୍ବର କିଛି ନିଷ୍ପତ୍ତି କାରଣରୁ ଏହି କାର୍ଯ୍ୟରେ ମନ୍ଥରତା ଆସିଛି ବୋଲି କହିଛନ୍ତି। 

ବିଧାୟକମାନଙ୍କ କ୍ଵାର୍ଟର ନିର୍ମାଣ: ଅସନ୍ତୋଷ ପ୍ରକାଶ କଲେ ବାଚସ୍ପତି ସୁରମା ପାଢ଼ୀ

ଭୁବନେଶ୍ଵର: ମନ୍ଥର ଗତିରେ ଚାଲିଛି ବିଧାୟକଙ୍କ ପାଇଁ ନିର୍ମାଣ ହେଉଥିବା ବହୁତଳ ପ୍ରାସାଦ। ସମୀକ୍ଷା ପରେ ଅସନ୍ତୋଷ ଜାହିର କଲେ ବାଚସ୍ପତି ସୁରମା ପାଢ଼ୀ। ବାଚସ୍ପତି କହିଛନ୍ତି ଯେ, ଆମେ ଆଶା କରୁଛୁ ୨୦୨୫ ଶେଷ ସୁଦ୍ଧା ସରିବ ବିଧାୟକଙ୍କ ବହୁତଳ କ୍ଵାର୍ଟର କାମ। ଯେଉଁ ମାନଙ୍କ ପାଇଁ ବର୍ତ୍ତମାନ କ୍ଵାର୍ଟରର ବ୍ୟବସ୍ଥା ନାହିଁ ବା କ୍ଵାର୍ଟର ପାଇନାହାନ୍ତି। ସେମାନେ ମାସକୁ ୩୦ ହଜାର ଟଙ୍କା ପାଇବେ। ଟାର୍ଗେଟ ତାରିଖ ଦିଆଯାଇଛି ସମୀକ୍ଷା କରିଛି କାର୍ଯ୍ୟ ଅଗ୍ରଗତିରେ ସନ୍ତୁଷ୍ଟ ନୁହେଁ। ବିଗତ ଦିନରେ କିଛି କାର୍ଯ୍ୟ ପାଇଁ ମନ୍ଥର ଗତିରେ ଚାଲିଛି। ଦୁଇ ଥର ସମୀକ୍ଷା ପରେ ଜାଣିବାକୁ ପାଇଛି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସନ୍ତୋଷଜନକ ନୁହେଁ। ପୂର୍ବର କିଛି ନିଷ୍ପତ୍ତି କାରଣରୁ ଏହି କାର୍ଯ୍ୟରେ ମନ୍ଥରତା ଆସିଛି ବୋଲି କହିଛନ୍ତି।