ନିଯୁକ୍ତି ଓ ଜମି ଦାବି କରି ହାଣ୍ଡିଆ ଗ୍ରାମବାସୀଙ୍କ ଆନ୍ଦୋଳନ
Advertisement

ନିଯୁକ୍ତି ଓ ଜମି ଦାବି କରି ହାଣ୍ଡିଆ ଗ୍ରାମବାସୀଙ୍କ ଆନ୍ଦୋଳନ

ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ ବିରୋଧରେ ହାଣ୍ଡିଆ ଗ୍ରାମବାସୀଙ୍କ ଧାରଣା ତିନିମାସରେ ପହଞ୍ଚିଲା। ପାରାଦୀପ ଉପକଣ୍ଠ ହାଣ୍ଡିଆ ଗ୍ରାମର ଜମି ହରାଇଥିବା ଜମିହରାମାନଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେଇ ଦୀର୍ଘ ୧୪ବର୍ଷ ହେବ ଭୂଆଁ ବୁଲାଇ ଚାଲିଛି ଆର୍ସେଲର୍ ମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ କମ୍ପାନୀ। ଏଥିନେଇ ବାରମ୍ବାର କମ୍ପାନୀ କର୍ତ୍ତୃପକ୍ଷ ଙ୍କ ସହ ଆଲ

ନିଯୁକ୍ତି ଓ ଜମି ଦାବି କରି ହାଣ୍ଡିଆ ଗ୍ରାମବାସୀଙ୍କ ଆନ୍ଦୋଳନ

ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ ବିରୋଧରେ ହାଣ୍ଡିଆ ଗ୍ରାମବାସୀଙ୍କ ଧାରଣା ତିନିମାସରେ ପହଞ୍ଚିଲା। ପାରାଦୀପ ଉପକଣ୍ଠ ହାଣ୍ଡିଆ ଗ୍ରାମର ଜମି ହରାଇଥିବା ଜମିହରାମାନଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେଇ ଦୀର୍ଘ ୧୪ବର୍ଷ ହେବ ଭୂଆଁ ବୁଲାଇ ଚାଲିଛି ଆର୍ସେଲର୍ ମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ କମ୍ପାନୀ। ଏଥିନେଇ ବାରମ୍ବାର କମ୍ପାନୀ କର୍ତ୍ତୃପକ୍ଷ ଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନି। ଯାହାକୁ ନେଇ ଗ୍ରାମ ର ମୁଖ୍ୟ ରାସ୍ତା ଆରମ୍ଭ ରେ ଗ୍ରାମବାସୀ ମାନେ ସେମାନଙ୍କ ଦାବୀକୁ ନେଇ ଦିର୍ଘ ତିନିମାସ ହେବ ଧାରଣା ଜାରୀ ରଖିଛନ୍ତି। ତେବେ ସେମାନଙ୍କ କହିବାନୁଯାୟୀ କମ୍ପାନୀ ସେମାନଙ୍କ ସହ ପ୍ରତିଶୃତି ଦେଇ ପ୍ରତାରଣା କରୁଥିବା ସେମାନେ ସିଧାସଳଖ ଅଭିଯୋଗ କରିଛନ୍ତି | କମ୍ପାନୀ ପ୍ରାଚୀର କାର୍ଯ୍ୟ ଆରମ୍ଭ କରୁଥିବା ବେଳେ ଗ୍ରାମବାସୀ ମାନଙ୍କୁ ଏପର୍ଯ୍ୟନ୍ତ ବିସ୍ଥାପିତ କରୁନାହିଁ କିମ୍ବା ନୂଆ ଜାଗା ଦେଖାଉ ନାହିଁ | ସେହିପରି ପ୍ରତି ପରିବାର ରେ ଥିବା ବେକାର ଯୁବକ ଯୁବତୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଗ୍ରାମବାସୀ ମାନେ ଦାବି କରି ଆସୁଥିବା ବେଳେ ମାତ୍ର ୩୦ ପିଲାଙ୍କୁ ନେଇ ନିଜ ମନ ମୁତାବକ ଠିକା ଭାବେ କାର୍ଯ୍ୟ କରାଉ ଥିବା ଓ ଗ୍ରାମବାସୀ ଙ୍କ କଥା ଶୁଣୁ ନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି | ଏନେଇ ପ୍ରାଚୀର କାର୍ଯ୍ୟ କୁ ଗ୍ରାମବାସୀ ବନ୍ଦ କରିଥିବା ବେଳେ ସେମାନଙ୍କ ସହ ଆଲୋଚନା କରୁନାହିଁ କମ୍ପାନୀ | ଆଗକୁ ଗ୍ରାମବାସୀ ମାନେ କମ୍ପାନୀ ଫାଟକ ଆଗରେ ଧାରଣା ଦେବା ସହ କମ୍ପାନୀ ଫାଟକ ରେ ତାଲା ପକାଇବେ ବୋଲି ଚେତାବନୀ ଦେଇଛନ୍ତି।