Kotia Dispute: କୋଟିଆ ଉପରେ ପଡ଼ିଛ ନଜର; ଲୋକଙ୍କୁ ଆନ୍ଧ୍ର ମୁହାଁ କରାଇବାକୁ ଚାଲିଛି ପ୍ରୟାସ
Advertisement

Kotia Dispute: କୋଟିଆ ଉପରେ ପଡ଼ିଛ ନଜର; ଲୋକଙ୍କୁ ଆନ୍ଧ୍ର ମୁହାଁ କରାଇବାକୁ ଚାଲିଛି ପ୍ରୟାସ

Kotia Gram Panchayat Odisha: ୨୦୨୪ ନିର୍ବାଚନ ପୂର୍ବରୁ କୋଟିଆ ଲୋକଙ୍କୁ ନିଜ ଆଡ଼କୁ ନେବା ପାଇଁ ଭରପୁର ପ୍ରାୟାସ ଜାରି ରହିଛି।

Kotia Dispute: କୋଟିଆ ଉପରେ ପଡ଼ିଛ ନଜର; ଲୋକଙ୍କୁ ଆନ୍ଧ୍ର ମୁହାଁ କରାଇବାକୁ ଚାଲିଛି ପ୍ରୟାସ

Andhra Pradesh Eye on Kotia Village (ନୀରଜ ଶତପଥି): କୋଟିଆ ଉପରେ ଏବେ ଆନ୍ଧ୍ର ପ୍ରଦେଶ ଗୁରୁତ୍ଵ ଦେବାରେ ଲାଗିଛି। ଗତ ମାସ ୨୭ ତାରିଖରୁ ଏନେଇ ପଡୋଶୀ ରାଜ୍ୟ ପକ୍ଷରୁ କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରାୟ ୫-୬ କାର୍ଯ୍ୟକ୍ରମ କରାଗଲାଣି। ଏପରିକି କୋଟିଆ ଲୋକଙ୍କୁ ଆନ୍ଧ୍ର ମୁହାଁ କରାଇବାକୁ ଭରପୁର ପ୍ରାୟାସ ଜାରି ରହିଛି। କୋଟିଆ ଲୋକେ ଯେପରି ଆନ୍ଧ୍ର ପ୍ରଦେଶରେ ଭୋଟ ଦେବେ ସେ ନେଇ ପ୍ରାୟାସ ଜାରି ରହିଛି। ଏପରିକି ୮୦ ପ୍ରତିଶତରୁ ଅଧିକ ଭୋଟ ଯେପରି ମିଳିବ ସେନେଇ ଆନ୍ଧ୍ର ପକ୍ଷରୁ ଆରମ୍ଭ ହୋଇଯାଇଛି ଉଦ୍ୟମ। ଗତ ପଞ୍ଚାୟତ ନିର୍ବାଚନ ସମୟରେ ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ତାହାକୁ ଭୁଲି ପାରି ନାହାନ୍ତି ଆନ୍ଧ୍ର ଲୋକେ। 

ସେଥିପାଇଁ ଏବେଠାରୁ ଚାଲିଛି ପ୍ରସ୍ତୁତି। କୋଟିଆ ପଞ୍ଚାୟତର ଫଗୁଣସିନେରି ଗ୍ରାମରେ ଆନ୍ଧ୍ର ପକ୍ଷରୁ ମାର୍ଚ୍ଚ ୧୩ ତାରିଖ ବୁଧବାର ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଭୋଟ୍ ଅଧିକାର ବ୍ୟବହାର ଉପରେ ସଚେତନତା ସୃଷ୍ଟି କରି ମତଦାନକୁ ୮୦ ପ୍ରତିଶତକୁ ବୃଦ୍ଧି କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏହି ବୈଠକରେ ନୋଡାଲ ଅଧିକାରୀ ରାଜଶେଖର ରେଡ୍ଡୀ, ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ବିକାଶ ଅଧିକାରୀ ବି. ସତ୍ୟବତୀ ଅଂଶଗ୍ରହଣ କରିଥିଲେ। ବୈଠକରେ ଯୋଗଦେଇ ସେ କହିଥିଲେ ଯେ ଆଦିବାସୀ ମତଦାତାଙ୍କ ସଚେତନତା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ। ଏକ ମୁକ୍ତ ପରିବେଶରେ ନିର୍ଭୟରେ ଭୋଟ୍ ଦେବାର ଅଧିକାରକୁ ସେମାନେ ଯେପରି ବ୍ୟବହାର କରିପାରିବେ। 

ନୋଡାଲ୍ ଅଧିକାରୀ ଏ.ରାଜଶେଖର ରେଡ୍ଡୀ କହିଛନ୍ତି ଯେ ଆସନ୍ତା ନିର୍ବାଚନରେ ​​ସମସ୍ତ କ୍ଷେତ୍ରରେ ଭୋଟ୍ ପ୍ରତିଶତ ଯେପରି ବୃଦ୍ଧି ପାଇବ ସେନେଇ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ବିଶେଷ କରି କୋଟିଆ ପଞ୍ଚାୟତର ଆଦିବାସୀ ଅଞ୍ଚଳରେ ମତଦାନ ହାର ଯେପରି ବୃଦ୍ଧି ପାଇବ ସେନେଇ ଗୁରୁତ୍ଵ ଦିଆଯାଇଛି। ଜିଲ୍ଲା ସ୍ୱିପ୍ ନୋଡାଲ୍ ଅଧିକାରୀ ଏ.ରାଜଶେଖର ରେଡ୍ଡୀ କହିଛନ୍ତି ଯେ ଆସନ୍ତା ନିର୍ବାଚନରେ ​​ସମସ୍ତ କ୍ଷେତ୍ରରେ ଭୋଟ୍ ହାର ବୃଦ୍ଧି ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ। ଯାହା ଦ୍ଵାରା ଲୋକେ ମୁକ୍ତ ପରିବେଶରେ ଭୋଟ୍ ଦେବାର ଅଧିକାରକୁ ବ୍ୟବହାର କରିବେ। 

ଫଗୁଣ ସିନେତି ଗ୍ରାମରେ ଏନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରା ମାଧ୍ୟମରେ ଆଦିବାସୀ ଅଞ୍ଚଳର ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ସୁପରଭାଇଜର ଏବଂ ସେମାନଙ୍କ ସମ୍ପୃକ୍ତ କର୍ମୀ ଅଂଶଗ୍ରହଣ କରିଥିଲେ। କୋଟିଆ ପୂର୍ବରୁ ଆନ୍ଧ୍ର ପ୍ରଦେଶର ବିଜୟନଗରମ୍ ଜିଲ୍ଲା ଅନ୍ତର୍ଭୁକ୍ତ ରହିଥିଲା। ଏବେ ଆନ୍ଧ୍ର କୋଟିଆ ଗ୍ରାମକୁ ପାର୍ବତୀପୁରମ୍ ମାନ୍ୟମ ଜିଲ୍ଲାରେ ଅନ୍ତର୍ଭୁକ୍ତ କରିଛି। ଏହା ପର ଠାରୁ ଅହରହ ଉଦ୍ୟମ ଜାରି ରଖିଛି ଆନ୍ଧ୍ର। ଏହାକୁ ନେଇ ଓଡ଼ିଶା ପକ୍ଷରୁ କେଉଁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ତାହା ଉପରେ ରହିଛି ନଜର।