Elephant attack: କଳାହାଣ୍ଡିରେ ଅଭାବନୀୟ ଘଟଣା, ହାତୀ ଆକ୍ରମଣରେ ରେଞ୍ଜର ମୃତ
Advertisement
Article Detail0/zeeodisha/odisha2003592

Elephant attack: କଳାହାଣ୍ଡିରେ ଅଭାବନୀୟ ଘଟଣା, ହାତୀ ଆକ୍ରମଣରେ ରେଞ୍ଜର ମୃତ

Elephant attack: ଗତକାଲି ରାତିରେ କଳାହାଣ୍ଡି ନର୍ଲା ରେଞ୍ଜ୍ ଅନ୍ତର୍ଗତ ରତନପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦନ୍ତା ହାତୀ ଆକ୍ରମଣରେ ନର୍ଲା ରେଞ୍ଜରଙ୍କର ମୃତ୍ୟୁ ହୋଇଛି ।

ସୂଚନା ମୁତାବକ ଗୋଟିଏ ଦନ୍ତା ହାତୀ ଜଙ୍ଗଲରୁ ଗାଁ ମଧ୍ୟରେ ପଶି ଉପଦ୍ରବ ରଚିଥିଲା । ଗଛ ବୃଛ ଭାଙ୍ଗିବା ସହିତ ଫସଲ ନଷ୍ଟ କରିବା ସମୟରେ ହାତୀକୁ ଗ୍ରାମବାସୀମାନେ ଦେଖିଥିଲେ । ତେଣୁ ତୁରନ୍ତ ବିଳମ୍ୱ ନକରି ଏ ସମ୍ପର୍କରେ ବନ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ । ଭୋର ସମୟରେ ହାତୀକୁ କାବୁ କରିବାକୁ ବନ ବିଭାଗର କର୍ମଚାରୀଙ୍କ ସହିତ ନର୍ଲା ରେଞ୍ଜର ପ୍ରଶାନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ହାତୀକୁ ଘଉଡାଇବା ସମୟରେ ହାତୀଟି ରାଗିଯାଇ ରେଞ୍ଜରଙ୍କୁ ଆକ୍ରମଣ କରିଥିଲା । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା । ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Also Read- ୨୧ ବର୍ଷ ବୟସରେ ପ୍ରଥମ ବିବାହ, ୩ ଛାଡ଼ପତ୍ର ପରେ ୬୫ ବର୍ଷ ବୟସରେ ଏକାକୀ ଜୀବନ କାଟୁଛନ୍ତି ଅଭିନେତ୍ରୀ

Also Read- Bollywood News: ଜନ୍ମଦିନରେ ଭାବପ୍ରବଣରେ କେକ୍ କାଟିଲେ ଧର୍ମେନ୍ଦ୍ର, କାନ୍ଦି ପକାଇଲେ ସନ୍ନି ଦେଓଲ