Odisha News: ପ୍ରଧାନଶିକ୍ଷକ ପଢ଼ାଇବେ ୨ ପିରିୟଡ, ପ୍ରଶାସନିକ କାର୍ଯ୍ୟ ସହ ପାଠ ପଢ଼ାଇବାକୁ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ବିଭାଗ
Advertisement

Odisha News: ପ୍ରଧାନଶିକ୍ଷକ ପଢ଼ାଇବେ ୨ ପିରିୟଡ, ପ୍ରଶାସନିକ କାର୍ଯ୍ୟ ସହ ପାଠ ପଢ଼ାଇବାକୁ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ବିଭାଗ

Odisha News: ନିୟମିତ ସ୍କୁଲରେ ପାଠ ପଢାଇବେ ପ୍ରଧାନ ଶିକ୍ଷକ। ଦିନକୁ ଅତି କମରେ ୨ଟି କ୍ଲାସ୍ ନେବେ। ଏଭଳି ନିର୍ଦ୍ଦେଶ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।  ଶିକ୍ଷାରୁ ଗୁଣାତ୍ମାକ ମାନ ବଢାଇବା ପାଇଁ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନଶିକ୍ଷକ ସ୍କୁଲର ଅଭିଜ୍ଞ  ହୋଇଥିବାରୁ ସେମାନଙ୍କର ପାଠପଢା ମାନ ବହୁତ ଭଲ। 

ସୌଜନ୍ୟ-ସୋସିଆଲ୍ ମିଡିଆ

Odisha News: ନିୟମିତ ସ୍କୁଲରେ ପାଠ ପଢାଇବେ ପ୍ରଧାନ ଶିକ୍ଷକ। ଦିନକୁ ଅତି କମରେ ୨ଟି କ୍ଲାସ୍ ନେବେ। ଏଭଳି ନିର୍ଦ୍ଦେଶ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।  ଶିକ୍ଷାରୁ ଗୁଣାତ୍ମାକ ମାନ ବଢାଇବା ପାଇଁ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନଶିକ୍ଷକ ସ୍କୁଲର ଅଭିଜ୍ଞ  ହୋଇଥିବାରୁ ସେମାନଙ୍କର ପାଠପଢା ମାନ ବହୁତ ଭଲ। ତେଣୁ ପିଲାଙ୍କ ଶିକ୍ଷାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ପରେ  ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ  ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ଚିଠି କରାଯାଇଛି। 

ପ୍ରଧାନ ଶିକ୍ଷକମାନେ ସ୍କୁଲରେ କ୍ଲାସ୍ ନେଉ ନଥିବାର ଅଭିଯୋଗ ଆସିବା ପରେ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ନିର୍ଦ୍ଦେଶ ଦିଆଯାଇଛି।  ପ୍ରଧାନଶିକ୍ଷକମାନେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଆଳ ଦେଖାଇ କ୍ଲାସ୍ ନେଉ ନଥିଲେ।  ଅଧିକାଂଶ ସମୟ ନିଜ କକ୍ଷରେ ରହୁଥିଲେ ମଧ୍ୟ କ୍ଲାସ୍ କରୁ ନଥିଲେ । ଅଫିସ୍ କାର୍ଯ୍ୟ ଓ ସରକାରଙ୍କ ବିଭିନ୍ନ ଦାୟିତ୍ବ ଉପରେ ରହୁଥିବାର କହି ପିଲାଙ୍କୁ ପଢାଉ ନଥିଲେ। କେବଳ ଯେ ପ୍ରଧାନଶିକ୍ଷକ ନୁହଁନ୍ତି । ବରଂ ସ୍କୁଲର ବରିଷ୍ଠ ଅଭିଜ୍ଞ ଶିକ୍ଷକମାନେ ସମାନ ଢଙ୍ଗରେ କ୍ଲାସ ନେଉଥିଲେ। ଏପଟେ ଶିକ୍ଷକ ଅଭାବରୁ କୋର୍ସ ମଧ୍ୟ ସରିପାରୁ ନଥିଲା। ସ୍କୁଲରେ ଅଭିଜ୍ଞ ଶିକ୍ଷକ ଥିବା ସତ୍ତ୍ବେ କ୍ଲାସ୍ ନେଇ ନଥିବା ଅଭିଯୋଗ ହେଉଥିଲା।  ପିଲାଙ୍କ ସ୍ବାର୍ଥ  ଏବଂ ସ୍କୁଲର ଶିକ୍ଷାକୁ ଗୁଣାତ୍ମକ କରିବା ପାଇଁ ଗଣଶିକ୍ଷା ବିଭାଗ ଏପରି ନିର୍ଦ୍ଦେଶ ଦିଆଯାଇଛି। 

ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୦୨୧ ଏପ୍ରିଲ୍ ୫ରେ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରଧାନଶିକ୍ଷକ ଏବଂ ଶିକ୍ଷୟତ୍ରୀ ସ୍କୁଲରେ ପାଠ ପଢାଇବାକୁ ବାଧ୍ୟ ବୋଲି ନୋଟିସ୍ ପ୍ରକାଶ ପାଇଥିଲା।  ଏହାକୁ ଅଧିକାଂଶ ସ୍ଥାନରେ ଖିଲାପି କରାଯାଉଥିବାରୁ ଦୃଷ୍ଟି ଆକର୍ଷଣ ହେବା ପରେ  ବିଭାଗ ପକ୍ଷରୁ ଚିଠି କରାଯାଇଛି। ଏହି ଚିଠିକୁ ଆଧାର କରି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଡିଇଓଙ୍କୁ ଚିଠି କରାଯାଇଛି।