Advertisement
Photo Details/zeeodisha/odisha2266517
photoDetails0hindi

Lucky Zodiac Sign: ୨୮ ମଇରେ ବ୍ରହ୍ମା ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 28 May 2024: ୨୮ ମଇ ମଙ୍ଗଳବାର ଦିନ ଚନ୍ଦ୍ର ମକର ରାଶିରେ ପ୍ରବେଶ କରିବେ । ଏଥିସହ ଜ୍ୟେଷ୍ଠ ମାସର କୃଷ୍ଣ ପକ୍ଷର ପଞ୍ଚମ ଦିନରେ ବ୍ରହ୍ମା ଯୋଗ, ଆଇନ୍ଦ୍ର ଯୋଗ ଏବଂ ଉତ୍ତରଷାଢା ନକ୍ଷତ୍ରର ଏକ ଶୁଭ ମିଶ୍ରଣ ଘଟୁଛି । ପ୍ରଭାବରୁ ଦିନଟିର ଗୁରୁତ୍ୱ ଆହୁରି ବଢିଛି । 

1/5

ମେଷ ରାଶି -  ୨୮ ମଇ ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି । ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ଆଖପାଖର ଲୋକମାନେ ଆପଣଙ୍କୁ ସମ୍ମାନ କରିବେ । ନୂଆ ସଫଳତା ଆପଣଙ୍କ ମନରେ ଖୁସି ଆଣିଦେବ । କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଭେଟିବାର ସୁଯୋଗ ମିଳିବ । ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଏହା ଅତ୍ୟନ୍ତ ଶୁଭ ହେବ । ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି । ଯଦି କୈଣସି ସଂପର୍କରେ ମତଭେଦ ଚାଲିଥାଏ ତେବା ତାହାର ସମାଧାନ ହୋଇଯିବ । ବ୍ୟବସାୟୀମାନେ ଭଲ ଲାଭ ପାଇବେ । ବୃତ୍ତିଗତ କାର୍ଯ୍ୟରେ ସଫଳତା ମିଳିବ । ପାରିବାରିକ ଜୀବନରେ ସମ୍ପର୍କ ଆନ୍ତରିକ ହେବ ।

2/5

ସିଂହ ରାଶି- ୨୮ ମଇ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ । ହନୁମାନଜୀଙ୍କ ଆଶୀର୍ବାଦରୁ ଭଲ ଆର୍ଥିକ ଲାଭ ପାଇବେ । ଅନ୍ୟମାନଙ୍କୁ ଟଙ୍କା ସାହାଯ୍ୟ କରିପାରନ୍ତି । ବ୍ୟବସାୟରେ ନୂଆ ଯୋଜନା ସହ ଆଗକୁ ବଢିବେ । ବ୍ୟବସାୟରେ ବିନିଯୋଗ ଲାଭ ଦେବ । କୌଣସି କାର୍ଯ୍ୟକୁ ନେଇ ଦୂରଯାତ୍ରା ହୋଇପାରେ । ଆୟ ବୃଦ୍ଧି ପାଇଁ ଅନେକ ସୁବର୍ଣ୍ଣ ସୁଯୋଗ ପାଇବେ ।  କ୍ୟାରିୟରରେ ଆପଣଙ୍କର ସ୍ଥିତି ଅଧିକ ଶକ୍ତିଶାଳୀ ହେବ । ଦିନଟିରେ ବିନିଯୋଗ କଲେ ଭବିଷ୍ୟତରେ ଆର୍ଥିକ ଲାଭ ହୋଇପାରେ । ବିବାହିତ ବ୍ୟକ୍ତିଙ୍କ କ୍ଷେତ୍ରରେ ସମୟକୁ ଉପଭୋଗ କରିବେ । କୌଣସି ସ୍ଥାନକୁ ଯାତ୍ରା କରିବାକୁ ଯୋଜନା କରିବେ ।

3/5

ତୁଳା ରାଶି -  ଦିନଟିରେ ଧନ ବୃଦ୍ଧିର ଯୋଗ ରହିଛି । ପୈତୃକ ସମ୍ପତ୍ତିରୁ ଲାଭ ପାଇବେ । ଭାଗ୍ୟ ଆପଣଙ୍କ ସାଥ୍ ଦେବ । କିଛି ଉତ୍ସାହଜନକ ଖବର ଶୁଣିବେ । ନୂଆ ସଫଳତା ପାଇବା ପରେ ଆପଣ ଖୁସି ହେବେ । ଜୀବନସାଥୀଙ୍କ ସହିତ ବ୍ୟବସାୟ ସମ୍ପର୍କରେ କଥା ହୋଇପାରନ୍ତି । ଧନ ସମ୍ପତ୍ତି ବୃଦ୍ଧି ପାଇବ । ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହେବେ । କାର୍ଯ୍ୟରେ ଅନେକ ପରିବର୍ତ୍ତନ ଆସିବା ସହ ଜୀବନରେ ପରିବର୍ତ୍ତନ ହେବ । ପରିବାରର ସମସ୍ତ ସଦସ୍ୟ ଆପଣଙ୍କୁ ସମ୍ମାନ କରିବେ । 

4/5

ଧନୁ ରାଶି -  ଆପଣଙ୍କ ପାଇଁ ଦିନଟି ଶୁଭ ହେବାକୁ ଯାଉଛି । ସାମାଜିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ଜଡିତ ହୋଇ ସୁନାମ ଅର୍ଜନ କରିବେ । ବନ୍ଧୁଙ୍କ ସହ ଦୂରଯାତ୍ରା ପାଇଁ ଯୋଜନା କରିବେ । ବିଶ୍ୱସନୀୟତା ଏବଂ ସମ୍ମାନ ବୃଦ୍ଧି କାରଣରୁ ମନ ଖୁସି ରହିବ । କର୍ମକ୍ଷେତ୍ରରେ ନିଜ ଦାୟିତ୍ୱକୁ ନିଷ୍ଠାର ସହ କରିବେ । ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଚାଲିଥିବା ବିଷୟଗୁଡିକ ଗମ୍ଭୀର ଭାବରେ ବିଚାର କରିବେ । ଚାକିରୀ କ୍ଷେତ୍ରରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଆୟରେ ଭଲ ବୃଦ୍ଧି ହେବା ସହ କ୍ୟାରିୟରରେ ଆଗକୁ ବଢିବେ । ପ୍ରେମ ସମ୍ପର୍କ ବିବାହ ଆଡକୁ ଗତି କରିବ । ଭାଇ ଓ ଭଉଣୀଙ୍କ ସହଯୋଗରେ ଘରୋଇ କାର୍ଯ୍ୟ ସମାପ୍ତ କରିବେ । ପରିବାର ସଦସ୍ୟଙ୍କ ସମସ୍ତ ଆବଶ୍ୟକତା ପୂରଣ କରିବାରେ ସକ୍ଷମ ହେବେ ।

5/5

ମୀନ ରାଶି -  ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି । ଆୟରେ ଭଲ ବୃଦ୍ଧି ଘଟିବା କାରଣରୁ ଖୁସି ହେବେ । ସଙ୍କଟମୋଚନ ପ୍ରଭୁ ହନୁମାନଜୀଙ୍କ କୃପା ଆପଣଙ୍କ ଉପରେ ରହିବ । ବ୍ୟବସାୟରେ ପୂର୍ବରୁ ଥିବା ସମସ୍ୟା ଦୂରେଇଯିବ । ଅର୍ଥର ଅଭାବ ରହିବ ନାହିଁ । ବନ୍ଧୁଙ୍କଠାରୁ ଭଲ ଖବର ଶୁଣିପାରନ୍ତି । ମଙ୍ଗଳଙ୍କ ଉପସ୍ଥିତି କାରଣରୁ ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବଢିବ । ଆପଣ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିବେ । ନିଯୁକ୍ତ ବ୍ୟକ୍ତିମାନେ ନୂଆ କମ୍ପାନୀରୁ ଅଫର ପାଇପାରନ୍ତି । ବୈବାହିକ ଜୀବନ ଭଲରେ କଟିବ । ଆପଣଙ୍କୁ ପ୍ରିୟଜନଙ୍କ ସହଯୋଗ ମିଳିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬