Odisha Govt Schemes: ସରକାରୀ ଯୋଜନା ସମ୍ପର୍କରେ ସୃଷ୍ଟି କରାଯିବ ସଚେତନତା; କାର୍ଯ୍ୟକାରୀ ହେବ ଏହି ପଦକ୍ଷେପ
Advertisement
Article Detail0/zeeodisha/odisha1833605

Odisha Govt Schemes: ସରକାରୀ ଯୋଜନା ସମ୍ପର୍କରେ ସୃଷ୍ଟି କରାଯିବ ସଚେତନତା; କାର୍ଯ୍ୟକାରୀ ହେବ ଏହି ପଦକ୍ଷେପ

Govt Schemes of Odisha: ଲୋକକଳା ମାଧ୍ୟମରେ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସୃଷ୍ଟି କରାଯିବ ସଚେତନତା। ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ସହିତ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗର ମିଳିତ ପ୍ରୟାସରେ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ।

 

Odisha Govt Schemes: ସରକାରୀ ଯୋଜନା ସମ୍ପର୍କରେ ସୃଷ୍ଟି କରାଯିବ ସଚେତନତା; କାର୍ଯ୍ୟକାରୀ ହେବ ଏହି ପଦକ୍ଷେପ

Odisha Govt Schemes Awareness: ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଜନସାଧାରଣରେ ସଚେତନତା ସୃଷ୍ଟି କରାଯିବ। ୫ଟି ଉପକ୍ରମରେ ସରକାରଙ୍କ ପକ୍ଷରୁ ଜାରି ବିକାଶ ପ୍ରକ୍ରିୟାରେ ସମସ୍ତଙ୍କୁ ସାମିଲ କରିବା ଏବଂ କୌଣସି ଯୋଜନାରୁ ଯେପରି ଯୋଗ୍ୟବ୍ୟକ୍ତି ବାଦ ନ ପଡନ୍ତି ସେ ସମ୍ପର୍କରେ ଲୋକକଳା ମାଧ୍ୟମରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଗ୍ରାମରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପାଲା, ଦାସକାଠିଆ, ଘୋଡ଼ାନାଚ ଏବଂ ବିଭିନ୍ନ ଜିଲ୍ଲାର ଲୋକପ୍ରିୟ ଲୋକକଳା ମାଧ୍ୟମରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏନେଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ମିଳିତ ପ୍ରୟାସରେ କାର୍ଯ୍ୟକାରୀ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ।

ଏ ସମ୍ପର୍କରେ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ (Information and Public Relations Department Odisha) ନିର୍ଦ୍ଦେଶକ ସରୋଜ କୁମାର ସାମଲ ଏବଂ ସଂସ୍କୃତି ନିର୍ଦ୍ଦେଶକ ଦିଲୀପ ରାଉତରାୟଙ୍କ ମିଳିତ ଉପସ୍ଥିତିରେ ଭର୍ଚ୍ୟୁଆଲ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ସମସ୍ତ ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ (District Information and Public Relations Officer) ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ (District Culture Officer Odisha) ଯୋଗ ଦେଇଥିଲେ। ସେହିଭଳି ଗତକାଲି ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ (Odia Language Literature Culture Dept Odisha) ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇସାରିଛି। ଯେଉଁଥିରେ ସୂଚନା ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଉଭୟ ବିଭାଗର ବିଭାଗୀୟ ନିର୍ଦ୍ଦେଶକ ଏବଂ ଜିଲ୍ଲାପାଳ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି। 

ଏନେଇ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆବଶ୍ୟକୀୟ ପାଣ୍ଠି ଯୋଗାଇ ଦିଆଯିବ। ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ସହାୟତା ପ୍ରଦାନ କରାଯିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୫ ସେପ୍ଟେମ୍ବରରୁ ଏ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହା ପୂର୍ବରୁ ରାଜ୍ୟ, ଜିଲ୍ଲା, ବ୍ଲକ ସ୍ତରରେ କଳାକାରଙ୍କୁ (Folk Art Artist Odisha) ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଯେଉଁଥିରେ ବ୍ଲକ ଏବଂ ଜିଲ୍ଲା ସ୍ତରର କଳା ସାଂସ୍କୃତିକ ସଂଘକୁ (Art Cultural Association Odisha) ସାମିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ନିକଟରେ ଲୋକକଳା କଳାକାରଙ୍କ ପରିବେଷଣ ଜନିତ ପାରିଶ୍ରମିକ ରାଜ୍ୟ ସରକାର (Odisha Govt) ବୃଦ୍ଧି କରିଥିଲେ। ଯାହାକୁ ନେଇ ସେମାନ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ।