Odisha News: ଏହି ଦିନ ହେବ B.Ed ଓ M.Ed ପ୍ରବେଶିକା ପରୀକ୍ଷା
Advertisement
Article Detail0/zeeodisha/odisha2268271

Odisha News: ଏହି ଦିନ ହେବ B.Ed ଓ M.Ed ପ୍ରବେଶିକା ପରୀକ୍ଷା

Odisha News: ଶିକ୍ଷକ ଓ ଶିକ୍ଷୟତ୍ରୀ ହେବାକୁ ସ୍ବପ୍ନଦେଖୁଥିବା ଆଶାୟୀଙ୍କ ପାଇଁ ବଡ଼ ଖବର। ୨୦୨୪-୨୫ ଶିକ୍ଷାବର୍ଷରେ ବିଏଡ୍‌, ବିଏଚ୍‌ଏଡ୍‌ ଏବଂ ଏମ୍‌ଏଡ୍‌ ନାମଲେଖା ପାଇଁ ଆଜିଠାରୁ ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।

Odisha News: ଏହି ଦିନ ହେବ B.Ed ଓ M.Ed ପ୍ରବେଶିକା ପରୀକ୍ଷା

Odisha News: ଶିକ୍ଷକ ଓ ଶିକ୍ଷୟତ୍ରୀ ହେବାକୁ ସ୍ବପ୍ନଦେଖୁଥିବା ଆଶାୟୀଙ୍କ ପାଇଁ ବଡ଼ ଖବର। ୨୦୨୪-୨୫ ଶିକ୍ଷାବର୍ଷରେ ବିଏଡ୍‌, ବିଏଚ୍‌ଏଡ୍‌ ଏବଂ ଏମ୍‌ଏଡ୍‌ ନାମଲେଖା ପାଇଁ ଆଜିଠାରୁ ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆଜି ଦିନ ଅପରାହ୍ନ ୨ଟାରୁ www.samsodisha.gov.in ଓ୍ବେବ୍‌ସାଇଟ୍‌ରେ ଆବେଦନଫର୍ମ ଉପଲବ୍ଧ ହେବ। ଏହି ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇ ଜୁନ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ।  ଫର୍ମରେ କିଛି ପରିବର୍ତ୍ତନ କରିବାକୁ ଚାହୁଁଥିଲେ ଜୁନ୍‌ ୧୧ ତାରିଖ ପୂର୍ବାହ୍ନ ୧୦ଟାରୁ ୧୧ଟା ୪୫ମିନିଟ୍‌ ଭିତରେ କରିପାରିବେ ଛାତ୍ରୀଛାତ୍ର । ୧୫ତାରିଖ ପୂର୍ବାହ୍ନ ୧୧ଟାରେ ଷ୍ଟେଟ୍‌ ସିଲେକ୍ସନ ବୋର୍ଡ (ଏସ୍‌ଏସ୍‌ବି) ଓ୍ବେବ୍‌ସାଇଟ୍‌ https://ssbodisha.sc.in ଏବଂ ସାମ୍ସ ପୋର୍ଟାଲରେ ହଲ୍‌ ଟିକେଟ୍‌ ଉପଲବ୍ଧ ହେବ।

ALSO READ: Petrol Diesel Price Today: କମିଲା ନା ବଢିଲା, ଜାଣନ୍ତୁ ଭୁବନେଶ୍ବରରେ ଆଜି କେତେ ରହିଛି ପେଟ୍ରୋଲ-ଡିଜେଲ୍ ରେଟ୍?

ରାଜ୍ୟର ୩୧ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିବେ ବୋଲି ଜଣାପଡିଛି। ଏହି ପ୍ରକ୍ରିୟାରେ ଚଳିତ ବର୍ଷ ଉତ୍କଳ ବିଶ୍ୱବିଦ୍ୟାଳୟକୁ ମଧ୍ୟ ସାମିଲ କରାଯାଇଛି। ବିଶ୍ବବିଦ୍ୟାଳୟରେ ୨ ବର୍ଷିଆ ବି.ଏଡ ଓ ଏମ.ଏଡ ପାଠ୍ୟକ୍ରମରେ ନାମ ଲେଖାଯିବ । ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସାମ୍ସ ପୋର୍ଟାଲରେ ସୂଚନା ପ୍ରଦାନ କରାଯାଇଛି। 

ଜୁଲାଇ ୨୪ରେ ବି.ଏଡ, ବିଏଚଏଡ ଓ ୨୫ରେ ଏମ.ଏଡ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ହେବ।  ଏଥିରେ ଆବେଦନ କରିଥିବା ପ୍ରାର୍ଥୀମାନେ ଜୁଲାଇ ୧୫ ପୂର୍ବାହ୍ନ ୧୧ଟା ପରେ ପୋର୍ଟାଲରୁ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଚଳିତ ଶିକ୍ଷାବର୍ଷ ଠାରୁ କୋରାପୁଟ ଡିଏଭି କଲେଜ ଅଫ୍ ଟିଚର ଏଜୁକେସନରେ ୧୦୦ଟି ସିଟରେ ୨ ବର୍ଷିଆ ବିଏଡ ଓ ଏମ.ଏଡ ପାଠ୍ୟକ୍ରମ, ସମ୍ବଲପୁର ଡ. ପର୍ଶୁରାମ ମିଶ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସ ଷ୍ଟଡିଜ ଇନ୍ ଏଜୁକେସନରେ ୫୦ଟି ସିଟରେ ୨ ବର୍ଷିଆ ଏମ.ଏଡ୍ ପାଠ୍ୟକ୍ରମ ଓ ଅନୁଗୁଳ ନବକୃଷ୍ଣ ଚୌଧରୀ କଲେଜ ଅଫ୍ ଟିଚର ଏଜୁକେସନରେ ୨ ବର୍ଷିଆ ଏମ.ଏଡ ପାଠ୍ୟକ୍ରମକୁ ସାମିଲ କରାଯାଇଛି । ୨ଟି ପର୍ଯ୍ୟାୟରେ ଏହି ସମସ୍ତ ପାଠ୍ୟକ୍ରମ ପାଇଁ ନାମଲେଖା ହେବ ବୋଲି ଜଣାପଡି଼ଛି। ତେବେ ରେଜଲ୍ଟ କେବେ ପ୍ରକାଶ ପାଇବ ତାହା ପରବର୍ତ୍ତୀ ସମୟରେ ବିଭାଗ ପକ୍ଷରୁ ସୂଚନା ଦିଆଯିବ ବୋଲି ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।