Odisha News: ଦଶପଲ୍ଲା ଷ୍ଟେସନରୁ ଆଜି ଗଡ଼ିବ ୪ଟି ଟ୍ରେନ୍‌, ଜାଣନ୍ତୁ କେଉଁ ସବୁ ରୁଟରେ ମିଳିବ ସେବା?
Advertisement
Article Detail0/zeeodisha/odisha2046286

Odisha News: ଦଶପଲ୍ଲା ଷ୍ଟେସନରୁ ଆଜି ଗଡ଼ିବ ୪ଟି ଟ୍ରେନ୍‌, ଜାଣନ୍ତୁ କେଉଁ ସବୁ ରୁଟରେ ମିଳିବ ସେବା?

Odisha News: ଦଶପଲ୍ଲାବାସୀଙ୍କ ପାଇଁ ଖୁସି ଖବର। ଦିର୍ଘ ବର୍ଷ ଅପେକ୍ଷାର ଘଟିବ ଅନ୍ତ।  କାହିଁକିନା ଆଜି ନୟାଗଡ଼ ଦଶପଲ୍ଲା ରେଳ ଷ୍ଟେସନର(Daspalla station) ଉଦଘାଟନ କରିବେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ (Railway Minister Ashwini Vaishnaw)। ପଢନ୍ତୁ ପୂରା ରିପୋର୍ଟ...

Odisha News: ଦଶପଲ୍ଲା ଷ୍ଟେସନରୁ ଆଜି ଗଡ଼ିବ ୪ଟି ଟ୍ରେନ୍‌, ଜାଣନ୍ତୁ କେଉଁ ସବୁ ରୁଟରେ ମିଳିବ ସେବା?

Odisha News: ଦଶପଲ୍ଲାବାସୀଙ୍କ ପାଇଁ ଖୁସି ଖବର। ଦିର୍ଘ ବର୍ଷ ଅପେକ୍ଷାର ଘଟିବ ଅନ୍ତ।  କାହିଁକିନା ଆଜି ନୟାଗଡ଼ ଦଶପଲ୍ଲା ରେଳ ଷ୍ଟେସନର(Daspalla station) ଉଦଘାଟନ କରିବେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ (Railway Minister Ashwini Vaishnaw)। ତେବେ, ଆମେ ଏଠାରେ ଆପଣଙ୍କୁ  ସୂଚନା ଦେବାକୁ ଚାହିଁବୁ ଯେ,  ରେଳ ଷ୍ଟେସନ ଉଦଘାଟନ (Daspalla Station) ହେବା ପରେ ସେଠାରୁ ଦୁଇଟି ପାସେଞ୍ଜର ଓ ଗୋଟିଏ ଲେଖାଁଏ ଏକ୍ସପ୍ରେସ୍ ଓ ମେମୁ ଟ୍ରେନର (Train)ଶୁଭାରମ୍ଭ କରିବେ। ପତାକା ଦେଖାଇ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ। ଏହି ୪ଟି ଟ୍ରେନ ନୟାଗଡ଼ବାସୀଙ୍କୁ ରେଳ ସେବା ଯୋଗାଇବ। ଏନେଇ ଦଶପଲ୍ଲା ରେଳ ଷ୍ଚେସନକୁ ଅତି ସୁନ୍ଦର ଭାବେ ସଜା ଯାଇଛି। ମନ୍ତ୍ରୀଙ୍କ ଆଗମନ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ALSO READ: Today Horoscope: ଏହି ସବୁ ରାଶି ପାଇଁ ଉପୁଜିପାରେ ଅଡ଼ୁଆ ପରିସ୍ଥିତି, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ?

ତେବେ, ଏହି ଉତ୍ସବରେ କନ୍ଧାମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଓ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ସାମିଲ୍ ହେବାର କାର୍ଯ୍ୟକ୍ରମ ରହିଛି।  ସୂଚନା ଅନୁସାରେ, ଏହି ଲାଇନରେ ନୂଆଗାଁ ପର୍ଯ୍ୟନ୍ତ ଟ୍ରେନ୍ ଚାଲୁଥିବା ବେଳେ ନୂଆଗାଁରୁ ଦଶପଲ୍ଲା ପ୍ରାୟ ୧୫.୫ କିଲୋମିଟର। ଦଶପଲ୍ଲାକୁ ଆଜିଠାରୁ ରେଳ ଚଳାଚଳ ଆରମ୍ଭ ହେଇ ଥିବାରୁ ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି । ଦଶପଲ୍ଲା ଠାରୁ ପୁରୀ,  ଏବଂ ଭୁବନେଶ୍ବରକୁ ୪ଟି ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ ଗୁଡିକର ସମ ସାରଣୀ ପୂର୍ବତଟ ରେଳ ବାଇ ପକ୍ଷରୁ ଘୋଷଣା କରାଯାଇଛି।

ରେଳ ଷ୍ଟେସନ୍ ଉଦଘାଟନ ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଣ୍ଟିଲୋ ଠାରେ ଡାକ ବିଭାଗର କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମରେ ଯୋଗ ଦେବେ। ରବିବାର (ଆସନ୍ତାକାଲି)  ଆଠଗଡ଼, ବଡମ୍ବା ଏବଂ ନରସିଂହପୁର ଅଞ୍ଚଳରେ କିଛି ସ୍ଥାନୀୟ କାର୍ଯ୍ୟକ୍ରମରେ ସାମିଲ୍ ହେବାର କାର୍ଯ୍ୟକ୍ରମ ରହିଛି।