ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଗୁରୁତର, ପୁଅ ଦେଲେ ସୂଚନା
Advertisement

ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଗୁରୁତର, ପୁଅ ଦେଲେ ସୂଚନା

ବରିଷ୍ଠ ବିଜେଡି ନେତା ଡ଼ ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । ବର୍ତ୍ତମାନ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ବ୍ରେନ୍ ଡେଡ୍ ହୋଇଥିବା କଥା ଦାମଙ୍କ ପୁଅ ସମ୍ୱିତ ରାଉତରାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କିନ୍ତୁ ହସପିଟାଲ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଗୁରୁତର, ପୁଅ ଦେଲେ ସୂଚନା

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ଡ଼ ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । ବର୍ତ୍ତମାନ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ବ୍ରେନ୍ ଡେଡ୍ ହୋଇଥିବା କଥା ଦାମଙ୍କ ପୁଅ ସମ୍ୱିତ ରାଉତରାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କିନ୍ତୁ ହସପିଟାଲ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ସୂଚନାଯୋଗ୍ୟ, ମାର୍ଚ୍ଚ ୧୮ ତାରିଖ ଦିନ ଦାମଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଥିଲା । ମେଡିକାଲକୁ ସ୍ଥାନାନ୍ତର କରିବା ରାସ୍ତାରେ ଦାମ ହୃଦଘାତର ମଧ୍ୟ ଶିକାର ହୋଇଥିଲେ । କିନ୍ତୁ ତାଙ୍କୁ ଉପଯୁକ୍ତ ଚିକିତ୍ସା ନମିଳିବା ନେଇ ପୁଅ ସମ୍ୱିତ ରାଉତରାୟ ଅଭିଯୋଗ ଆଣିଛନ୍ତି । ବର୍ତ୍ତମାନ ଦାମଙ୍କ ପ୍ରଶଂସକ ତଥା ଶୁଭେଚ୍ଛୁମାନେ ହସ୍ପିଟାଲ ନିକଟରେ ଭିଡ ଲଗାଇଛନ୍ତି ।

Also Read- Budhaditya Yog: ଆଜି ବୁଦ୍ଧାଦିତ୍ୟ ଯୋଗ, ୫ଟି ରାଶିକୁ ମିଳିବ ଶୁଭଫଳ

Also Read- ଅଣ କ୍ୟାଡରଙ୍କୁ ନିର୍ବାଚନ କମିଶନଙ୍କ ଛାଟ: ଢେଙ୍କାନାଳ ଜିଲ୍ଲାପାଳ, କଟକ ଓ ଦେବଗଡ଼ ଏସ୍‍ପିଙ୍କୁ ବଦଳି ନିର୍ଦ୍ଦେଶ