Chacheri Besha: ଆଜିଠାରୁ ୫ ଦିନ ଧରି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଚାଚେରୀ ବେଶ
Advertisement

Chacheri Besha: ଆଜିଠାରୁ ୫ ଦିନ ଧରି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଚାଚେରୀ ବେଶ

Chacheri Besha Of Jagannath: ମଙ୍ଗଳବାର ଶ୍ରୀମନ୍ଦିରରେ ଫଗୁ ଦଶମୀ ଅନୁଷ୍ଠିତ ହୋଇଯାଇଛି । ତେବେ ବୁଧବାରଠାରୁ ବଡ଼ ଦେଉଳରେ ମହାପ୍ରଭୁଙ୍କ ଚାଚେରୀ ବେଶ ଓ ଚାଚେରୀ ଭୋଗ ଆରମ୍ଭ ହେବ । ଝିମିରି ଫଗୁ, ଚନ୍ଦନ ଓ ପ୍ରସାଦ ଲାଗି ହୋଇ ବନ୍ଦାପନା ହେବ ଠାକୁରେ। ଚାଚେରୀ ବେଶରେ ଶ୍ରୀବିଗ୍ରହ ବୋଇରାଣୀ (ବସ୍ତ୍ର) ମାଧାବଳୀ ଇତ୍ୟାଦି ନୂଆ ଲୁଗା ଲାଗି ହେବ ।

ପ୍ରତିବର୍ଷ ଫାଲଗୁନ୍ ମାସ ଶୁକ୍ଲ ପକ୍ଷ ଦଶମୀଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଦାରୁବ୍ରହ୍ମଙ୍କ ଚାଚେରୀ ବେଶ କରାଯାଏ । ଛଅ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ୪ ସୁବର୍ଣ୍ଣ କୁଣ୍ତଳ ଓ ୨ ତଡ଼ଗୀ ପରି ବହୁମୂଲ୍ୟ ଆଭୂଷଣରେ ଭୂଷିତ ହେବେ ଶ୍ରୀବିଗହ। ଘଣ୍ଟା ଛତା ସର୍ବାଙ୍ଗ ୩ ବାଡ଼ରେ ସମ୍ପନ୍ନ ହେବ । କର୍ପୂର ଆଳତି ବଢିବ । ତିନି ବାଡ଼ରେ ଫଗୁ ଆଞ୍ଜୁଳି ଦେବା ପରେ ପାଳିଆ ପୂଜାପଣ୍ତା, ପତି ମହାପାତ୍ର ଓ ମୁଦିରସ୍ତ ସିଂହାସନ ଉପରକୁ ଉଠି ପ୍ରସାଦ ମଇଲମ କରିବେ । ଏହି ଅବସରରେ ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୀଦେବୀ ଜଗନ୍ନାଥବଲ୍ଲଭ ମଠରେ ବିଜେ ହେବେ । ସେଠାରେ ଦୋଳତ୍ସୋବ ନୀତି ପାଳନ ହେବ । ଦୋଳତ୍ସୋବ ଅବସରରେ ଶ୍ରୀନ୍ଦିର, ବଡ଼ଦାଣ୍ତ ଓ ଜଗନ୍ନାଥ ବଲ୍ଲଭ ମଠ ଓ ଦୋଳବେଦୀ ପରିସରରେ ଭକ୍ତଙ୍କ ଭିଡ଼ ଲାଗିବ । ଅବିର ରଙ୍ଗରେ ରଙ୍ଗେଇ ହେବେ ଭକ୍ତ ଓ ଭଗବାନ । ସିନ୍ଦୂର, ମୁଥା, ଅଙ୍କରାନ୍ତି, ଶତାବରୀ ଓ ପାଳୁଅର ସମ୍ମିଶ୍ରଣରେ ଠାକୁରଙ୍କ ଝିମିରି ଫଗୁ ପ୍ରସ୍ତୁତ ହୋଇଥାଏ । ଚଳିତ ବର୍ଷ ଏକାଦଶୀ ମଳ ତଥା କ୍ଷୟ ପଡୁଛି । ପୁନଃ ଠାକୁରଙ୍କ ଦୋଳତ୍ସୋବ ୭ ଦିନରୁ କମ୍ କିମ୍ବା ଉର୍ଦ୍ଧ୍ବ ହେବ ନାହିଁ ।

ପ୍ରକାଶ ଥାଉ କି, ଫଗୁ ଦଶମୀରୁ ହୋଲି ୮ ଦିନ ହେଉଛି । ଏଣୁ ମଙ୍ଗଳବାର ନହୋଇ ବୁଧବାରଠାରୁ ଚାଚେରୀ ବେଶ ଓ ସ୍ବତନ୍ତ୍ର ନୀତି ହେଉଥିବା ସୂଚନା ରହିଛି । ବୁଧବାରଠାରୁ ୫ ଦିନ ଧରି ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେବ । ୨୫ ତାରିଖ ସୋମବାର ଦୋଳପୂର୍ଣ୍ଣିମାରେ ଠାକୁରଙ୍କ ରାଜାଧିରାଜ ବେଶ ହେବ । ପରେ ୨୬ ତାରିଖ ହୋଲି ପର୍ବ ପାଳନ ହେବ ।