Puri News: ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ, ସାମିଲ୍ ହେବେ ଏହି ସବୁ ଅତିଥି
Advertisement
Article Detail0/zeeodisha/odisha2016019

Puri News: ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ, ସାମିଲ୍ ହେବେ ଏହି ସବୁ ଅତିଥି

Puri News: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର (Srimandir Parikrama Project)  ଲୋକାର୍ପଣ ଉତ୍ସବ ୨୦୨୪ ଜାନୁୟାରୀ ୧୭ ତାରିଖରେ ଅନୁଷ୍ଠିତ ହେବ ।  ଏନେଇ ପ୍ରସ୍ତୁତି କାର୍ଯ୍ୟ ଜୋରସୋରେ ଆଗେଇ ଚାଲିଛି । ତେବେ, ଏହି ଉତ୍ସବରେ କେଉଁ ସୁବୁ ଧାର୍ମିକ ଅନୁଷ୍ଠାନ ଓ କେଉଁ ସାଧୁ ସନ୍ଥ ସାମିଲ ହେବେ ତାହାର ତାଲିକା ବର୍ତ୍ତମାନ ସାମ୍ନାକୁ ଆସିଛି। ଆସନ୍ତ ୨୦ ତାରିଖରୁ ନିମନ୍ତ୍ରଣ କାର୍ଡ ବଣ୍ଟାଯିବ।  ଏନେଇ ନିମନ୍ତ୍ରଣ ପତ୍ର ବାଣ୍ଟିବାକୁ  ଏକ ଟିମ୍ ଭାଗ ଭାଗ ହୋଇ ବାହାରିବେ। ଏବଂ ଅତିଥିଙ୍କୁ ଏହି ଟିମ୍ ଇନଭିଟେସନ୍ କାର୍ଡ ବା କିଟ୍ ଦେବେ। 

ତେବେ, ଏହି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାପର୍ଣ ଉତ୍ସବ ୪ ଧାମର ଶଙ୍କରାଚାର୍ଯ୍ୟ, ପ୍ରମୁଖ ଧର୍ମପୀଠ ଗୁଡିକରୁ ସାଧୁ ସନ୍ଥ, ନେପାଳ ରାଜାଙ୍କୁ ବି ଡକାଯିବ। ଏହା ବ୍ୟତିତ ଗୋବର୍ଦ୍ଧନ ପୀଠର ଜଗଦଗୁରୁ ହେଉଛନ୍ତି  ଶଙ୍କରାଚାର୍ଯ୍ୟ । ତେଣୁ ତାଙ୍କୁ ନିମନ୍ତ୍ରିତ ମଧ୍ୟ କରାଯିବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବାସସ୍ଥାନ ଦେଇଥିବା ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରିତ କରାଯିବା ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ALSO READ :  Sajjan Jindal: କାହିଁକି ଗିରଫ ହେଲେ ସଜ୍ଜନ୍ ଜିନ୍ଦଲ? ଜାଣନ୍ତୁ ପୂରା ଘଟଣାକ୍ରମ...

ଏହା ବ୍ୟତିତ ରାଜ୍ୟ ଏବଂ ରାଜ୍ୟ ବାହାରକୁ ମଧ୍ୟ ମୋଟ ୮୫୭ ଦେବସ୍ଥାନକୁ ନିମନ୍ତ୍ରଣ ପତ୍ର ପଠାଯିବ । ଯେଉଁଥିରେ ୭୪୬ଟି ଶ୍ରୀ ଜଗନ୍ନାଥ ମନ୍ଦିର, ୧୧୧ଟି ଅନ୍ୟ ମନ୍ଦିର ରହିଛି । ଏଥିରେ ବାଲେଶ୍ବର ଜିଲ୍ଲାର ୬୧ଟି ଶ୍ରୀ ଜଗନ୍ନାଥ ମନ୍ଦିର, ଅନୁଗୁଳ ଜିଲ୍ଲାର ୬୧ଟି ଶ୍ରୀ ଜଗନ୍ନାଥ ମନ୍ଦିର, ବରଗଡ଼ର ୧୮ଟି ଶ୍ରୀ ଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର, ଭଦ୍ରକ ଜିଲ୍ଲାର ୩୩ଟି ମନ୍ଦିର ଓ ୪ଟି ଅନ୍ୟ ମନ୍ଦିର, ବୌଦ୍ଧ ଜିଲ୍ଲାର ୨୦ଟି ଶ୍ରୀ ଜଗନ୍ନାଥ ମନ୍ଦିର ଓ ୨ଟି ମନ୍ଦିର, ବଲାଙ୍ଗୀର ଜିଲ୍ଲାର ୨୨ଟି ଶ୍ରୀ ଜଗନ୍ନାଥ ମନ୍ଦିର ଓ ୪ଟି ଅନ୍ୟ ମନ୍ଦିର, ଦେବଗଡ଼ର ୬ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର, କଟକର ୫୮ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ୮ଟି ଅନ୍ୟ ମନ୍ଦିର, ଗଞ୍ଜାମର ୬୦ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ୩ଟି ଅନ୍ୟ ମନ୍ଦିର, ଢେଙ୍କାନାଳର ୨୪ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର, ଜଗତସିଂହପୁରର ୪୦ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର, ଗଜପତିର ୮ଟି ଶ୍ରୀଜଗନ୍ନାଥ ମନ୍ଦିର, ଯାଜପୁରର ୪୧ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର, ଝାରସୁଗୁଡ଼ାର ୧୮ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର, କନ୍ଧମାଳର ୧୩ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର ଓ  କେନ୍ଦ୍ରାପଡ଼ାର ୧୩ଟି ଶ୍ରୀଜଗନ୍ନାଥ ମନ୍ଦିର ରହିଛି। 

ସେହିପରି, କେନ୍ଦୁଝରର ୩୦ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର, କଳାହାଣ୍ଡିର ୧୪ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର, ମାଲକାନାଗିରିର ୧୧ଟି ଶ୍ରୀଜଗନ୍ନାଥ ମନ୍ଦିର, ମୟୂରଭଞ୍ଜର ୧୩ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ୨ଟି ଅନ୍ୟ ମନ୍ଦିର, ଖୋର୍ଦ୍ଧାର ୫୮ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ୭ଟି ଅନ୍ୟ ମନ୍ଦିର, ସମ୍ବଲପୁରର ୧୪ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ୩ଟି ଅନ୍ୟ ମନ୍ଦିର, ସୁବର୍ଣ୍ଣପୁରର ୧୯ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ୨ଟି ଅନ୍ୟ ମନ୍ଦିର, ସୁନ୍ଦରଗଡ଼ର ୨୪ଟି କୋରାପୁଟର ୨୨ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର, ନବରଙ୍ଗପୁରର ୧୩ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର, ନୂଆପଡ଼ାର ୧୩ଟି ଶ୍ରୀଜଗନ୍ନାଥ ମନ୍ଦିର, ନୟାଗଡ଼ର ୨୦ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ୬ଟି ଅନ୍ୟ ମନ୍ଦିର ଓ ରାୟଗଡ଼ାର ୧୨ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିରକୁ ନିମନ୍ତ୍ରଣ ପତ୍ର ପଠାଯିବା ନେଇ ତାଲିକା ପ୍ରସ୍ତୁତ କରାଯାଇଛି।

ସେପଟେ, ଏହି ଉତ୍ସବର ଖୁସିକୁ ଆହୁରି ଦ୍ବିଗୁଣିତ କରିବା ପାଇଁ ଜଗନ୍ନଥ ବଲ୍ଲବ ପାର୍କିଂରେ ଅଭ୍ୟର୍ଥନା କକ୍ଷ ସହ ପ୍ରଦର୍ଶନୀ ମଣ୍ତପ ହେବ। ଏହାସହ  ମ୍ୟୁନସିପାଲଟି ମାର୍କେଟରେ ଲେଜର ସୋ ହେବ । ଯେଉଁଥୁରେ ପୁରୁଷତ୍ତମ ଦେବଙ୍କ କାଞ୍ଚିଂ ଅଭିଯାନ ଗାଥା ପ୍ରଦର୍ଶିତ ହେବ। ଏହା ସହିତ ସମଗ୍ର ପୁରୀବାସୀ ଘରେ ଦୀପ ଜାଳି ଅତିଥିଙ୍କୁ ସ୍ବାଗତ କରିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି।