LaccMI Bus: ରାୟଗଡାବାସୀଙ୍କୁ ନୂଆବର୍ଷ ଭେଟି; ଏହି ଦିନଠୁ ଜିଲ୍ଲାରେ ଗଡି଼ବ 'ଲକ୍ଷ୍ମୀ ବସ୍'
Advertisement

LaccMI Bus: ରାୟଗଡାବାସୀଙ୍କୁ ନୂଆବର୍ଷ ଭେଟି; ଏହି ଦିନଠୁ ଜିଲ୍ଲାରେ ଗଡି଼ବ 'ଲକ୍ଷ୍ମୀ ବସ୍'

LaccMI Bus: ବିକାଶ ପଥରେ ଆଗଉଛି ଓଡି଼ଶା (Odisha)। ଆଦିବାସୀ ଅଞ୍ଚଳ ସହ ଯୋଡି ହେବ ସହର। ଏଣିକି ଯାତ୍ରା ହେବ ଆହୁରି ସହଜ।   ନୂଆ ବର୍ଷ ପୂର୍ବରୁ ଆଉ ଏକ ଜିଲ୍ଲାରେ ଗଡିବାକୁ ଯାଉଛି 'ଲକ୍ଷ୍ମୀ ବସ୍' (LaccMI Bus)। ପଢନ୍ତୁ ଏହି ରିପୋର୍ଟ...

LaccMI Bus: ରାୟଗଡାବାସୀଙ୍କୁ ନୂଆବର୍ଷ ଭେଟି; ଏହି ଦିନଠୁ ଜିଲ୍ଲାରେ ଗଡି଼ବ 'ଲକ୍ଷ୍ମୀ ବସ୍'

LaccMI Bus: ବିକାଶ ପଥରେ ଆଗଉଛି ଓଡି଼ଶା (Odisha)। ଆଦିବାସୀ ଅଞ୍ଚଳ ସହ ଯୋଡି ହେବ ସହର। ଏଣିକି ଯାତ୍ରା ହେବ ଆହୁରି ସହଜ।  ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଲଗାତାର ପର୍ଯ୍ୟାୟ କ୍ରମେ ଖୁସି ଖବର ଦେଉଛନ୍ତି ରାଜ୍ୟ ସରକାର । ଜନସାଧାରଣଙ୍କ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି ପ୍ରତି ଗାଁ’ରେ ସରକାରୀ ବସ (Odisha Govt Bus)ପହଞ୍ଚାଉଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ନୂଆ ବର୍ଷ ପୂର୍ବରୁ ଆଉ ଏକ ଜିଲ୍ଲାରେ ଗଡିବାକୁ ଯାଉଛି 'ଲକ୍ଷ୍ମୀ ବସ୍' (LaccMI Bus)। ରାୟଗଡାବାସୀଙ୍କୁ (Rayagada) ନୂଆ ବର୍ଷ ଭେଟି ଦେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ।   

Also Read: Weather Update: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମିଧିଲି’, ଜାଣନ୍ତୁ ଓଡ଼ିଶା ଉପରେ କ'ଣ ରହିବ ପ୍ରଭାବ

ଆସନ୍ତା ୨୫ ତାରିଖରୁ ରାୟଗଡା ଜିଲ୍ଲାରେ 'ଲକ୍ଷ୍ମୀ ବସ୍' (LaccMI Bus) ଗଡିବ । ଏ-ନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମିଳିଥିବା ସୂଚନା ଅନୁସାରେ,  ଜିଲ୍ଲାର ୧୧ଟି ବ୍ଲକରେ ମୋଟ୍ ୨୯୮ ବସ୍ ରହଣୀ ସ୍ଥଳ ରହିଥିବା ବେଳେ ଆସନ୍ତା ୨୫ରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ । ଏନେଇ ରାୟଗଡା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଲକ୍ଷ୍ମୀ ବସ ଏବଂ ସମସ୍ତ ରହଣି ସ୍ଥଳରେ ବସ ଅଟକିବା ସହ ଜନସାଧାରଣଙ୍କ ଯାତାୟତରେ ସମ୍ପୁର୍ଣ୍ଣ ସହଯୋଗ କରାଯିବ । ତେବେ ଏହି ଯୋଜନର ଶୁଭାରମ୍ଭକୁ ନେଇ ରାୟଗଡାବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ତେବେ, ଏହି ବସ୍ ଚଳାଚଳ କଲେ ସାଧାରଣତଃ ଛାତ୍ରଛାତ୍ରୀ ଓ ମହିଳାମାନେ ବିଶେଷ ଉପକୃତ ହେବେ। 

ନିକଟରେ,  ନଭେମ୍ବର ୧ରେ କଳାହାଣ୍ଡି ଜିଲ୍ଲାରେ (Kalahandi) 'ଲକ୍ଷ୍ମୀ ବସ'ର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Cm Naveen Patnaik)।  ତେବେ, ଏହା ପୂର୍ବରୁ ଅର୍ଥାତ୍ ଅକ୍ଟୋବର ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ମାଲକାନଗିରିରେ ‘ଲକ୍ଷ୍ମୀ ବସ୍’(LAccMI Bus services to start in Malkangiri ) ସେବା ଆରମ୍ଭ ହୋଇଥିଲା। ଯାହାକୁ ବଣ୍ଡାଘାଟିରୁ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Patnaik)। ଦ୍ବିତୀୟ ପର୍ଯ୍ୟାୟରେ, ଅର୍ଥାତ୍ ଅକ୍ଟୋବର ୨୦ ତାରିଖରେ ଗଜପତି ଜିଲ୍ଲାରେ ଏହି ସେବା ଆରମ୍ଭ ହୋଇଥିଲା।  ସେବା -ସୁରକ୍ଷା ଏବଂ ସମ୍ମାନ ଏହି ତିନି ଏସ୍ କୁ ଗୁରୁତ୍ବ ଦେଇ ଲକ୍ଷ୍ମୀ ବସ୍ ଯୋଜନା ରାଜ୍ୟରେ ଆରମ୍ଭ ହୋଇଛି । ଲୋକଙ୍କ ଦୈନନ୍ଦିନ ଗମନାଗମନ ସୁବିଧା ପାଇଁ  ଆଗାମୀ ଦିନରେ ୧,୦୦୦ରୁ ଅଧିକ ବସ୍ ନିୟୋଜିତ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର ୨୦୨୩-୨୬ ବର୍ଷ ମଧ୍ୟରେ ୩,୧୭୮ କୋଟି ଖର୍ଚ୍ଚ କରିବାକୁ ଯାଉଛନ୍ତି। ଏହି ସାର୍ବଜନୀନ ପରିବହନ ବ୍ୟବସ୍ଥା ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ବ୍ୟାପକ ପରିବର୍ତ୍ତନ ଆଣିବ।