Puri News: ବିବାହ ପୂର୍ବରୁ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ଅନନ୍ତ ଅମ୍ବାନୀ, ଦାନ କଲେ ଏତେ କୋଟି
Advertisement

Puri News: ବିବାହ ପୂର୍ବରୁ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ଅନନ୍ତ ଅମ୍ବାନୀ, ଦାନ କଲେ ଏତେ କୋଟି

Odisha News: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଆମ୍ବନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ତେବେ ଅନନ୍ତ ଅମ୍ବାନୀଙ୍କ ବିବାହ ଆସନ୍ତା ଜୁଲାଇରେ ହେବା ପାଇଁ ସ୍ଥିର ହୋଇଛି। ଏଣୁ ସେ ଭାରତର ସମସ୍ତ ଦେବାଦେବୀ ମନ୍ଦିର ପରିଦର୍ଶନ କରୁଛନ୍ତି।

Puri News: ବିବାହ ପୂର୍ବରୁ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ଅନନ୍ତ ଅମ୍ବାନୀ, ଦାନ କଲେ ଏତେ କୋଟି

Odisha News: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଆମ୍ବନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେ ୨ କୋଟି ୫୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଏହି ଦାନ ରାଶି ଗ୍ରହଣ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ,ଅଙ୍ଗବସ୍ତ୍ର ଓ ମହାପ୍ରସାଦ ଦିଆଯାଇଛି। ଅନନ୍ତ ଶ୍ରୀମନ୍ଦିରକୁ ପ୍ରବେଶ କରିବା ସମୟରେ ମହାପ୍ରଭୁଙ୍କର ଚନ୍ଦନଲାଗି ନିତି ବଢୁଥିଲା। ଭିତରକାଠ ନିକଟରୁ ଚତୂର୍ଦ୍ଧାମୂର୍ତ୍ତୀଙ୍କ ବଡସିଂହାର ବେଶ ଓ ପହୁଡ ନିତି ଦର୍ଶନ କରି ସାନିଧ୍ୟ ନେଇଥିଲେ। 

 

ତାପରେ ଶ୍ରୀମନ୍ଦିର ଭିତର ବେଢାରେ ଥିବା ସମସ୍ତ ପାର୍ଶ୍ୱଦେବାଦେବୀ ମନ୍ଦିର ପରିଦର୍ଶନ କରିଥିଲେ। କେବଳ ସେତିକି ନୁହେଁ ତାଙ୍କର ଅବଦାନରୁ ପୂର୍ବରୁ ଶ୍ରୀମନ୍ଦିର ସିଂହଦ୍ଵାର ସହ ଆଠଟି ଦୁଆରକୁ ରୂପାଛାଉଣି କରାଯାଇଥିବା ବେଳେ ଏବେ ଅବଶିଷ୍ଠ ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଦ୍ୱାର ସହ ଛୋଟଛୋଟ ମନ୍ଦିର ଦୁଆର ରୂପାଛାଉଣି କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଶ୍ରୀମନ୍ଦିରରେ ଅତି ସୁନ୍ଦର ଭାବେ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଥିବାରୁ ସେ ବେଶ୍ ଖୁସି ଥିବା ନଜରକୁ ଆସିଥିଲେ ବୋଲି କହିଛନ୍ତି ତାଙ୍କ କୌଳିକ ପଣ୍ଡା।

ତେବେ ଅନନ୍ତ ଅମ୍ବାନୀଙ୍କ ବିବାହ ଆସନ୍ତା ଜୁଲାଇରେ ହେବା ପାଇଁ ସ୍ଥିର ହୋଇଛି। ଏଣୁ ସେ ଭାରତର ସମସ୍ତ ଦେବାଦେବୀ ମନ୍ଦିର ପରିଦର୍ଶନ କରୁଛନ୍ତି। ସେ ଗୌହାଟିରୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିବା ପରେ ପୁରୀ ଆସିଥିଲେ। ଜେଡ ପ୍ଲସ ସୁରକ୍ଷାରେ ସେ ଶ୍ରୀମନ୍ଦିର ଯାଇଥିଲେ।। ରାତି ୯.୩୦ ରେ ପୁରୀ ଅଭମୁଖେ ଆସିଥିଲେ। ପୁରୀରେ ରାତି ୧୦.୩୦ରେ ପହଞ୍ଚି ଶ୍ରୀମନ୍ଦିରକୁ ଯାଇଥିଲେ। ଶ୍ରୀମନ୍ଦିରକୁ ଯିବା ପୂର୍ବରୁ ସାନ ଛତା ମଠ ନିକଟରେ ପାଦ ଧୋଇଥିଲେ। 

ଶ୍ରୀମନ୍ଦିରରକୁ ଯାଇ ସେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ବିମଳା ଓ ଅନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ କରିଥିଲେ। କୌଳିକ ପଣ୍ଡାଙ୍କ ଖାତାରେ ଦସ୍ତଖତ କରିଥିଲେ। ମହାଲକ୍ଷ୍ମୀ ମନ୍ଦିରରେ ସେ କିଛି ସମୟ ବସି ରହିଥିଲେ। ତେବେ ଶ୍ରୀମନ୍ଦିରରେ ପ୍ରାୟ ଦୁଇଘଣ୍ଟା ଅତିବାହିତ ଥିଲେ।ଏହି ଅବସରରେ ପରିଚାଳନା କମିଟି ସଦସ୍ୟ ଜଗନ୍ନାଥ କର, କୌଳିକ ପଣ୍ଡା ରଘୁନାଥ ଗୋଛିକାର ଓ ଅନ୍ୟାନ୍ୟ ସେବାୟତ ତାଙ୍କ ନିକଟରେ ଉପସ୍ଥିତ ଥିଲେ। ପୁରୀ ଆସିବା ପୂର୍ବରୁ ଅମ୍ବାନୀ ଆସାମ ଯାଇ ମାତା କାମାକ୍ଷାଙ୍କ ଦର୍ଶନ କରିଥିଲେ। ସେପଟେ ଶ୍ରୀଜଗନ୍ନାଥଙ୍କ ପହୁଡ ନିତି ଦର୍ଶନ କରି ଫେରିବା ପରେ ସମସ୍ତଙ୍କୁ ଜୟ ଜଗନ୍ନାଥ, ଜୟ ଶ୍ରୀରାମ ,ରାମନବମୀ ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଇଲେ ଅନନ୍ତ। ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଏସପି ସୁନିଲ ମିଶ୍ର,ସିଟି ଡିଏସପି ପ୍ରଶାନ୍ତ ସାହୁ ପ୍ରମୁଖ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ଅମ୍ବାନୀଙ୍କ ଗସ୍ତ ପରିଚାଳନା କରିଥିଲେ।