Indian Railway: ବାଦାମପାହାଡ଼, ରାଇରଙ୍ଗପୁର ଅଞ୍ଚଳକୁ ପ୍ରଥମ ଏକ୍ସପ୍ରେସ ଟ୍ରେନ
Advertisement
Article Detail0/zeeodisha/odisha1919881

Indian Railway: ବାଦାମପାହାଡ଼, ରାଇରଙ୍ଗପୁର ଅଞ୍ଚଳକୁ ପ୍ରଥମ ଏକ୍ସପ୍ରେସ ଟ୍ରେନ

Indian Railway: ବାଦାମପାହାଡ଼/ ରାଇରଙ୍ଗପୁର ଅଞ୍ଚଳକୁ ୩ ଟି ନୂଆ ଟ୍ରେନ, ଦକ୍ଷିଣ ପୂର୍ବ ରେଳପଥକୁ ୪ଟି ନୂଆ ଟ୍ରେନ ।

Indian Railway: ବାଦାମପାହାଡ଼, ରାଇରଙ୍ଗପୁର ଅଞ୍ଚଳକୁ ପ୍ରଥମ ଏକ୍ସପ୍ରେସ ଟ୍ରେନ

Indian Railway: ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ (ashwini vaishnaw)ଙ୍କ ଦ୍ୱାରା ଦକ୍ଷିଣ ପୂର୍ବ ରେଳପଥ ପାଇଁ ୪ ଟି ନୂତନ ଟ୍ରେନ୍ ଏହି ପାର୍ବଣ ଋତୁରେ ଉପହାର ଦିଆଯାଇଅଛି ଯେଉଁଥିରେ ଟାଟା ଠାରୁ ରାଇରଙ୍ଗପୁର /ବାଦାମପାହାଡ଼ ଅଞ୍ଚଳକୁ ପ୍ରଥମ ମେଲ ଏକ୍ସପ୍ରେସ ଟ୍ରେନ ଅନ୍ତର୍ଭୁକ୍ତ । ଏହି ଅଞ୍ଚଳରେ ଟ୍ରେନ ଚଳାଚଳ ବୃଦ୍ଧି କରାଇବା ଏକ ଦୀର୍ଘ ବିଚାରାଧୀନ ଚାହିଦା ଥିଲା ଏବଂ ଏହା ସ୍ଥାନୀୟ ଲୋକଙ୍କ ଆକାଂକ୍ଷା ପୂରଣ କରିବ । ଏହି ଟ୍ରେନଗୁଡିକ ହେଉଛି ଶାଲିମାର-ବାଦାମପାହାଡ଼-ଶାଲିମାର (ସାପ୍ତାହିକ), ବାଦାମପାହାଡ଼-ରାଉରକେଲା-ବାଦାମପାହାଡ଼ (ସାପ୍ତାହିକ), ରାଉରକେଲା - ଟାଟାନଗର- ରାଉରକେଲା (ସପ୍ତାହରେ ୬ ଦିନ) ଏବଂ ଟାଟାନଗର-ବାଦାମପାହାଡ଼-ଟାଟାନଗର (ସପ୍ତାହରେ ୬ ଦିନ) ଚଳାଚଳ କରିବ । ଏହା ସ୍ଥାନୀୟ ଅର୍ଥନୀତିକୁ ବୃଦ୍ଧି କରିବା ସହିତ ଦୁର୍ଗମ ଆଦିବାସୀ ଅଞ୍ଚଳର ବିକାଶରେ ସାହାଯ୍ୟ କରିବ ଏବଂ ଆଶାୟୀ ଜିଲ୍ଲାମାନଙ୍କୁ ଅତିରିକ୍ତ ଗମନାଗମନ ସଂଯୋଗ ଯୋଗାଇବ । ଏବେ  ମେଲ / ଏକ୍ସପ୍ରେସ ଟ୍ରେନ ସେବା ଏହି ଅଞ୍ଚଳରେ ଯୋଗାଇବ ଓ ଟାଟା-ବାଦାମପାହାଡ଼ ରେଳ ସେକ୍ସନ ରେ ମେଲ / ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ । ଏହା ଖୁବ ଶୀଘ୍ର ପ୍ରଚଳନ କରାଯିବ ।

ଶାଲିମାର-ବାଦାମପାହାଡ଼-ଶାଲିମାର ସାପ୍ତାହିକ ଏକ୍ସପ୍ରେସ ।

ଶାଲିମାର-ବାଦାମପାହାଡ଼ ସାପ୍ତାହିକ ଏକ୍ସପ୍ରେସ ପ୍ରତ୍ୟେକ ଶନିବାର ଦିନ ରାତ୍ରି ୧୧ଘ. ୦୫ମି.ରେ ଶାଲିମାର ଛାଡିବ ଏବଂ ପରଦିନ ଭୋର ୦୫ଘ. ୪୦ମି.ରେ ବାଦାମପାହାଡ଼ରେ ପହଞ୍ଚିବ । ଫେରିବା ମାର୍ଗରେ ବାଦାମପାହାଡ଼- ଶାଲିମାର ଏକ୍ସପ୍ରେସ ପ୍ରତି ରବିବାର ଦିନ ରାତ୍ରି ୯ଘ.୩୦ମି.ରେ ବାଦାମପାହାଡ଼ ଛାଡିବ ଏବଂ ପରଦିନ ଭୋର ୦୫ ଘଟୀକାରେ ଶାଲିମାରରେ ପହଞ୍ଚିବ । ଏହି ଟ୍ରେନ୍ ଉଭୟ ପାର୍ଶ୍ୱରୁ ଶାଲିମାର ଏବଂ ବାଦାମପାହାଡ଼ ମଧ୍ୟରେ ସାନ୍ତ୍ରାଗାଛି, ଖଡ଼ଗ୍ପୁର, ଝାରଗ୍ରାମ, ଘଟଶିଳା, ଆସାନବୋନି, ଟାଟାନଗର, ବାହାଲଦା ରୋଡ୍, ଅଁଳାଜୋରୀ ଏବଂ ରାଇରଙ୍ଗପୁର ଷ୍ଟେସନ ଠାରେ ରହଣି କରିବ ।

ବାଦାମପାହାଡ଼-ରାଉରକେଲା-ବାଦାମପାହାଡ଼ ସାପ୍ତାହିକ ଏକ୍ସପ୍ରେସ ।

ବାଦାମପାହାଡ଼-ରାଉରକେଲା ଏକ୍ସପ୍ରେସ ପ୍ରତି ରବିବାର ଦିନ ସକାଳ ୦୬ଘ.୧୦ମି.ରେ  ବାଦାମପାହାଡ଼ ଛାଡି ସେହି ଦିନ ପୂର୍ବାହ୍ନ ୧୧ଘ.୪୦ମି.ରେ ରାଉରକେଲାରେ ପହଞ୍ଚିବ । ଫେରିବା ମାର୍ଗରେ ରାଉରକେଲା-ବାଦାମପାହାଡ଼ ଏକ୍ସପ୍ରେସ ପ୍ରତି ରବିବାର ଦିନ ଅପରାହ୍ନ ୦୨ଘ.୨୦ମି.ରେ ରାଉରକେଲା ଛାଡି ସନ୍ଧ୍ୟା ୦୭ଘ.୨୫ମି.ରେ ବାଦାମପାହାଡ଼ରେ ପହଞ୍ଚିବ । ଏହି ଟ୍ରେନ୍ ଉଭୟ ପାର୍ଶ୍ୱରୁ ବାଦାମପାହାଡ଼ ଓ ରାଉରକେଲା ମଧ୍ୟରେ ରାଇରଙ୍ଗପୁର, ଅଁଳାଜୋରୀ, ବାହାଲଦା ରୋଡ୍, ଟାଟାନଗର, ସିନି, ରାଜଖରସୁଆଁ, ଚକ୍ରଧରପୁର, ଗୋଇଲକେରା ଏବଂ ମନୋହରପୁରରେ ଷ୍ଟେସନ ଠାରେ ରହଣି କରିବ ।

ରାଉରକେଲା- ଟାଟାନଗର-ରାଉରକେଲା ଏକ୍ସପ୍ରେସ (ସପ୍ତାହରେ ୬ ଦିନ)

ରାଉରକେଲା-ଟାଟାନଗର ଏକ୍ସପ୍ରେସ ରବିବାର ବ୍ୟତୀତ ପ୍ରତିଦିନ ଭୋର ୦୪ଘ.୫୦ମି.ରେ ରାଉରକେଲା ଛାଡିବ ଏବଂ ସେହି ଦିନ ପୂର୍ବାହ୍ନ ୦୯ଘ.୧୫ମି.ରେ ଟାଟାନାଗର ଠାରେ ପହଞ୍ଚିବ । ଫେରିବା ମାର୍ଗରେ, ଟାଟାନଗର - ରାଉରକେଲା ଏକ୍ସପ୍ରେସ ରବିବାର ବ୍ୟତୀତ ପ୍ରତିଦିନ ଅପରାହ୍ନ ୦୩ଘ.୨୫ମି.ରେ ଟାଟାନଗର ଛାଡିବ ଏବଂ ସେହି ଦିନ ସନ୍ଧ୍ୟା ୦୭ଘ.୩୫ମି.ରେ ରାଉରକେଲାରେ ପହଞ୍ଚିବ । ଏହି ଟ୍ରେନ ରାଉରକେଲା ଏବଂ ଟାଟାନଗର ମଧ୍ୟରେ ବିସ୍ରା, ମନୋହରପୁର, ଚକ୍ରଧରପୁର, ସିନି ଏବଂ ଆଦିତ୍ୟପୁର ଷ୍ଟେସନ ମାନଙ୍କରେ ରହଣି କରିବ ।

ଟାଟାନଗର-ବାଦାମପାହାଡ଼-ଟାଟାନଗର ଏକ୍ସପ୍ରେସ (ସପ୍ତାହରେ ୬ ଦିନ)

ଟାଟାନଗର-ବାଦାମପାହାଡ଼ ଏକ୍ସପ୍ରେସ ରବିବାର ବ୍ୟତୀତ ପ୍ରତିଦିନ ପୂର୍ବାହ୍ନ ୦୯ଘ.୫୫ମି.ରେ ଟାଟାନଗର ଛାଡିବ ଏବଂ ସେହି ଦିନ ବାଦାମପାହାଡ଼ରେ ଅପରାହ୍ନ ୧୨ଘ.୧୫ମି.ରେ ପହଞ୍ଚିବ । ଫେରିବା ମାର୍ଗରେ ବାଦାମପାହାଡ଼ - ଟାଟାନଗର ଏକ୍ସପ୍ରେସ ରବିବାର ବ୍ୟତୀତ ପ୍ରତିଦିନ ଅପରାହ୍ନ ୧୨ଘ.୪୫ମି.ରେ ବାଦାମପାହାଡ଼ ଛାଡିବ ଏବଂ ସେହି ଦିନ ଅପରାହ୍ନ ୧୫ଘ.୨୦ମି.ରେ ଟାଟାନଗରରେ ପହଞ୍ଚିବ । ଏହି ଟ୍ରେନ୍ ଉଭୟ ପାର୍ଶ୍ୱରୁ ଟାଟାନଗର ଏବଂ ବାଦାମପାହାଡ଼ ମଧ୍ୟରେ ହଲୁଦପୁକୁର, ଅଁଳାଜୋରୀ, ରାଇରଙ୍ଗପୁର, କୁଲଡିହା ଏବଂ ଛାନଭା ଷ୍ଟେସନ ମାନଙ୍କରେ ରହଣି କରିବ ।

Also Read- ‘ଅପନା ଚନ୍ଦ୍ରାୟାନ’ ଓ୍ୱେବପୋର୍ଟାଲ ଏବଂ ସ୍ପେଶାଲ୍ ମଡ୍ୟୁଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

Also Read- ଶହେ ସ୍କୁଲର ୧୦ ହଜାର ଛାତ୍ରଛାତ୍ରୀ ଶିଖିଲେ ହାଇଡ୍ରୋ ରକେଟ୍ ଲଞ୍ଚିଂ କୌଶଳ