Baliyatra 2024: ବାଲିଯାତ୍ରାରେ ଗୀତ ଗାଇବେ ସୋନୁ ନିଗମଙ୍କ ସହ ୧୩ ପ୍ରସିଦ୍ଧ କଣ୍ଠଶିଳ୍ପୀ, ଜାଣନ୍ତୁ କେଉଁ ଦିନ କିଏ
Advertisement
Article Detail0/zeeodisha/odisha2504945

Baliyatra 2024: ବାଲିଯାତ୍ରାରେ ଗୀତ ଗାଇବେ ସୋନୁ ନିଗମଙ୍କ ସହ ୧୩ ପ୍ରସିଦ୍ଧ କଣ୍ଠଶିଳ୍ପୀ, ଜାଣନ୍ତୁ କେଉଁ ଦିନ କିଏ

ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ। ଚଳିତ ବର୍ଷ ଲେଜର୍ ଲାଇଟ୍ ଶୋ ଏବଂ ଡ୍ରୋନ୍ ଶୋ ଲୋକଙ୍କ ମନ ଜିଣିବ ବୋଲି କୁହାଯାଉଛି ।

Baliyatra 2024: ବାଲିଯାତ୍ରାରେ ଗୀତ ଗାଇବେ ସୋନୁ ନିଗମଙ୍କ ସହ ୧୩ ପ୍ରସିଦ୍ଧ କଣ୍ଠଶିଳ୍ପୀ, ଜାଣନ୍ତୁ କେଉଁ ଦିନ କିଏ

Baliyatra 2024: ଆଉ ମାତ୍ର ୭ ଦିନ ପରେ ଅର୍ଥାତ ନଭେମ୍ବର ୧୫ରୁ କଟକ ମହାନଦୀପଠାରେ ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ଆରମ୍ଭ ହେବାକୁ ଯାଉଛି ଯାହା ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ବାଲିଯାତ୍ରାକୁ ଆଉ ସପ୍ତାହେ ବାକି ଥିବାରୁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଗଲାଣି । ଚଳିତ ବାଲିଯାତ୍ରା ଉତ୍ସବରେ ବଛା ବଛା କଣ୍ଠଶିଳ୍ପୀ ଦର୍ଶକଙ୍କ ମନୋରଞ୍ଜନ କରିବେ ବୋଲି ତାଲିକା ପ୍ରସ୍ତୁତ କରାଯାଇଛି ।

ବାଲିଯାତ୍ରାର ପ୍ରଥମ ସନ୍ଧ୍ୟାରେ ପଦ୍ମଶ୍ରୀ ଅନୁପ ଜଲୋତା ଏବଂ ସମ୍ୱଲପୁରୀ ପ୍ରସିଦ୍ଧ କଣ୍ଠଶିଳ୍ପୀ ପଙ୍କଜ ଜାଲ ବାଲିଯାତ୍ରା ପଡିଆରେ କାର୍ଯ୍ୟକ୍ରମ କରିବାର ଯୋଜନା ରହିଛି । ସେହିପରି ଦ୍ୱିତୀୟ ସନ୍ଧ୍ୟାରେ କଣ୍ଠଶିଳ୍ପୀ ତାନସେନ ସିଂ ଏବଂ ଅସୀମା ପଣ୍ଡା ସଙ୍ଗୀତ ପରିବେଷଣ କରିବେ । ତୃତୀୟ ଦିନରେ ରାପର୍ ବିଗ୍ ଡିଲ୍, ଚତୁର୍ଥ ଦିନରେ କୁଲଦୀପ ପଟ୍ଟନାୟକ, ସତ୍ୟଜିତ ପ୍ରଧାନ, ଚତୁର୍ଥ ଦିନରେ ପଦ୍ମଶ୍ରୀ ସୋନୁ ନିଗମ ଏବଂ ଶଶାଙ୍କ, ପଞ୍ଚମ ଦିନରେ ପଦ୍ମଶ୍ରୀ ସୁରେଶ ୱାଡେକର ଏବଂ ଭିଗନମ ବ୍ୟାଣ୍ଡ୍, ପଞ୍ଚମ ଦିନରେ ମଣ୍ଟୁ ଛୁରିଆ ଏବଂ ଯୁବ ବ୍ୟାଣ୍ଡ ଦର୍ଶକଙ୍କ ମନୋରଞ୍ଜନ କରିବେ ।

ସୂଚନାଯୋଗ୍ୟ, ଏଥର ବହୁ ସଂଖ୍ୟାରେ ବ୍ୟବସାୟୀଙ୍କୁ ବ୍ୟବସାୟ କରିବାର ସୁଯୋଗ ମିଳିବ ବୋଲି କଟକ ଜିଲ୍ଲାପାଳ ପୂର୍ବରୁ ଗଣମାଧ୍ୟମ ଜରିଆରେ ସୂଚନା ଦେଇଥିଲେ । ବାଲିଯାତ୍ରାକୁ ଆକର୍ଷଣୀୟ କରିବାକୁ ସବୁ ପ୍ରକାର ପ୍ରସ୍ତୁତି କରାଯିବ। ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ। ଚଳିତ ବର୍ଷ ଲେଜର୍ ଲାଇଟ୍ ଶୋ ଏବଂ ଡ୍ରୋନ୍ ଶୋ ଲୋକଙ୍କ ମନ ଜିଣିବ ବୋଲି କୁହାଯାଉଛି ।

Also Read- ପ୍ରେତାତ୍ମା ସହିତ ବାହାଘର ! ନୂଆ ସିନେମା ହାଫ୍ ଲଭ୍ ଷ୍ଟୋରୀର ପୋଷ୍ଟର ରିଲିଜ୍

Also Read- Mangal Vakri: ୩୦ ଦିନ ପର୍ଯ୍ୟନ୍ତ ଶୁଭ ସମୟ, ଜାଣନ୍ତୁ କେଉଁ ରାଶିକୁ ମିଳିବ ଖୁସି