Rathayatra 2024: ପୁରୀରେ ପହଞ୍ଚିଲା ରଥଦଉଡ଼ି
Advertisement

Rathayatra 2024: ପୁରୀରେ ପହଞ୍ଚିଲା ରଥଦଉଡ଼ି

୭ ଜୁଲାଇରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ।  ରଥଯାତ୍ରା ପାଇଁ ରଥ ଖଳା ଚଳଚଞ୍ଚଳ ହୋଇଥିବା ସମୟରେ ଏବେ ଶ୍ରୀକ୍ଷେତ୍ରରେ ପହଞ୍ଚିଛି ରଥ ଦଉଡି । ମୋଟ ୨୬ଟି ରଥ ଦଉଡି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଲୟରେ ପହଞ୍ଚିଛି । ବୀରପ୍ରତାପପୁର ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ଏହି ରଥ ଦଉଡି ପ୍ରସ୍ତୁତ କରାଯାଇଛି ।

Rathayatra 2024: ପୁରୀରେ ପହଞ୍ଚିଲା ରଥଦଉଡ଼ି

Rathayatra 2024: ୭ ଜୁଲାଇରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ।  ରଥଯାତ୍ରା ପାଇଁ ରଥ ଖଳା ଚଳଚଞ୍ଚଳ ହୋଇଥିବା ସମୟରେ ଏବେ ଶ୍ରୀକ୍ଷେତ୍ରରେ ପହଞ୍ଚିଛି ରଥ ଦଉଡି । ମୋଟ ୨୬ଟି ରଥ ଦଉଡି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଲୟରେ ପହଞ୍ଚିଛି । ବୀରପ୍ରତାପପୁର ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ଏହି ରଥ ଦଉଡି ପ୍ରସ୍ତୁତ କରାଯାଇଛି ।

ସୂଚନା ମୁତାବକ, ୧୪ ଜଣ କାରିଗର ପ୍ରାୟ ୩୦ ଦିନ ହେବ ରଥ ଦଉଡି ପ୍ରସ୍ତୁତି କାମରେ ନିୟୋଜିତ ରହିଥିଲେ । ନନ୍ଦିଘୋଷ, ତାଳଧ୍ୱଜ ଏବଂ ଦର୍ପଦଳନ ରଥ ପାଇଁ ୧୪ ଖଣ୍ଡ ରଥଟଣା ଦଉଡି ରହିଛି । ଏଥିସହ ଆଉଟର୍, ଇନର୍, ଜେନେରାଲ୍ ଏବଂ ପୋଲିସ ପାଇଁ ତିନୋଟି ଲେଖାଏଁ ଦଉଡି ରହିଛି । ରଥ ଦଉଡ଼ିର ଲମ୍ବ ୨୨୦ ଫୁଟ ହୋଇଥିବା ସମୟରେ ଗୋଲେଇ ୮ ଇଞ୍ଚ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବରିଷ୍ଠ ରଥ ତତ୍ତ୍ୱା ବଧାରକ ସୁଦର୍ଶନ ମେକାପ ଏନେଇ ସୂଚନା ଦେଇଛନ୍ତି ।

Also Read- ନୂଆ ମେଗା ଧାରାବାହିକ "ଭାଗ୍ୟରେଖା" ଆସନ୍ତା ୨୨ ଏପ୍ରିଲ ରାତି ୯:୩୦ରୁ ପ୍ରସାରଣ

Also Read- Gold Silver Price: ଆଗକୁ ଶସ୍ତା ହେବକି ସୁନା ? ଜାଣନ୍ତୁ ଆଜିର ଦର..