ବ୍ରହ୍ମଗିରି-ପୁରୀ ରାସ୍ତାରେ ଦୁର୍ଘଟଣା, ଓଲଟିଲା ବସ୍
Advertisement
Article Detail0/zeeodisha/odisha2354846

ବ୍ରହ୍ମଗିରି-ପୁରୀ ରାସ୍ତାରେ ଦୁର୍ଘଟଣା, ଓଲଟିଲା ବସ୍

ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ହେଲପର ଏବଂ ଡ୍ରାଇଭର । ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ବସ୍ ନିକଟକୁ ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ବ୍ରହ୍ମଗିରି-ପୁରୀ ରାସ୍ତାରେ ଦୁର୍ଘଟଣା, ଓଲଟିଲା ବସ୍

ପୁରୀ: ଭାରସ୍ୟାମ ହରାଇ ରାଜରାସ୍ତା କଡରେ ଓଲଟିପଡିଲା ଯାତ୍ରୀବାହୀ ବସ୍ । ସାତପଡ଼ାରୁ ପୁରୀ ଫେରୁଥିବା ସମୟରେ ବ୍ରହ୍ମଗିରି ନିକଟ ହଳଦିଆ ଛକ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ବସ୍ ।

ସୂଚନା ମୁତାବକ, ମଧ୍ୟପ୍ରଦେଶ ଜବାଲପୁରର ୩୫ ଜଣ ପର୍ଯ୍ୟଟକଙ୍କୁ ନେଇ ଯାତ୍ରା କରୁଥିଲା ବସ୍ । ତେବେ ଅଳ୍ପକେ ସମସ୍ତ ୩୫ ଜଣ ଯାତ୍ରୀ ରକ୍ଷା ପାଇଥିବା ସୂଚନା ମିଳିଛି । କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ହେଲପର ଏବଂ ଡ୍ରାଇଭର । ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ବସ୍ ନିକଟକୁ ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏଥିସହ ଦୁର୍ଘଟଣା ବାବଦରେ ଦମକଳ କେନ୍ଦ୍ର ଏବଂ ବ୍ରହ୍ମଗିରି ପୋଲିସକୁ ସୂଚନା ଦେଇଥିଲେ । ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ । ଅନ୍ୟପଟେ ବ୍ରହ୍ମଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Also Read- ୧୩ ଜିଲ୍ଲାପାଳଙ୍କୁ SRCଙ୍କ ଚିଠି: ବନ୍ୟା ସ୍ଥିତି ନେଇ ସଜାଗ ରୁହନ୍ତୁ

Also Read- NEET-UG Exam Results 2024: ପ୍ରକାଶ ପାଇଲା ସଂଶୋଧିତ ଫଳାଫଳ