Panji Meeting: ପଣା ସଂକ୍ରାନ୍ତି କେବେ? ଆଜି ପାଞ୍ଜି ବୈଠକରେ ନିଆଯିବ ନିଷ୍ପତ୍ତି
Advertisement

Panji Meeting: ପଣା ସଂକ୍ରାନ୍ତି କେବେ? ଆଜି ପାଞ୍ଜି ବୈଠକରେ ନିଆଯିବ ନିଷ୍ପତ୍ତି

Panji Meetingପଣା ସଂକ୍ରାନ୍ତି କେବେ? ଏନେଇ ଦୀର୍ଘ ଧରି ଦ୍ବନ୍ଦ ଲାଗି ରହିଛି । ଏହାକୁ ଦୂର କରିବା ନେଇ ସୋମବାର ପୁରୀରେ ବସିବ ପାଞ୍ଜି ବୈଠକ । ପାଞ୍ଜିକାର ଓ ଗଣନାକାରଙ୍କୁ ନେଇ ଏହି ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।

Panji Meeting: ପଣା ସଂକ୍ରାନ୍ତି କେବେ? ଆଜି ପାଞ୍ଜି ବୈଠକରେ ନିଆଯିବ ନିଷ୍ପତ୍ତି

Panji Meeting: ପଣା ସଂକ୍ରାନ୍ତି କେବେ? ଏନେଇ ଦୀର୍ଘ ଧରି ଦ୍ବନ୍ଦ ଲାଗି ରହିଛି । ଏହାକୁ ଦୂର କରିବା ନେଇ ସୋମବାର ପୁରୀରେ ବସିବ ପାଞ୍ଜି ବୈଠକ । ପାଞ୍ଜିକାର ଓ ଗଣନାକାରଙ୍କୁ ନେଇ ଏହି ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।

ସୂଚନା ଅନୁଯାୟୀ, ବଜାରରେ ମିଳୁଥିବା କିଛି ପାଞ୍ଜିରେ ଚଳିତ ବର୍ଷ ପଣା ସଂକ୍ରାନ୍ତିଙ୍କୁ ନେଇ ଦ୍ବନ୍ଦ ଦେଖାଦେଇଛି । କେତେକ ପାଞ୍ଜିରେ ଏପ୍ରିଲ ୧୩ ପଣା ସଂକ୍ରାନ୍ତି ପଡୁଥିବା ନେଇ ଉଲ୍ଲେଖ କରାଯାଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ସୀକୃତିପ୍ରାପ୍ତ ରାଧାରମଣ ପାଞ୍ଜିରେ ଏପ୍ରିଲ ୧୪ରେ ପଣା ସଂକ୍ରାନ୍ତି ପାଳନ ନେଇ ଉଲ୍ଲେଖ ରହିଛି । ସେହିପରି ଅନ୍ୟ କେତେକ ଗଣନାକାର ଏପ୍ରିଲ ୧୪ରେ ପଣା ସଂକ୍ରାନ୍ତି ପାଳନ ନେଇ ମତ ଦେଇଛନ୍ତି । ତେବେ ଏହି ଦ୍ବନ୍ଦ ଦୂର କରିବା ନେଇ ପୂର୍ବରୁ ପୁରୀରେ ବୈଠକ ବସିଥିଲେ ମଧ୍ଯ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ତେବେ ଏନେଇ ସୋମବାର ପୁଣିଥରେ ବସିବ ପାଞ୍ଜି ବୈଠକ ।  ଏଥିରେ ପଣା ସଂକ୍ରାନ୍ତି ପାଳନ ନେଇ ଲାଗି ରହିଥିବା ଦ୍ବନ୍ଦ ଦୂର କରିବା ପାଇଁ ପାଞ୍ଜିକାର ଓ ଗଣନାକାରଙ୍କ ମତାମତ ନିଆଯିବ । ଏହାପରେ ପଣା ସଂକ୍ରାନ୍ତ କେବେ ପାଳନ କରାଯିବ ସେନେଇ ନିଷ୍ପତ୍ତି ନିଆଯିବ ।  

Also Read- Odisha News: ଆଜି ଯାଜପୁର ଜିଲ୍ଲାରେ ୮୭ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ