CBI ଜାଲରେ ସ୍ୱାସ୍ଥ୍ୟ ଅଧିକାରୀ ରାଜେନ୍ଦ୍ର ପାଣିଗ୍ରାହୀ, ୨୪ ଘଣ୍ଟାରୁ ଅଧିକ ସମୟ ରେଡ୍
Advertisement

CBI ଜାଲରେ ସ୍ୱାସ୍ଥ୍ୟ ଅଧିକାରୀ ରାଜେନ୍ଦ୍ର ପାଣିଗ୍ରାହୀ, ୨୪ ଘଣ୍ଟାରୁ ଅଧିକ ସମୟ ରେଡ୍

CBI Raid: ପୋର୍ଟ ହେଲ୍‌ଥ ଅର୍ଗାନାଇଜେସନ ଅଫିସର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ପାରାଦୀପରେ ଥିବା ଅଫିସ୍ ଭଡ଼ା ଘର ସମେତ ବାଲେଶ୍ୱର ଓ କଟକରେ ମଧ୍ୟ ସିବିଆଇ ପକ୍ଷରୁ ରେଡ୍‌ କରାଯାଇଛି ।

CBI ଜାଲରେ ସ୍ୱାସ୍ଥ୍ୟ ଅଧିକାରୀ ରାଜେନ୍ଦ୍ର ପାଣିଗ୍ରାହୀ, ୨୪ ଘଣ୍ଟାରୁ ଅଧିକ ସମୟ ରେଡ୍

ପାରାଦୀପ: ସିବିଆଇ (CBI) ଜାଲରେ ଜଣେ ସ୍ୱାସ୍ଥ୍ୟ ଅଧିକାରୀ । ପୋର୍ଟ ହେଲ୍‌ଥ ଅର୍ଗାନାଇଜେସନ ଅଫିସର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ପାରାଦୀପରେ ଥିବା ଅଫିସ୍ ଭଡ଼ା ଘର ସମେତ ବାଲେଶ୍ୱର ଓ କଟକରେ ମଧ୍ୟ ସିବିଆଇ ପକ୍ଷରୁ ରେଡ୍‌ କରାଯାଇଛି । ମିଳିଥିବା ସୂଚନା ମୁତାବକ କୋଭିଡ୍ କ୍ଲିୟରାନ୍ସ ପାଇଁ ୫୦ ହଜାର ଲାଞ୍ଚ ନେଉଥିବା ସମୟରେ ସିବିଆଇ ହାତରେ ଧରାପଡିଛନ୍ତି ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ। ପରେ ସିବିଆଇ ପକ୍ଷରୁ ଅଫିସରଙ୍କ ଲିଙ୍କ୍ ଥିବା ସ୍ଥାନ ଗୁଡିକରେ ରେଡ୍ କରାଯାଉଛି । ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ହେବ ଖୋଳତାଡ ଚାଲିଛି ।

Also Read- National Cinema Day 2023: ଆପଣ ଜାଣନ୍ତି କି? କାହିଁକି ପାଳନ କରାଯାଏ ଜାତୀୟ ସିନେମା ଦିବସ?

ସିବିଆଇ ରେଡ୍ ସମୟରେ ଅଫିସର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ଘରୁ ନଗଦ ଭାରତୀୟ ମୁଦ୍ରା ସହିତ ବିଦେଶୀ ମୁଦ୍ରା ମଧ୍ୟ ଜବତ ହୋଇଛି । ଜବତ ହୋଇଥିବା ଟଙ୍କାର ମୂଲ୍ୟ ୧କୋଟିରୁ ଅଧିକ ହେବା ନେଇ କୁହାଯାଉଛି । ଏଥିସହିତ ବାସଭବନରୁ ନିଶାଦ୍ରବ୍ୟ ମଧ୍ୟ ମିଳିଛି । ତନ୍ମଧ୍ୟରେ ବିଦେଶୀ ମଦ ଓ ବିଭିନ୍ନ ପ୍ରକାରର ଦାମୀ ସିଗାରେଟ୍ ରହିଛି ।

Also Read- Veg Soya Biryani: ଘରେ ପ୍ରସ୍ତୁତ କରନ୍ତୁ ଭେଜ୍ ସୋୟା ବିରିୟାନି, ସଭିଏଁ କହିବେ ସ୍ୱାଦିଷ୍ଟ

Also Read- ଏହା କେବଳ ଫଳ ନୁହେଁ ଔଷଧ ମଧ୍ୟ, ଥାଇରଡ୍ ଓ ବ୍ଲଡପ୍ରେସର୍ ପାଇଁ ରାମବାଣ