Odisha News: ସରକାରଙ୍କ ବିନା ଅନୁମତିରେ କାଟି ପାରିବେ ନାହିଁ ତାଳଗଛ
Advertisement
Article Detail0/zeeodisha/odisha2317428

Odisha News: ସରକାରଙ୍କ ବିନା ଅନୁମତିରେ କାଟି ପାରିବେ ନାହିଁ ତାଳଗଛ

Odisha News: ବଜ୍ରପାତ(Thunder)ଜନିତ ମୃତ୍ୟୁକୁ ହ୍ରାସ କରିବାକୁ ରାଜ୍ୟରେ ବହୁ ପରିମାଣରେ ତାଳଗଛ(Palm Tree) ଲଗାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଗ୍ରାମାଞ୍ଚଳରେ ବହୁ ପରିମାଣରେ ତାଳଗଛ ଲଗାଇବାକୁ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ବତନ୍ତ୍ର ରିଲିଫ୍‌ କମିଶନର(SRC) ସତ୍ୟବ୍ରତ ସାହୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ ଏବଂ କୃଷି ଓ ସଶକ୍ତୀକରଣ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

Odisha News: ସରକାରଙ୍କ ବିନା ଅନୁମତିରେ କାଟି ପାରିବେ ନାହିଁ ତାଳଗଛ

Odisha News: ବିନା ଅନୁମତିରେ କାଟି ହେବନାହିଁ ତାଳଗଛ। ପଡ଼ିଆରେ ତାଳଗଛ ବ୍ୟାପକ କଟା ହେଉଥିବାରୁ ବଜ୍ରପାତ ଆଶଙ୍କା ବଢ଼ୁଥିବା ଆକଳନ କରାଯାଇଛି। ବଜ୍ରପାତକୁ ନିୟନ୍ତ୍ରଣ କରିବାରେ ଏହି ଡେଙ୍ଗା ଗଛ ଅନେକ ଗୁରୁତ୍ୱ ବହନ କରୁଥିବାରୁ ତାଳଗଛ କାଟିବା ଉପରେ ପ୍ରତିବନ୍ଧକ ଲାଗୁ କରିଛନ୍ତି ପ୍ରଧାନ ମୁଖ୍ୟ ସଂରକ୍ଷକ। ଏବେ ଜଙ୍ଗଲ ବିଭାଗର ପୂର୍ବ ଅନୁମତି ନେଇ ତାଳଗଛ କଟାଯାଇପାରିବ।

ଗତ ଏପ୍ରିଲ(April) ମାସରେ ଲୋକମାନଙ୍କୁ ବଞ୍ଚାଇବା ପାଇଁ ପାରମ୍ପରିକ ପଦ୍ଧତି ଆପଣାଇବାକୁ ସରକାର ନିଷ୍ପତ୍ତି ନେଇଥିଲେ। ବଜ୍ରପାତ(Thunder)ଜନିତ ମୃତ୍ୟୁକୁ ହ୍ରାସ କରିବାକୁ ରାଜ୍ୟରେ ବହୁ ପରିମାଣରେ ତାଳଗଛ(Palm Tree) ଲଗାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଗ୍ରାମାଞ୍ଚଳରେ ବହୁ ପରିମାଣରେ ତାଳଗଛ ଲଗାଇବାକୁ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ବତନ୍ତ୍ର ରିଲିଫ୍‌ କମିଶନର(SRC) ସତ୍ୟବ୍ରତ ସାହୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ ଏବଂ କୃଷି ଓ ସଶକ୍ତୀକରଣ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ରାଜ୍ୟରେ ବଜ୍ରପାତ ( Lightning Death) ମୃତ୍ୟୁ ବଢ଼ି ଚାଲିଛି। ଗଲା ୧୧ ବର୍ଷରେ ୩୭୯୦ ଜଣଙ୍କ ମୃତ୍ୟୁ ଘଟିଛି। ୨୦୨୧-୨୨ରେ ୨୮୧ ଜଣଙ୍କ ମୃତ୍ୟୁ ( Lightning Death)  ଘଟିଥିଲା। ଚଳିତ ମୌସୁମୀରେ ମଧ୍ୟ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ବଜ୍ରପାତ ମୃତ୍ୟୁକୁ ବିପର୍ଯ୍ୟୟ ଭାବେ ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ ଅନେକ ଥର ଚିଠି ଲେଖି ଜଣାଇଛନ୍ତି। ତାଳଗଛ (Borassus tree) ଏହିପରି ବଜ୍ରପାତକୁ ପ୍ରଥମେ ଆକର୍ଷିତ କରିଥା,। ଫଳରେ ଧନଜୀବନ ରକ୍ଷା ହୋଇଥାଏ। ଆଗରୁ ଏଥିପ୍ରତି ଧ୍ୟାନ ଦିଆଯାଉଥିଲା। କିନ୍ତୁ ସହରୀକରଣ, ଭିତ୍ତିଭୂମି ନିର୍ମାଣ, କଳକାରଖାନା ବୃଦ୍ଧି ହେତୁ ଏସବୁ ସଂଖ୍ୟା ଏବେ କମିବାରେ ଲାଗିଛି। ଅନେକ ସ୍ଥାନରେ ତାଳଗଛକୁ କଟା ଯାଇଛି।  ଖାଲିଯେ ବଜ୍ରପାତ ତା ନୁହେଁ ଏହା ଉପକୂଳ ଅଞ୍ଚଳରେ ବାତ୍ୟଜନିତ କ୍ଷତିକୁ ମଧ୍ୟ କମ୍‍ କରାଏ। ଏହାଛଡ଼ା ଲୋକଙ୍କ ଜୀବନ ଜୀବୀକା ମଧ୍ୟ ସାାଜିଥାଏ। ଏଣୁ ବିପର୍ଯ୍ୟୟ ପରିଚାଳନା ପାଣ୍ଠିକୁ ଉପଯୋଗ କରି ବିଭିନ୍ନ ସ୍ଥାନରେ ତାଳଗଛ ରୋପଣ (Borassus tree) ତଥା ପ୍ରାକୃତିକ ଉପାୟରେ  ବିପର୍ଯ୍ୟୟ କ୍ଷୟକ୍ଷତିକୁ କମାଇବା ଲାଗି ସରକାର (state government) ଚିନ୍ତା କରିଛନ୍ତି।