Kartika Purnima 2024: କାର୍ତ୍ତିକ ପୂର୍ଣ୍ଣିମାରେ ପୁରୀ ବୁଲି ଯାଉଛନ୍ତି କି, ଜାଣି ରଖନ୍ତୁ ଭକ୍ତଙ୍କ ପାଇଁ କ'ଣ ହୋଇଛି ବ୍ୟବସ୍ଥା?
Advertisement
Article Detail0/zeeodisha/odisha2514081

Kartika Purnima 2024: କାର୍ତ୍ତିକ ପୂର୍ଣ୍ଣିମାରେ ପୁରୀ ବୁଲି ଯାଉଛନ୍ତି କି, ଜାଣି ରଖନ୍ତୁ ଭକ୍ତଙ୍କ ପାଇଁ କ'ଣ ହୋଇଛି ବ୍ୟବସ୍ଥା?

Kartika Purnima 2024: କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ମହୋଦଧି ରେ ଡଙ୍ଗା ଭସାଣ ଓ ଶ୍ରୀ ମନ୍ଦିର ରେ ମହାପ୍ରଭୁ ଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। 

Kartika Purnima 2024: କାର୍ତ୍ତିକ ପୂର୍ଣ୍ଣିମାରେ ପୁରୀ ବୁଲି ଯାଉଛନ୍ତି କି, ଜାଣି ରଖନ୍ତୁ ଭକ୍ତଙ୍କ ପାଇଁ କ'ଣ ହୋଇଛି ବ୍ୟବସ୍ଥା?
Kartika Purnima 2024: କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ମହୋଦଧି ରେ ଡଙ୍ଗା ଭସାଣ ଓ ଶ୍ରୀ ମନ୍ଦିର ରେ ମହାପ୍ରଭୁ ଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ପୁରୀ ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି।ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା।ମହାପ୍ରଭୁ ଙ୍କୁ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଙ୍କ ସମାଗମ ହେବ। ଆଜି ବିଳମ୍ୱିତ ରାତ୍ରୀ ରୁ ଭକ୍ତ ଙ୍କ ସମାଗମ ବଢିବ। ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଚି। ଶ୍ରୀ ମନ୍ଦିର, ସମୁଦ୍ର କୂଳ ଓ ଟ୍ରାଫିକ ପାଇଁ ଅଲଗା ଅଲଗା ବ୍ୟବସ୍ଥା ହେଇଛି। 
 
 
ଆମର ୬ ଜଣ ଅତିରିକ୍ତ ଏସପି, ୧୪ ଡି ଏସ ପି , ୩୭ ଇନ୍ସପେକ୍ଟର , ପାଞ୍ଚ ଶହ ହୋମ ଗାର୍ଡ ଓ ମୋଟ ୩୬ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଆମେ ସୁରକ୍ଷା ପାଇଁ ମୁତୟନ ବ୍ୟବସ୍ଥା କରିଛୁ। ବିଶେଷ କରି ଭିଡ ନିୟନ୍ତ୍ରଣ ଉପରେ ଆମର ମୁଖ୍ୟ କାର୍ଯ୍ୟ ରହିବ। ଭକ୍ତ ଙ୍କ ସୁରକ୍ଷା ମଧ୍ୟ ଆମର ପ୍ରାଥମିକତା ରହିଚି। ତେବେ ଡଙ୍ଗା ଭସାଣ ପାଈଁ ସମୁଦ୍ର କୂଳରେ ସ୍ଵତନ୍ତ୍ର ବ୍ୟବସ୍ଥା ହେଇଛି। ଭିଡ ପାଇଁ ଟ୍ରାଫିକ ପରିଚାଳନା ନେଇ ସ୍ଵତନ୍ତ୍ର ବ୍ୟବସ୍ଥା ହେଇଚି। ଶ୍ରୀ ଜଗନ୍ନାଥ ବଲ୍ଲଭ, ଜେଲ ରୋଡ ଓ ଶରଧାବାଲି ରେ ଗାଡି ପାର୍କିଂ ପାଇଁ ବ୍ୟବସ୍ଥା ହୋଇଚି। ଆସନ୍ତାକାଲି ବଡ ଦାଣ୍ଡ ର ମେଡ଼ିକାଲ ଛକ ରୁ ମାର୍କେଟ ଛକ ଯାଏ ସମ୍ପୂର୍ଣ୍ଣ ଗାଡି ଚଳାଚଳ ନେଇ କଟକଣା ରହିବ। 
 
ତେବେ କାର୍ତ୍ତିକ ପୂର୍ଣ୍ଣିମା ଅବସର ରେ ଯେଭଳି କୌଣସି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ନ ହୁଏ ସେଥି ପାଇଁ ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ଗତ ୪ ଦିନ ଭିତରେ ୩୦ ଜଣ ଅସାମାଜିକ ଓ ଅପରାଧୀ ଙ୍କୁ ଗିରଫ କରାଯାଇଛି। ୧୫ ଟି ୱାରେଣ୍ଟ ଜାରି କରାଯାଇଛି। ନିଶା କାରବାର କୁ ନେଇ ୮ ମାମଲା କରାଯାଇଛି। ମଦ୍ୟପାନ କରି ରାସ୍ତା ଉପରେ ଆତଙ୍କ ସୃଷ୍ଟି କରିବା ଅଭିଯୋଗ ରେ ୨୮ ଜଣ ଙ୍କ ବିରୋଧ କାର୍ଯ୍ୟନୁଷ୍ଠାନ ନିଆଯାଇଛି। ଭକ୍ତ ମାନେ କିଭଳି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ମହାପ୍ରଭୁ ଙ୍କ ଦର୍ଶନ ପାଇବେ ସେ ନେଇ ପୁରୀ ପୋଲିସ୍ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି।