Odisha Election 2024: ଆଜି ଆସିପାରେ ବିଜେପିର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା
Advertisement

Odisha Election 2024: ଆଜି ଆସିପାରେ ବିଜେପିର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା

Odisha Election 2024: ଆଜି ଆସିପାରେ ବିଜେପିର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା । ୧୮ ତାରିଖରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଥିବା ବେଳେ ଆଜି ବାକି ଥିବା ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି।

ସୂଚନା ଅନୁଯାୟୀ, ବିଜେପି ପ୍ରଥମ ପର୍ଯ୍ୟାୟରେ ୧୧୨ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି । ହେଲେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ କିଛି ଆସନରେ ଏଯାଏଁ ପ୍ରାର୍ଥୀ ଘୋଷଣା ହୋଇନାହିଁ । ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, ଝରିଗାଁ, ଡାବୁଗାଁ, ମୋହନା, ବିଷମକଟକ, କୋଟପାଡ ଓ ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ଦଳ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ । ୩୫ ଆସନରେ ନାଁ ଘୋଷଣା ବାକି ଥିବା ବେଳେ ଶନିବାର ଅର୍ଥାତ୍ ଆଜି ପ୍ରାର୍ଥୀ ତାଲିକା ଆସିବ ବୋଲି ଚର୍ଚ୍ଚା ।

Also Read- HBD Bhubaneswar: ୭୭ ବର୍ଷରେ ପାଦ ଦେଲା ରାଜଧାନୀ ଭୁବନେଶ୍ବର, ଏଯାଏଁ ମିଳିଲାନି ଜିଲ୍ଲା ମାନ୍ୟତା

ବରଗଡ଼ ଲୋକସଭା କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର ବେଳେ ଏହି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ତୋମାର କହିଛନ୍ତି, ଆସନ୍ତା ୨୦ ତାରିଖ ସୁଦ୍ଧା ସମସ୍ତ ୧୪୭ଟି ଆସନରେ ଦଳର ପ୍ରାର୍ଥୀ ଘୋଷଣା ସରିଯିବ । ଏହିକ୍ରମରେ ଆଜି ଦ୍ଵିତୀୟ ପର୍ଯ୍ୟାୟରେ ୨୫ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ । ବିଜେପି ଦୁଇଟି ପର୍ଯ୍ୟାୟରେ ରାଜ୍ୟର ସମସ୍ତ ୨୧ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୧୧୨ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ତେଣୁ ଆଉ ୩୫ ଆସନରେ ଦଳର ପ୍ରାର୍ଥୀ ଘୋଷଣା ବାକି ରହିଛି।