Earthquake: ମୋହନା ସମେତ ଲୁହାଗୁଡ଼ି, ଚାନ୍ଦିପୁଟ, ଚନ୍ଦ୍ରଗିରି ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି। ଦୁଇ ସେକେଣ୍ଡ ପାଖାପାଖି ଭୂମିକମ୍ପ ଅନୁଭୂତ ହୋଇଛି। ଅପରାହ୍ନ ୧ଟା ୧ ମିନିଟରେ ଭୂମିକମ୍ପ ହୋଇଥିବା ସୂଚନା । ଭୂମିକମ୍ପ ଝଟକା ପରେ ଲୋକେ ଭୟଭୀତ ହୋଇ ଖୋଲା ସ୍ଥାନରେ ଆଶ୍ରୟ ନେଇଥିବା ଜଣାପଡିଛି।
Trending Photos
ମୋହନା: ମୃଦୁ ଭୂକମ୍ପରେ ଥରିଲା ଗଜପତି ଜିଲ୍ଲାର ମୋହନା ଅଞ୍ଚଳ। ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଅଚାନକ ଶବ୍ଦ ହୋଇଥିଲା। ଲୋକେ ନିଜ ନିଜ କାମରେ ବ୍ୟସ୍ତ ଥିବାବେଳେ ଶବ୍ଦ ଶୁଣି ଭୟଭୀତ ହୋଇଯାଇଥିଲେ। ମୋହନା ସମେତ ଲୁହାଗୁଡ଼ି, ଚାନ୍ଦିପୁଟ, ଚନ୍ଦ୍ରଗିରି ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି।
ଦୁଇ ସେକେଣ୍ଡ ପାଖାପାଖି ଭୂମିକମ୍ପ ଅନୁଭୂତ ହୋଇଛି। ଅପରାହ୍ନ ୧ଟା ୧ ମିନିଟରେ ଭୂମିକମ୍ପ ହୋଇଥିବା ସୂଚନା । ଭୂମିକମ୍ପ ଝଟକା ପରେ ଲୋକେ ଭୟଭୀତ ହୋଇ ଖୋଲା ସ୍ଥାନରେ ଆଶ୍ରୟ ନେଇଥିବା ଜଣାପଡିଛି।