GiTAGGED: ଓଡ଼ିଶାର ୭ ସାମଗ୍ରୀକୁ ମିଳିଲା GI ମାନ୍ୟତା, ଜାଣନ୍ତୁ କ’ଣ ସବୁ ରହିଛି ସାମିଲ?
Advertisement

GiTAGGED: ଓଡ଼ିଶାର ୭ ସାମଗ୍ରୀକୁ ମିଳିଲା GI ମାନ୍ୟତା, ଜାଣନ୍ତୁ କ’ଣ ସବୁ ରହିଛି ସାମିଲ?

GiTAGGED: ରାଜ୍ୟର ଗୋଟେ କି ଦୁଇଟି ନୁହେଁ ଏକା ଥରେ ୭ଟି ସାମଗ୍ରୀକୁ ମିଳିଲା ଜିଆଇ ମାନ୍ୟତା (GiTAGGED) । ଏନେଇ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ସୋସିଆଲ ମିଡ଼ିଆ ପ୍ଲାର୍ଟଫର୍ମ ‘ଏକ୍ସ’ରେ ସୂଚନା ଦିଆଯାଇଛି । 

ସୌ(ସୋସିଆଲ ମିଡିଆ)

GiTAGGED: ରାଜ୍ୟର ଗୋଟେ କି ଦୁଇଟି ନୁହେଁ ଏକା ଥରେ ୭ଟି ସାମଗ୍ରୀକୁ ମିଳିଲା ଜିଆଇ ମାନ୍ୟତା (GiTAGGED) । ଏନେଇ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ସୋସିଆଲ ମିଡ଼ିଆ ପ୍ଲାର୍ଟଫର୍ମ ‘ଏକ୍ସ’ରେ ସୂଚନା ଦିଆଯାଇଛି । ଏହି ତାଲିକାରେ ଓଡ଼ିଶା ଖଜୁରୀ ଗୁଡ଼, ଢେଙ୍କାନାଳ ମଗଜି ଲଡୁ, ଶମିଳିପାଳ କାଇ ଚଟଣୀ, ନୟାଗଡ଼ କଣ୍ଟେଇମୁଣ୍ତି ବାଇଗଣି, ରାୟଗଡ଼ା ଡଙ୍ଗରିଆ କନ୍ଧଙ୍କ କପଡ଼ାଗଣ୍ତା ଏମ୍ବ୍ରୋଡ଼େରୀ ଶାଲ୍, କୋରପୁଟ କଳାଜିରା ଚାଉଳ ଓ ଲାଞ୍ଜିଆ ସଉରା ଚିତ୍ରକଳା ଇଡ଼ିତାଲ ସାମିଲ ରହିଛି ।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୩ ତାରିଖରେ କେନ୍ଦ୍ରପଡ଼ା ରସାବଳୀକୁ ଜିଆଇ ମାନ୍ୟତା ପାଇଥିଲା । ଏହା ସହ ଅକ୍ଟୋବର ୩୧ରେ କଟକର ପ୍ରସିଦ୍ଧ ଚାନ୍ଦି ତାରକସୀ କାମର ଜିଆଇ ଜର୍ଣ୍ଣାଲ ପ୍ରକାଶ ପାଇଛି । ଏହାର ଆପ୍ଲିକେସନ୍ ନଂ ୭୬୭ ରହିଛି । ଏହା ଉପରେ ଯଦି କୌଣସି ଅଭିଯୋଗ ନ ଆସେ ତାହାଲେ, ନିୟମ ଅନୁସାରେ ଆସନ୍ତା ୨ ମାସ ମଧ୍ଯରେ ଏହା ମଧ୍ଯ ଜିଆଇ ମାନ୍ୟତା ହାସଲ କରିବ ।

ପୂର୍ବରୁ ଓଡ଼ିଶାର ୧୮ଟି ସାମଗ୍ରୀ ଜିଆଇ ମାନ୍ୟତା ପାଇସାରଛି । ଏହି ୧୮ଟି ସାମଗ୍ରୀ ମଧ୍ଯରେ ବ୍ରହ୍ମପୁର ପାଟଶାଢୀ ଓ ଯୋଡ଼, କନ୍ଧମାଳ ହଳଦୀ, ଗୋପଳପୁର ଟସର, ଧଳାପଥର ପର୍ଦ୍ଦା, କୋଣାର୍କ ପଥର ଖୋଦେଇ, ଓଡ଼ିଶା ବାନ୍ଧକଳା, ଗଞ୍ଜାମ କିଆ ଫୁଲ ଓ କିଆ ରସ, ବୋମକାଇ ଶାଢୀ, ଓଡ଼ିଶା ପଟ୍ଟଚିତ୍ର, ଖଣ୍ତୁଆ ଶାଢୀ, ପିପିଲି ଚାନ୍ଦୁଆ କାମ, ଆରକୁ ଭ୍ୟାଲି ଆରବିକା କଫି, ସମ୍ବଲପୁରୀ ବାନ୍ଧ ଶାଢୀ, ହାବସପୁରୀ ଶାଢୀ, ଓଡ଼ିଶା ରସଗୋଲ, କେନ୍ଦ୍ରପଡ଼ା ରସବଳି ଓ କୋଟପାଡ଼ ହସ୍ତତନ୍ତ ସାମିଲ ରହିଛି ।

Also Read-Weather Update: ଆଲର୍ଟ ଜାରି କଲା ପାଣିପାଗ ବିଭାଗ, ଏହି ସବୁ ଜିଲ୍ଲାରେ ବର୍ଷା ଆଶଙ୍କା!