Advertisement
Photo Details/zeeodisha/odisha2265600
photoDetails0hindi

Puri News: ରଥଖଳାରୁ... ଆଜି ଅଖ ସହ ଲାଗି ହେବ ଚକ, ଦେଖନ୍ତୁ କିଛି ସୁନ୍ଦର ଫଟୋ

Puri News: ଅକ୍ଷୟ ତୃତୀୟା ଠାରୁ ରଥକାମ ଆରମ୍ଭ ହୋଇଛି । ତିନି ରଥ ନିର୍ମାଣରେ ଲାଗିପଡିଛନ୍ତି ମହାରଣା ସେବକ । ତେବେ, କିଭଳି ଭାବେ ରଥ ନିର୍ମାଣ କାମ ଚାଲିଛି । ଦେଖନ୍ତୁ ଏହି ମନଲୋଭା ଫଟୋ...

1/10

ଅକ୍ଷୟ ତୃତୀୟା ଠାରୁ ରଥକାମ ଆରମ୍ଭ ହୋଇଛି । 

2/10

ରଥଖଳାରେ ରଥ ନିର୍ମାଣ କାମ ଜାରି ରହିଛି । ଏନେଇ ଚଳଚଞ୍ଚଳ ରଥଖଳା ।

 

3/10

ରଥଖଳା ଠାରେ ଗୁଜରେ ରୂପ ଖୋଦେଇ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଦୋଳବେଦୀ ଅସ୍ଥାୟୀ କମାର ଶାଳ ଠାରେ ଅର କଣ୍ଟା, ତୁମ୍ବର ବାହ୍ୟ ବଳା ଏବଂ ପନ୍ଦାରି ଚାବି ନିର୍ମାଣ ଜାରି ରଖିଛନ୍ତି ।

 

4/10

ଏଥି ସହ ଆଜି ତିନି ରଥର ୫ଟି ଲେଖାଏଁ ଚକ ନିର୍ମାଣ ମଧ୍ୟ ଶେଷ ହେବାକୁ ଯାଉଅଛି ।

 

5/10

ଚଳିତ ମାସ ୨୯ ତାରିଖ ଦିନ ପବିତ୍ର ଭଉଁରୀ ତିଥିରେ ଚକ ସହିତ ଅଖ ସଂଯୋଗ ହେବ। 

 

6/10

ଏଥି ପାଇଁ ତିନି ରଥର ଗୋଟିଏ ଲେଖାଏଁ ନାହାକା ଅଖର ଅନୁକୂଳ ପୂଜା ସମ୍ପନ୍ନ ହେବା ସହ ଅଖର ଉଭୟ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ଶେଷ ହୋଇଛି ।

 

7/10

ସେପଟେ, ରବିବାର ବାହାର ଚନ୍ଦନ ଯାତ୍ରାର ସପ୍ତଦଶ ଦିବସ ଥିଲା ।

 

8/10

ଏ ଅବସରରେ ନରେନ୍ଦ୍ର ପୁଷ୍କରିଣୀ ଓ ଚନ୍ଦନ ମଣ୍ଡପଠାରେ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହୋଇଛି। 

 

9/10

ତେବେ, ମହାପ୍ରଭୁଙ୍କ ଏହି ନୀତିକାନ୍ତି ଦେଖିବାକୁ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିଥିଲା।

 

10/10

ଭକ୍ତିମୟ ହୋଇପଡି଼ଥିଲା ପୂରା ପରିବେଶ।