Nandankanan: ନନ୍ଦନକାନନକୁ ଆସିବେ ୧୬ଟି ନୂଆ ଅତିଥି
Advertisement
Article Detail0/zeeodisha/odisha2153808

Nandankanan: ନନ୍ଦନକାନନକୁ ଆସିବେ ୧୬ଟି ନୂଆ ଅତିଥି

Nandankanan: ନନ୍ଦନକାନନରେ ଚଳିତ ଆର୍ଥିକ ବର୍ଷରେ ୪ର୍ଥ ଥର ପାଇଁ ଜନ୍ତୁ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସମର ଗୌହାଟି ଚିଡ଼ିଆଖାନାରୁ ୪ ପ୍ରଜାତିର ୧୬ ଜୀବଜନ୍ତୁ ଆଣିବା ପାଇଁ ମଙ୍ଗଳବାର ଏକ ୫ ଜଣିଆ ଟିମ୍ ଯାଇଛନ୍ତି । 

Nandankanan: ନନ୍ଦନକାନନକୁ ଆସିବେ ୧୬ଟି ନୂଆ ଅତିଥି

Nandankanan: ନନ୍ଦନକାନନକୁ ଆସିବେ ନୂଆ ଅତିଥି। କରାଯିବ ପଶୁପକ୍ଷୀ ଅଦଳବଦଳ। ନନ୍ଦନକାନନରେ ଚଳିତ ଆର୍ଥିକ ବର୍ଷରେ ୪ର୍ଥ ଥର ପାଇଁ ଜନ୍ତୁ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସମର ଗୌହାଟି ଚିଡ଼ିଆଖାନାରୁ ୪ ପ୍ରଜାତିର ୧୬ ଜୀବଜନ୍ତୁ ଆଣିବା ପାଇଁ ମଙ୍ଗଳବାର ଏକ ୫ ଜଣିଆ ଟିମ୍ ଯାଇଛନ୍ତି । ସେଠାରୁ ୪ଟି ଅଣ୍ତିରା ମାଈ ବଡ଼ ହାଡ଼ଗିଳା ଚଢେଇ, ୪ଟି ଅଣ୍ତିରା ମାଈ ଧଳା ଦଦରାଅନା, ୪ଟି ଅଣ୍ତିରା ମାଈ ହିମାଳୟ ଗ୍ରୀଫନ ଶାଗୁଣା ଓ ୪ଟି ଅଣ୍ତିରା ମାଈ ଗେଙ୍ଗେଟିକ୍ ପାଣି କଇଁଛ ଆଣି ଆସନ୍ତା ୨୧ ତାରିଖ ମଧ୍ଯରେ ଫେରିବେ ।

ବଦଳରେ ନନ୍ଦନକାନନରୁ ୫ଟି ପ୍ରଜାତିର ୩୫ଟି ଜୀବଜନ୍ତୁ ପଠାଇବେ । ସେଥିରେ ୪ଟି ଅଣ୍ତିରା ମାଈ ଚିତ୍ରା ଗେଣ୍ତାଳିଆ, ୨ଟି ଅଣ୍ତିରା ଓ ତିନୋଟି ମାଈ କୃଷ୍ଣସାର ମୃଗ, ୨୦ଟି ଅଣ୍ତିରା ମାଈ ଧଳା ବାଜୁଣି ଅଛନ୍ତି । ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ରକ୍ତ ସମ୍ପର୍କ ପରିବର୍ତ୍ତନ କରିବା ସହିତ ଯୋଡ଼ି କରି ବଂଶ ବୃଦ୍ଧି ପାଇଁ ନୂଆ ଜୀବଜନ୍ତୁ ଅନ୍ୟ ସ୍ଥାନରୁ ଅଣାଯାଉଛି ।ନନ୍ଦନକାନନରେ ଗୁରୁତର ଥିବା ଏକ ଅଣ୍ତିର ୱାଲାବିରର ମଙ୍ଗଳବାର ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ଓୟୁଏଟିକୁ ପଠାଯାଇଛି ।  ଏହି ୱାଲାବିରର ମୃତ୍ୟୁ ପରେ ନନ୍ଦନକାନନରେ ଏମାନଙ୍କ ସଂଖ୍ୟା ୧ କୁ ଖସିଛି ।

Also Read- Odisha News: ଏଣିକି ସରକାରୀ କାର୍ଯ୍ୟାଳୟକୁ ଫୋନ କଲେ ଶୁଭିବ ଏହି ଲୋକପ୍ରିୟ ଭଜନ!

ଗତ ରବିବାର ପ୍ରଥମଥର ପାଇଁ ନନ୍ଦନକାନନ ପକ୍ଷରୁ ଆରମ୍ଭ ହୋଇଛି ‘ନାଇଟ ଆଉଟ ଆଟ ଜୁ’ (Night Out at Zoo) କାର୍ଯ୍ୟକ୍ରମ। ପ୍ରଥମ ରାତିରେ ପ୍ରାୟ ୨୦ ଜଣ ପର୍ଯ୍ୟଟକ ବ୍ୟାଟେରୀ ଚାଳିତ ଗାଡ଼ିରେ ନନ୍ଦନକାନନ ବୁଲିଥିଲେ । ଏହାସହ ରାତିରେ ବାଘ, ଭାଲୁ, ହରିଣ, ପେଚା, ସାପ, ବେଙ୍ଗ ଆଦି ଜୀବଜନ୍ତୁଙ୍କ କାର୍ଯ୍ୟକଳାପ ସମ୍ପର୍କରେ ପର୍ଯ୍ୟଟକମାନଙ୍କୁ ପ୍ରାଣୀ ଉଦ୍ୟାନରେ କର୍ମଚାରୀ ମାନେ ବୁଝାଥିଲେ । ରାତିରେ ଏହିସବୁ ପ୍ରାଣୀଙ୍କ ଜୀବନଶୈଳୀ ଉପରେ ପର୍ଯ୍ୟଟକମାନଙ୍କୁ ଶିକ୍ଷା ଦେବା ଏହି କାର୍ଯ୍ୟକ୍ରମ ମୂଳ ଉଦ୍ଦେଶ୍ୟ ଅଟେ । ଏନେଇ ସନ୍ଧ୍ୟା ୬ଟା ୩୦ରୁ ରାତି ୮ଟା ଯାଏଁ ବୁଲିବାକୁ ଅନୁମତି ଦିଆଯାଇଛି । ଏକା ସହ ୨୦ ଜଣ ପର୍ଯ୍ୟଟକ ବ୍ୟାଟେରୀ ଗାଡ଼ିରେ ବୁଲିବାର ବ୍ୟବସ୍ଥା ରହିଛି । ଜଣକ ପିଛା ଟିକେଟ୍ ମୂଲ୍ୟ ୨୫୦ ଟଙ୍କା ରହିଛି । ରାତିରେ ନନ୍ଦନକାନନ ବୁଲିବା ପାଇଁ ଚାହୁଁଥିଲେ www.nandankanan.org ମାଧ୍ୟମରେ ଅନଲାଇନ ପଞ୍ଜୀକରଣ କରି ଏହାର ମଜା ଉଠାଇପାରିବେ ।