Odisha News: କେନ୍ଦୁଝର ଜିଲ୍ଲାରେ ମଙ୍ଗଳବାର ସନ୍ଧ୍ୟାରୁ ବର୍ଷା ଲାଗି ରହିଥିବା ବେଳେ ବହୁ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଛି । ନଦୀ, ନାଳ ସବୁଠି ପାଣି ଭର୍ତ୍ତି ହୋଇଥିବା ବେଳେ ପାଟଣା ଅଞ୍ଚଳରେ ଜଳବନ୍ଧୀ ପରିସ୍ଥିତି ସୃଷ୍ଟି ହୋଇଛି । ପାଟଣା ଡେଣୁଆଁ ଜହ୍ନେଇ ନାଳ ଉପରେ ୪ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି ।
Trending Photos
School closed: ରାଜ୍ୟରେ ପ୍ରବଳ ବର୍ଷା (Heavy rain) ଲାଗି ରହିଥିବା ବେଳେ ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ଆଉ ଦୁଇ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ (Bhubaneswar Meteorological Department) ପକ୍ଷରୁ ଆକଳନ କରାଯାଇଛି । ତେବେ ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ତଳିଆ ଅଞ୍ଚଳରେ ପାଣିପ ସ୍ରୋତ ବଢିବାରେ ଲାଗିଛି । ତେବେ ଏହାକୁ ଦୃଷ୍ଟିରେ ରଖି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣ କରାଯାଇଛି ।
ସୂଚନା ଅନୁଯାୟୀ, ଲଗାଣ ବର୍ଷା ପାଇଁ ଆଜି ୫ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ନୂଆପଡ଼ା, କଳାହାଣ୍ଡି, କେନ୍ଦୁଝର, ବଲାଙ୍ଗୀର ଓ ସୁବର୍ଣ୍ଣପୁରର ସବୁ ସରକାରୀ ଓ ବେସରକାରୀ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି । ଲଗାଣ ବର୍ଷା ଯୋଗୁଁ ବଲାଙ୍ଗୀର (Balangir) ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛି ପ୍ରଶାସନ । ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ସମସ୍ତ ସ୍କୁଲ ବନ୍ଦ ରହିବା ନେଇ ଜିଲ୍ଲାପାଳ (Chanchal Rana) ଟ୍ବିଟ କରି ସୂଚନା ଦେଇଥିଲେ । ସେପଟେ କେନ୍ଦୁଝର (kendujhar) ଜିଲ୍ଲାର ସମସ୍ତ ସ୍କୁଲକୁ ମଧ୍ଯ ଛୁଟି ଘୋଷଣା କରାଯାଇଛି । ଲଗାଣ ବର୍ଷା ଯୋଗୁଁ ବୁଧବାର ଦିନ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ବନ୍ଦ ରଖିବା ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଜିଲ୍ଲାର ସମସ୍ତ ବିଡିଓଙ୍କୁ ସଜାଗ ରହିବାକୁ କୁହାଯାଇଛି । ତଳିଆ ଅଂଚଳରେ ବର୍ଷା ସ୍ଥିତି ଦେଖି ଲୋକଙ୍କୁ ସ୍ଥାନାନ୍ତର କରାଯିବ । ମାଟି ଘରେ ରହୁଥିବା ଅଂଚଳରେ ଅଧିକ ଧ୍ୟାନ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରକାଶ ଥାଉ କି, କେନ୍ଦୁଝର ଜିଲ୍ଲାରେ ମଙ୍ଗଳବାର ସନ୍ଧ୍ୟାରୁ ବର୍ଷା ଲାଗି ରହିଥିବା ବେଳେ ବହୁ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଛି । ନଦୀ, ନାଳ ସବୁଠି ପାଣି ଭର୍ତ୍ତି ହୋଇଥିବା ବେଳେ ପାଟଣା ଅଞ୍ଚଳରେ ଜଳବନ୍ଧୀ ପରିସ୍ଥିତି ସୃଷ୍ଟି ହୋଇଛି । ପାଟଣା ଡେଣୁଆଁ ଜହ୍ନେଇ ନାଳ ଉପରେ ୪ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ପାଟଣା ମୁଖ୍ୟାଳୟକୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ସେପଟେ ସାହାରାପଡ଼ା ବ୍ଲକ କୁମୁଳାବାହାଳୀଠାରେ ତେଲ ନନ୍ଦୀ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଯାହା ଫଳରେ କେନ୍ଦୁଝର ଓ ମୟୂରଭଞ୍ଜ ମଧ୍ୟରେ ଯୋଗଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ଅନ୍ୟପଟେ ଘୋଳକୁଣ୍ତ ନିକଟରେ ମଧ୍ୟ ତେଲ ନଦୀ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ସାହାରପଡ଼ା ବ୍ଲକ ଦାମାହୁଦା ପଞ୍ଚାୟତର ୫ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି ।
In view of heavy rainfall and red warning issued by the office of SRC for Balangir district, all govt and private schools and AWCs of Balangir district shall remain closed today (2nd August, Wednesday). @SRC_Odisha @CMO_Odisha @WCDOdisha @SMEOdisha @IPR_Odisha
— Collector & DM, Balangir (@CollectorBgr) August 2, 2023
Also Read- Weather Update: ଗଭୀର ଅବପାତରେ ପ୍ରଭାବରେ ରାଜ୍ୟରେ ଆଉ ୨ ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାରୁ ରେଡ଼ ୱାର୍ଣ୍ଣିଂ
ପ୍ରକାଶ ଥାଉ କି, କେନ୍ଦୁଝର ଜିଲ୍ଲାରେ ମଙ୍ଗଳବାର ସନ୍ଧ୍ୟାରୁ ବର୍ଷା ଲାଗି ରହିଥିବା ବେଳେ ବହୁ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଛି । ନଦୀ, ନାଳ ସବୁଠି ପାଣି ଭର୍ତ୍ତି ହୋଇଥିବା ବେଳେ ପାଟଣା ଅଞ୍ଚଳରେ ଜଳବନ୍ଧୀ ପରିସ୍ଥିତି ସୃଷ୍ଟି ହୋଇଛି । ପାଟଣା ଡେଣୁଆଁ ଜହ୍ନେଇ ନାଳ ଉପରେ ୪ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ପାଟଣା ମୁଖ୍ୟାଳୟକୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ସେପଟେ ସାହାରାପଡ଼ା ବ୍ଲକ କୁମୁଳାବାହାଳୀଠାରେ ତେଲ ନନ୍ଦୀ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଯାହା ଫଳରେ କେନ୍ଦୁଝର ଓ ମୟୂରଭଞ୍ଜ ମଧ୍ୟରେ ଯୋଗଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ଅନ୍ୟପଟେ ଘୋଳକୁଣ୍ତ ନିକଟରେ ମଧ୍ୟ ତେଲ ନଦୀ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ସାହାରପଡ଼ା ବ୍ଲକ ଦାମାହୁଦା ପଞ୍ଚାୟତର ୫ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି ।
ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପଶ୍ଚିମ ଓ ଉତ୍ତର ପଶ୍ଚିମ ମୁହାଁ ହୋଇ ୨୪ ଘଣ୍ଟା ଭିତରେ ଗାଙ୍ଗେୟ ପଶ୍ଚିମବଙ୍ଗରେ ପହଁଞ୍ଚିବ । ଫଳରେ ଏହାର ପ୍ରଭାବରେ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ଅସମ୍ଭାଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼ ଓ ସମ୍ବଲପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ଼ ୱାର୍ଣ୍ଣିଂ (Red alert) ଜାରି କରାଯାଇଛି । ସେହିଭଳି କନ୍ଧମା, କଳାହାଣ୍ତି, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା, ଅନୁଗୁଳ, ଦେବଗଡ଼, କେନ୍ଦୁଝର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ସେପଟେ ଗଭୀର ଅବପାତ ପ୍ରଭାବରେ ଓଡ଼ିଶା ଉପକୂଳରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ମଧ୍ଯ ସମ୍ଭାବନା ରହିଛି । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଏପରି କି, ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳ, ଚାଷ ଜମି ଅଞ୍ଚଳରେ ପାଣି ଜମିବା ସହ ସମ୍ବେଦନଶୀଳ ଅଞ୍ଚଳରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି । ୩ ତାରିଖ ବେଳକୁ ରାଜ୍ୟରେ ବର୍ଷାର ପ୍ରଭାବ କମିବ ।