ବାଦାମପାହାଡ଼ ରେଳ ଷ୍ଟେସନରୁ ୨ଟି ଏକ୍ସପ୍ରେସ ଓ ଗୋଟିଏ ମେମୁ ଟ୍ରେନର ଶୁଭାରମ୍ଭ କଲେ ରାଷ୍ଟ୍ରପତି
Advertisement

ବାଦାମପାହାଡ଼ ରେଳ ଷ୍ଟେସନରୁ ୨ଟି ଏକ୍ସପ୍ରେସ ଓ ଗୋଟିଏ ମେମୁ ଟ୍ରେନର ଶୁଭାରମ୍ଭ କଲେ ରାଷ୍ଟ୍ରପତି

President inaugurates 3 new train: ଓଡ଼ିଶା ଗସ୍ତର ଦ୍ବିତୀୟ ଦିନରେ ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ରେଳ ଷ୍ଟେସନରୁ ୩ଟି ନୂତନ ଟ୍ରେନ୍ ର ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । 

ସୌ(ସୋସିଆଲ ମିଡିଆ)

President Inaugurates 3 new train: ଓଡ଼ିଶା ଗସ୍ତର ଦ୍ବିତୀୟ ଦିନରେ ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ରେଳ ଷ୍ଟେସନରୁ ୩ଟି ନୂତନ ଟ୍ରେନ୍ ର ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ବାଦାମପାହାଡ଼ ଟାଟା ନଗର ମେମୁ ଟ୍ରେନ୍, ବାଦାମପାହାଡ଼ ରାଉରକେଲା ସାପ୍ତାହିକ ଏକ୍ସପ୍ରେସ ଓ ବାଦାମପାହାଡ଼ ସାଲିମାର ସାପ୍ତାହିକ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମହାମହିମ । ଏହି ଉଦ୍ଦଘାଟନୀ ଉତ୍ସବରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ, ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଜଳ ସଂପଦ ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଓ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନା ଅନୁଯାୟୀ, ଏହାପରେ ରାଷ୍ଟ୍ରପତି ବାଦାମପାହାଡ଼ରୁ ରାଇରଙ୍ଗପୁରକୁ ଟ୍ରେନ୍ ଯାତ୍ରା କରିବେ । ଏଥିରେ ତାଙ୍କ ସହ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ବିଶ୍ବେଶ୍ବର ଟୁଡୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଅପରାହ୍ଣରେ ରାଷ୍ଟ୍ରପତି ସମ୍ବଲପୁର ଯାଇ ବୁର୍ଲା ଭିସୁଟ୍ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଶେଷରେ ସମଲେଶ୍ୱରୀ ମନ୍ଦିର ଯାଇ ମାଆଙ୍କ ଦର୍ଶନ ଓ ଆଳତୀ କରିବେ ମହାମହିମ ।

Also Read-Amla Navami 2023: ଆଜି ପବିତ୍ର ଅଁଳା ନବମୀ, ରାଧାପାଦ ଦର୍ଶନ ନେଇ ସାକ୍ଷୀଗୋପାଳରେ ଭକ୍ତଙ୍କ ଭିଡ଼

Also Read-Saluga Pradhan: ସାଲୁଗା ପ୍ରଧାନ ବିଧାନସଭାର ନୂଆ ଉପବାଚସ୍ପତି