Top 10 News Today: ସଂକ୍ଷେପରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2266214

Top 10 News Today: ସଂକ୍ଷେପରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର

Top 10 News Today: ଏପର୍ଯ୍ୟନ୍ତ ଘଟିଯାଇଥିବା ବଡ଼ ଖବର ଗୁଡିକ ସଂକ୍ଷପରେ ପଢିନିଅନ୍ତୁ ।

Top 10 News Today: ସଂକ୍ଷେପରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର

Top 10 News Today: 

1. ବାତ୍ୟା ରେମାଲ ପ୍ରଭାବରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ପଶ୍ଚିମବଙ୍ଗ ପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକର କ୍ଷୟକ୍ଷତି ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ  ଲ୍ୟାଣ୍ଡଫଲ ସମୟରେ  ପ୍ରବଳ ବର୍ଷା ଓ ୧୩୫ କିଲୋମିଟର ବେଗରେ ପବନ ପ୍ରବାହିତ ହେବାରୁ ଏପରି କ୍ଷୟକ୍ଷତି ହୋଇଛି। ୨୧ ଘଣ୍ଟା ଧରି କୋଲକତା ବିମାନବନ୍ଦରରୁ ବିମାନ ଉଡ଼ାଣ ବାତିଲ ହେବା ପରେ ଆଜି ସକାଳେ ଉଡ଼ାଣ ଆରମ୍ଭ ହୋଇଛି। ଗତକାଲି ସନ୍ଧ୍ୟା ୮ଟା ୩୦ ମିନିଟ୍‍ ସମୟରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଯାହା ୪ ଘଣ୍ଟା ଧରି ଚାଲିଥିଲା। 

2. ବାତ୍ୟା ରେମଲ ପ୍ରଭାବରେ ଗତ କିଛିଦିନ ହେଲା ଶୀତଳ ଥିବା ଓଡ଼ିଶାକୁ ପୁଣିଥରେ ଗରମ ଫେରିବାକୁ ଯାଉଛି।  ଆସନ୍ତାକାଲିଠାରୁ  ଦିନବେଳେ ତାପମାତ୍ରା ୨ରୁ୩ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହିପରି ଗରମ ମାସ ଶେଷ ଯାଏ ଚାଲିବ। ଜୁନ୍‍ ଆରମ୍ଭରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ଆରମ୍ଭ ହେବା ସମ୍ଭାବନା ରହିଛି। 

3. ଆଗାମୀ ୫ ଦିନ ଭିତରେ କେରଳ ଛୁଇଁପାରେ ଦକ୍ଷିଣ-ପଣ୍ଚିମ ମୌସୁମୀ ବାୟୁ। ଏନେଇ ଭାରତ ପାଣିପାଗ ବିଭାଗ ସୂଚନା ଦେଇଛି।  ମୌସୁମୀ କେରଳ ଛୁଇଁବା ନେଇ ପାଗ ଅନୁକୂଳ ରହିଛି । ୫ ଦିନ ଭିତରେ ଏହା କେରଳ ଉପକୂଳ ଛୁଇଁପାରେ ବୋଲି କୁହାଯାଇଛି।

4. ସାଧାରଣ ନିର୍ବାଚନର ୪ଟି ଯାକ ପର୍ଯ୍ୟାୟ ମତଦାନ ପାଇଁ ପ୍ରାର୍ଥୀ ହୋଇଥିବା ୧୨୮୫ ପ୍ରାର୍ଥୀଙ୍କ ମଧ୍ୟରୁ ୩୪୮ ଜଣ ପ୍ରାର୍ଥୀଙ୍କ ନାଁରେ ବିଭିନ୍ନ ମାମଲା ଅଦାଲତରେ ରହିଛି। ସେମାନଙ୍କ ଭିତରୁ ୨୯୨ ଜଣଙ୍କ ନାଆଁରେ ଗୁରୁତର ମାମଲା ଥିବା ବେଳେ ୪ ଜଣ ଧର୍ଷଣ  ଭଳି ଅଭିଯୋଗ ରହିଥିବା ସେମାନେ ଦାଖଲ କରିଥିବା  ସତ୍ୟପାଠରେ ଉଲ୍ଲେଖ ରହିଛି। ସେହିପରି ୭୦ ଜଣ ହତ୍ୟା ଉଦ୍ୟମ ମାମଲାରେ ଓ ୧୦ ଜଣ ପ୍ରାର୍ଥୀ ହତ୍ୟା ମାମଲାରେ ଜଡ଼ିତ ଅଛନ୍ତି।

5. ଜମ୍ମୁ କଶ୍ମୀରରେ ବିଚ୍ଛିନ୍ନତାବାଦୀଙ୍କୁ କଡ଼ା ଜବାବ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଆତଙ୍କବାଦୀଙ୍କ ସହ ହାତ ମିଳିଇଥିବା କୌଣସି ବ୍ୟକ୍ତିଙ୍କ ପରିବାରର ଅନ୍ୟ କୌଣସି ଲୋକଙ୍କୁ ସରକାରୀ ଚାକିରି ମିଳିବ ନାହିଁ ବୋଲି ସେ କହିଛନ୍ତି। ପଥର ଫିଙ୍ଗାଳିଙ୍କ ପରିବାରକୁ ମଧ୍ୟ ଏହି ତାଲିକାରେ ସାମିଲ୍‍ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି ମୋଦୀ ସରକାର ନା କେବଳ ଆତଙ୍କବାଦୀଙ୍କୁ ଟାର୍ଗେଟ କରିଛନ୍ତି ବରଂ, ଦେଶରୁ ଆତଙ୍କବାଦକୁ ମୂଳପୋଛ କରିଛନ୍ତି। 

6. ଡଲାର ତୁଳନାରେ ଟଙ୍କାର ମୂଲ୍ୟ ତଳକୁ ଖସିଛି। ସେମାବାରଦିନ ୪ ପଇସା ଖସିବାରୁ ୧ ଆମେରିକୀୟ ଡଲାରର ମୂଲ୍ୟ ପ୍ରାୟ ୮୩ଟଙ୍କା ୧୪ ପଇସା ହୋଇଛି। ଆନ୍ତର୍ଜାତିକ ବଜାରରେ ତୈଳ ଦର ବୃଦ୍ଧି ଏହାର ଏକ ପ୍ରଭୁଖ କାରଣ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

7. ଇଭିଏମରେ ଗ୍ରହଣ କରାଯାଉଥିବା ଭୋଟ ଭିଭିପ୍ୟାଟ୍‍ ସହ ତାଳ ମେଳ ଖାଉ ନାହିଁ ବୋଲି ଅଭିଯୋଗ କରି ଏହାକୁ ମେଳ କରିବା ଲାଗି ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଯାଚିକାକୁ କୋର୍ଟ ଖାରଜ କରିଛନ୍ତି। ଏପ୍ରିଲ୍‍ ୨୬ ତାରିଖରେ ଏମିତି ଏକ ଯାଚିକାକୁ ବିରୋଧ କରି ମାମଲା ଖାରଜ କରିଥିଲେ କୋର୍ଟ। 

8. ଅହମ୍ମଦାବାଦ ବିମାନ ବନ୍ଦରରେ ଗିରଫ ହୋଇଥିବା ୪ ଶ୍ରୀଲଙ୍କା ଆଇଏସ୍‍ ଆଇଏସ୍ ସନ୍ଦିଗ୍ଧଙ୍କୁ ଭାରତ ପଚଚରାଉଚୁରା କରିବ। ଶ୍ରୀଲଙ୍କା କବଳ ନିଜ ଦେଶରେ ତାଙ୍କ ଦ୍ୱାରା ସଂଗଠିତ ଅପରାଧକୁ ଯାଞ୍ଚ କରିବ ବୋଲି ଶ୍ରୀଲଙ୍କା ସରକାରୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମେ’ ୧୯ ତାରିଖ ଦିନ ଏହି ୪ ଜଣଙ୍କୁ ଭାରତରେ ଗିରଫ କରାଯାଇଥିଲା। 

9. ଭାରତୀୟ ଷ୍ଟକ ବଜାରରେ ସୋମବାର ଏକ ନୂଆ ଉତ୍ସାହ ଦେଖାଦେଇଛି । ନିବେଶଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଯୋଗୁଁ ଉଭୟ ସେନସେକ୍ସ ଓ ନିଫ୍ଟି ଆଜି ନୂଆ ରେକର୍ଡ ସହ ବନ୍ଦ ହୋଇଛନ୍ତି । ପ୍ରଥମ ଥର ପାଇଁ ସେନସେକ୍ସ ୭୬୦୦୦ ପଏଣ୍ଟ ଟପିଯାଇଥିବାବେଳେ ନିଫଟି ୨୩୧୧୦ ପଏଣ୍ଟ ଟପିଯାଇଛି। କିନ୍ତୁ ବନ୍ଦ ବେଳକୁ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଥିଲା। 

10.  ପାକିସ୍ତାନରେ ଶାସନ କରୁଥିବା ପାକିସ୍ତାନ ମୁସଲିମ ଲିଗ୍‍  ନବାଜ ଏବଂ ପାକିସ୍ତାନ ପିପ୍ୟୁଲ୍ସ ପାର୍ଟି  ଇମ୍ରାନ୍‍ ଖାନ୍‍ଙ୍କ ପାକିସ୍ତାନ ତେହରିକ୍‍-ଏ- ଇନ୍‍ସାଫ୍‍ ପାର୍ଟିକୁ ଆଲୋଚନା ପାଇଁ ଡାକିଛନ୍ତି। ଇମ୍ରାନ୍‍ ଖାନ୍‍ ଏବେ ଜେଲରେ ଅଛନ୍ତି। ତାଙ୍କ ସମର୍ଥକ ଏବଂ ଦଳୀୟ କର୍ମକର୍ତ୍ତା  ବିଭିନ୍ନ ସମୟରେ ରାସ୍ତାର ଆନ୍ଦୋଳନ କରୁଥିବାରୁ ସେମାନଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ କରିବାକୁ ଚାହିଛନ୍ତି ସରକାର।

Also Read- ପୁରୀ ଆସିଛନ୍ତି କି, ତାହାଲେ ବୁଲିବାକୁ ଭୁଲନ୍ତୁ ନାହିଁ ଏହି ୫ଟି ସ୍ଵତନ୍ତ୍ର ପୀଠ....

Also Read- Airtel Plan: ମାତ୍ର ଏତିକି ଟଙ୍କାରେ ବର୍ଷେ ପାଇଁ ମିଳୁଛି ଅସୀମିତ କଲିଂ ସହ ଡାଟା