ବିଜେଡି ଦଳକୁ ନେଇ ଏଭଳି କହିଲେ ଅରବିନ୍ଦ ଢାଲି
Advertisement
Article Detail0/zeeodisha/odisha2364834

ବିଜେଡି ଦଳକୁ ନେଇ ଏଭଳି କହିଲେ ଅରବିନ୍ଦ ଢାଲି

Arabinda dhali: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଅଭିଯୋଗ ଶୁଣିବା ସହ ୨୪ ଘଣ୍ଟା କାମ କରୁଛନ୍ତି। ସବୁ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି।

ବିଜେଡି ଦଳକୁ ନେଇ ଏଭଳି କହିଲେ ଅରବିନ୍ଦ ଢାଲି

ଭୁବନେଶ୍ବର: ବିଜେଡି ରାଜ୍ୟସଭା ସାଂସଦ ମମତା ମହନ୍ତ ଦଳରୁ ଇସ୍ତଫା ଦେଇ ଥିଲେ। ପରେ ବିଜେପିରେ ଯୋଗ ଦେବା ଘଟଣାକୁ ନେଇ ବୟାନବାଜି ଥମୁନାହିଁ। ଏବେ ବିଜେପି ନେତା ତଥା ଜୟଦେବ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅରବିନ୍ଦ ଢାଲି ବଡ଼ ବାୟାନ ଦେଇଛନ୍ତି। 

ଶ୍ରୀ ଢାଲି କହିଛନ୍ତି ଯେ, ଭବିଷ୍ୟତରେ ବିଜେଡି ଆଉ ରହିବନି, ଖଣ୍ଡବିଖଣ୍ଡିତ ହେଇଯିବ। ବିଜେଡି ବସା ଖାଲି ହେଇଯିବ। ହେଲେ ବିଜେପି ହେଉଛି ଜାତୀୟ ଦଳ। ଜାତୀୟ ଦଳର କେବେ ବି ବିଲୟ ହୁଏନି। ବିଜେଡିରେ ବାକ୍ ସ୍ବାଧୀନତା ନାହିଁ। ସେଠି ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି। ସୁପ୍ରିମୋଙ୍କୁ କେହି ଦେଖା କରିପାରିବେ ନାହିଁ। ପାଣ୍ଡିଆନ୍ ହିଁ ସ‌ର୍ବେ ସର୍ବା।

ଆହୁରି କହିଛନ୍ତି ଯେ, ୨୫ ବର୍ଷ ଶାସନରେ ବିଜେଡି କିଛି କରିପାରିନଥିଲା। ଏବେ ବିଜେପି ନିଜ ପ୍ରତିଶ୍ରୁତି ମୁତାବକ କାମ କରୁଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଅଭିଯୋଗ ଶୁଣିବା ସହ ୨୪ ଘଣ୍ଟା କାମ କରୁଛନ୍ତି। ସବୁ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏ ସରକାର ୫ ବର୍ଷ ଭିତରେ ସବୁ ପ୍ରତିଶ୍ରୁତି ପୂରଣ କରିବ। 

ମମତା ୨୦୨୦ରେ ରାଜ୍ୟ ସଭାକୁ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ। କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ ଭାବେ ମମତା ମହାନ୍ତ ଜଣାଶୁଣା। ମମତାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇ ନ ଥିବା ବେଳେ ସେ ଅଧାରୁ ଇସ୍ତଫା ଦେଇଛନ୍ତି। ତାଙ୍କ କାର୍ଯ୍ୟକାଳ ୨୦୨୬ ପର୍ଯ୍ୟନ୍ତ ଥିଲା।