Shani Gochar 2024: ନୂଆ ବର୍ଷରେ ଶନିଙ୍କ କୃପାରେ ଧନବାନ ହେବେ ଏହି ୪ ରାଶି!
Advertisement
Article Detail0/zeeodisha/odisha2024304

Shani Gochar 2024: ନୂଆ ବର୍ଷରେ ଶନିଙ୍କ କୃପାରେ ଧନବାନ ହେବେ ଏହି ୪ ରାଶି!

Shani Gochar 2024: ନ୍ୟାୟର ଦେବତା କୁହାଯାଉଥିବା ଶନି ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନାହିଁ। ସେହିପରି ଯଦି ଶନି ରୋଷ କରନ୍ତି ବା ଅସନ୍ତୁଷ୍ଟ ହୁଅନ୍ତି ତେବେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରେ ନାହିଁ। ବ୍ୟକ୍ତିକୁ ତା’ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । 

ସୌ(ସୋସିଆଲ ମିଡିଆ)

Shani Gochar 2024: ଶାସ୍ତ୍ର ଅନୁଯାୟୀ, ଶନି ଦେବ ପ୍ରତ୍ୟେକ ମଣିଷକୁ ତା’ କର୍ମ ଅନୁଯାୟୀ ଫଳ ଦେଇଥାଆନ୍ତି । ନ୍ୟାୟର ଦେବତା କୁହାଯାଉଥିବା ଶନି ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନାହିଁ। ସେହିପରି ଯଦି ଶନି ରୋଷ କରନ୍ତି ବା ଅସନ୍ତୁଷ୍ଟ ହୁଅନ୍ତି ତେବେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରେ ନାହିଁ। ବ୍ୟକ୍ତିକୁ ତା’ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଜ୍ୟୋତିଷ ଶାସ୍ତ୍ରରେ, ନବ ଗ୍ରହଙ୍କ ମଧ୍ୟରୁ ଶନି ଦେବଙ୍କୁ ସବୁଠାରୁ ଉଗ୍ର ଗ୍ରହ ଭାବେ ବିବେଚନା କରାଯାଇଛି।

ଶନି ଡିସେମ୍ବର ୧ରେ ଶତଭିଷା ନକ୍ଷତ୍ରରେ ପ୍ରବେଶ କରିଛନ୍ତି । ୨୦୨୪ ଏପ୍ରିଲ ୬ ଯାଏଁ ଶନି ଏଠାରେ ବିଦ୍ୟମାନ ରହିବେ । ଏହି ଅବଧି ମଧ୍ୟରେ ଶନି ସମସ୍ତ ରାଶିକୁ ପ୍ରଭାବିତ କରିବେ । ତେବେ କିଛି ରାଶି ଶନି କୃପା ବଳରେ ମାଲେମାଲ ହେବେ । ତେବେ ଆସନ୍ତୁ ଜାଣିବା ନୂତନ ବର୍ଷରେ କେଉଁ ରାଶିକୁ ମିଳିବ ଶନି ଦେବଙ୍କ ଆଶୀର୍ବାଦ।

ବୃଷ ରାଶି- ନୂତନ ବର୍ଷରେ ବୃଷ ରାଶି ଉପରେ ଶନିଙ୍କ ବିଶେଷ କୃପା ରହିବ । ଫଳରେ ଏହି ସମୟ ମଧ୍ୟରେ ଆର୍ଥିକ ଲାଭ ମିଳିବ । ଜୀବନସାଥୀଙ୍କ ସମର୍ଥନ ପାଇବେ । ପାରିପାରିକ ଜୀବନ ସୁଖମୟ ହେବ। ବିଦେଶ ଭ୍ରମଣ ନେଇ ଯୋଗ ରହିଛି । ଚାକିରିଆଙ୍କପ ପଦୋନ୍ନତି ହୋଇପାରେ ।

ମିଥୁନ ରାଶି- ମିଥୁନ ରାଶିର ବ୍ୟକ୍ତି ବିଶେଷ ନ୍ୟାୟ ଦେବତା ଶନିଙ୍କ କୃପାରୁ ଧନବାନ ହେବେ । ଏହି ଅବଧି ମଧ୍ୟରେ ଶିକ୍ଷା ଓ ବ୍ୟବସାୟ କ୍ଷେତ୍ରରେ ଅନେକ ଲାଭ ମିଳିବ । ଅନେକ ଉତ୍ସରୁ ଆର୍ଥିକ ଲାଭ ମିଳିବ । ଦୂରଯାତ୍ରା ନେଇ ଯୋଗ ରହିଛି । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ ।

କନ୍ୟା ରାଶି- ନୂଆ ବର୍ଷ ଆରମ୍ଭରୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଶନିଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ଏହି ଅବଧି ମଧ୍ଯରେ ଆର୍ଥିକ ଲାଭ ମିଳିବ । କୌଣସି ସ୍ଥାନରୁ ସୁସମ୍ବାଦ ମିଳିପାରେ । ଆକସ୍ମିକ୍ ଧନ ଲାଭ ନେଇ ଯୋଗ ରହିଛି । ଅଧାରେ ଅଟକିଥିବା କାର୍ଯ୍ୟ ପୂରଣ ହେବ । ବ୍ୟବସାୟରେ ବଡ଼ ବଡ଼ ଡିଲ୍ ହୋଇପାରେ । ସ୍ବାସ୍ଥ୍ୟ ଉତ୍ତମ ରହିବ ।

କୁମ୍ଭ ରାଶି- ଶନି ଦେବଙ୍କ କୃପାରୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଲାଗି ନୂତନ ବର୍ଷରୁ ଭଲ ଦିନ ଆରମ୍ଭ ହେବାକୁ ଯାଉଛି । ନୂଆ ବର୍ଷର ପ୍ରଥମ ୪ ମାସ, ଶନି ଦେବଙ୍କ କୃପାରୁ କୁମ୍ଭ ରାଶିର ବ୍ୟକ୍ତି ବିଶେଷ ଭାବେ ଲାଭବାନ ହେବେ । ଏହି ସମୟ ମଧ୍ଯରେ ପ୍ରେମ ଜୀବନରେ ସୁଖଦ ଅନୁଭବ ପାଇପାରିବେ । ନୂତନ ସମ୍ପତ୍ତି କ୍ରୟ ନେଇ ଯୋଗ ରହିଛି । ବିନିଯୋଗରୁ ଲାଭ ମିଳିବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)