Odisha News: ବିଧାୟକ ସମ୍ବିତ ରାଉତରାୟ ଓ ପତ୍ନୀଙ୍କ ଲଉଡି ଖେଳ
Advertisement

Odisha News: ବିଧାୟକ ସମ୍ବିତ ରାଉତରାୟ ଓ ପତ୍ନୀଙ୍କ ଲଉଡି ଖେଳ

Odisha News: ପାରାଦୀପ ବିଧାୟକ ସମ୍ବିତ୍ ରାଉତରାୟ ଓ ତାଙ୍କ ପତ୍ନୀ ବିଧାୟିକା ପ୍ରାର୍ଥୀନୀ ଗୀତାଞ୍ଜଳୀ ରାଉତରାୟଙ୍କ ଲଉଡି ଖେଳ । ବିଜେଡି ଟିକେଟ୍ ପାଇଁ ପୁରୀ ଯାଇ ପ୍ରଥମେ ଜଗନ୍ନାଥ ଦର୍ଶନ ପରେ ପାରାଦୀପ ବିଧାୟକ ପ୍ରାର୍ଥୀନୀଙ୍କର ଥିଲା ପ୍ରଥମ ନିର୍ବାଚନ ମଣ୍ଡଳୀ ଗସ୍ତ । 

Odisha News: ବିଧାୟକ ସମ୍ବିତ ରାଉତରାୟ ଓ ପତ୍ନୀଙ୍କ ଲଉଡି ଖେଳ

Odisha News: ପାରାଦୀପ ବିଧାୟକ ସମ୍ବିତ୍ ରାଉତରାୟ ଓ ତାଙ୍କ ପତ୍ନୀ ବିଧାୟିକା ପ୍ରାର୍ଥୀନୀ ଗୀତାଞ୍ଜଳୀ ରାଉତରାୟଙ୍କ ଲଉଡି ଖେଳ । ବିଜେଡି ଟିକେଟ୍ ପାଇଁ ପୁରୀ ଯାଇ ପ୍ରଥମେ ଜଗନ୍ନାଥ ଦର୍ଶନ ପରେ ପାରାଦୀପ ବିଧାୟକ ପ୍ରାର୍ଥୀନୀଙ୍କର ଥିଲା ପ୍ରଥମ ନିର୍ବାଚନ ମଣ୍ଡଳୀ ଗସ୍ତ । ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀ ତଥା ମହାବିଷୁବ ପଣା ସଂକ୍ରାନ୍ତି ପାଳନ ଅବସରର ଏହି ଗସ୍ତ କାର୍ଯ୍ୟକ୍ରମରେ ଅନେକ ଗ୍ରାମ ପଞ୍ଚାୟତ ବୁଲି ବୁଲିଥିଲେ। ଶେଷରେ ବିଧାୟକ ଦମ୍ପତି ପହଞ୍ଚିଥିଲେ ପାରାଦୀପ ନିର୍ବାଚନ ମଣ୍ଡଳୀର ଭୁତମୁଣ୍ଡାଇ ପଞ୍ଚାୟତର ଜଗତି ଗାଁ ଠାରେ । ଯେଉଁଠାରେ ଗୋପବନ୍ଧୁ ଯାଦବ ସଂଘ ପକ୍ଷରୁ ଆୟୋଜିତ ହୋଇଥିଲା ୨୦ତମ ଲଉଡି ପ୍ରତିଯୋଗିତା । ଗୋପାଳ ମାନଙ୍କ ପ୍ରିୟ ଲଉଡି ଖେଳ ଦେଖି ବିଧାୟକ ସମ୍ବିତ ରାଉତରାୟ ଓ ତାଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟ ଦୁହେଁ ମିଶି ଲଉଡି ଖେଳ ଓ ନାଚଗୀତରେ ମସଗୁଲ୍ ହୋଇ ଉଠିଥିଲେ । ଲଉଡି ପ୍ରତିଯୋଗିତା ଦୀର୍ଘ ୨୦ ବର୍ଷ ଧରି ଭୂତମୁଣ୍ଡାଇ ଜଗତି ଗ୍ରାମରେ ଚାଲି ଆସୁଥିବାବେଳେ ଆଖପାଖ ଅଞ୍ଚଳର ଲୋକେ ବିଧାୟକ ଦମ୍ପତିଙ୍କ ଲଉଡି ଖେଳ କୁ ବେଶ୍ ଉପଭୋଗ କରିଥିଲେ।

ALSO READ: Gold Silver Price: ଏହି ସହରରେ ଖସିଲା ସୁନା ରେଟ୍, ଜାଣନ୍ତୁ ଭରି ପିଛା କେତେ ଅଛି ଦର?