ସବୁ ବ୍ଲକ୍‌ରେ ଆରମ୍ଭ ହେବ ଗ୍ରାମ ନ୍ୟାୟାଳୟ: ପୃଥ୍ବୀରାଜ ହରିଚନ୍ଦନ
Advertisement
Article Detail0/zeeodisha/odisha2504432

ସବୁ ବ୍ଲକ୍‌ରେ ଆରମ୍ଭ ହେବ ଗ୍ରାମ ନ୍ୟାୟାଳୟ: ପୃଥ୍ବୀରାଜ ହରିଚନ୍ଦନ

Gram Nyayalaya will be started: ନୂଆ ଆଇନ ବିଏନଏସ ଏବଂ ବିଏନଏସଏସ ସମ୍ପର୍କରେ ଜନସାଧାରଣ ଅବଗତ ନାହାନ୍ତି। ଏହି ନୂଆ ଆଇନ ବିଷୟରେ ସଚେତନତା ସୃଷ୍ଟି କରାଯିବ। ଲୋକଙ୍କ କିପରି ତ୍ଵରିତ ନ୍ୟାୟ ମିଳିବ ସେ ଦିଗରେ ପଦକ୍ଷେପ ନିଆଯିବ। ସେଥିଲାଗି ପ୍ରତି ବ୍ଲକରେ ନ୍ୟାୟାଳୟ ଆରମ୍ଭ ହେବ। 

ସବୁ ବ୍ଲକ୍‌ରେ ଆରମ୍ଭ ହେବ ଗ୍ରାମ ନ୍ୟାୟାଳୟ: ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ଵର: ସବୁ ବ୍ଲକରେ ହେବ ଗ୍ରାମ୍ୟ ନ୍ୟାୟାଳୟ। ରାଜ୍ୟର ସବୁ ବ୍ଲକରେ ହେବ ଗ୍ରାମ୍ୟ ନ୍ୟାୟାଳୟ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଲୋକଙ୍କ ଘର ପାଖରେ ପହଞ୍ଚିବ ନ୍ୟାୟାଳୟ। ଏହାରି ଭିତରେ ୬ଟି ଗ୍ରାମ୍ୟ ନ୍ୟାୟାଳୟ ଆରମ୍ଭ ହେଲାଣି ବୋଲି ମନ୍ତ୍ରୀ କହିଛନ୍ତି। ଗ୍ରାମ ନ୍ୟାୟାଳୟ ଖୋଲିଲେ ମାମଲା ସଂଖ୍ୟା କମିବ। ଆଇନ ବ୍ୟବସ୍ଥା ଉପରେ ଚାପ କମିବ। ଯାହାଦ୍ୱାରା ସାଧାରଣ ଲୋକ ତ୍ୱରିତ ନ୍ୟାୟ ପାଇପାରିବ। ଗ୍ରାମ ନ୍ୟାୟାଳୟରେ ମଧ୍ୟସ୍ତତା ମାଧ୍ୟମରେ ମାମଲା ସମାଧାନ କରିବାରେ ସହାୟକ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି। 

ଆଇନ ସମ୍ପର୍କରେ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ସଚେତନ କରାଇବେ। ନୂଆ ଆଇନ ବିଏନଏସ ଏବଂ ବିଏନଏସଏସ ସମ୍ପର୍କରେ ଜନସାଧାରଣ ଅବଗତ ନାହାନ୍ତି। ଏହି ନୂଆ ଆଇନ ବିଷୟରେ ସଚେତନତା ସୃଷ୍ଟି କରାଯିବ। ଲୋକଙ୍କ କିପରି ତ୍ଵରିତ ନ୍ୟାୟ ମିଳିବ ସେ ଦିଗରେ ପଦକ୍ଷେପ ନିଆଯିବ। ସେଥିଲାଗି ପ୍ରତି ବ୍ଲକରେ ନ୍ୟାୟାଳୟ ଆରମ୍ଭ ହେବ।