IND vs AUS WTC Final: ତୃତୀୟ ଦିନର ଖେଳ ଶେଷ, ଅଷ୍ଟ୍ରେଲିଆର ମୋଟ୍ ୨୯୬ ରନରେ ଅଗ୍ରଣୀ, ଅପରାଜିତ ଅଛନ୍ତି ଲାବୁଶେନ୍-ଗ୍ରୀନ୍
Advertisement

IND vs AUS WTC Final: ତୃତୀୟ ଦିନର ଖେଳ ଶେଷ, ଅଷ୍ଟ୍ରେଲିଆର ମୋଟ୍ ୨୯୬ ରନରେ ଅଗ୍ରଣୀ, ଅପରାଜିତ ଅଛନ୍ତି ଲାବୁଶେନ୍-ଗ୍ରୀନ୍

IND Vs AUS WTC Final Match Report Today: ଅଜିଙ୍କ୍ୟ ରାହାଣେଙ୍କ ଶକ୍ତିଶାଳୀ ୮୯ ରନ୍ ଓ ଶାର୍ଦ୍ଦୁଲ ଠାକୁରଙ୍କ ୫୧ ରନର ଇନିଂସ ମ୍ୟାଚରେ ଭାରତକୁ ପ୍ରତ୍ୟାବର୍ତ୍ତନ କରିବାରେ ସାହାଯ୍ୟ କରିଥିଲା । ଯଦିଓ ମ୍ୟାଚରେ ବର୍ତ୍ତମାନ ଅଷ୍ଟ୍ରେଲିଆ ଦଳ ଭାରତ ଠାରୁ ବହୁ ଆଗରେ ରହିଛି ।

ସୌ: ସୋସିଆଲ ମିଡିଆ

ND vs AUS WTC Final: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଟାଇଟଲ୍ ମ୍ୟାଚ୍ ଲଣ୍ଡନର ଓଭାଲ୍ ଗ୍ରାଉଣ୍ଡରେ ଖେଳାଯାଉଛି । ଏହି ଫାଇନାଲ ମ୍ୟାଚର ତୃତୀୟ ଦିନରେ ଭାରତର ପ୍ରଥମ ଇନିଂସ ୨୯୬ କରି ଅଲ୍ ଆଉଟ୍ ହୋଇଯାଇଛି । ପ୍ରଥମ ଇନିଂସ ଆଧାରରେ ଅଷ୍ଟ୍ରେଲିଆ ୧୭୩ ରନର ଅଗ୍ରଣୀ ହାସଲ କରିଛି । ଦ୍ୱିତୀୟ ଇନିଂସରେ ୪ ୱିକେଟ୍ ହ୍ରାସ ସତ୍ତ୍ୱେ ଅଷ୍ଟ୍ରେଲିଆ ୪୪ ଓଭରରେ ୧୨୩ ରନ୍ ସଂଗ୍ରହ କରିଛି ଓ ଏହି ଅଷ୍ଟ୍ରେଲିଆର ଅଗ୍ରଣୀ ବର୍ତ୍ତମାନ ୨୯୬ ରନ୍କୁ ବୃଦ୍ଧି ପାଇଛି । ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ଭଲ ଆରମ୍ଭ କରି ନଥିଲା । ଡେଭିଡ ୱାର୍ଣ୍ଣର ଓ ଉସମାନ ଖାୱାଜା ୨୪ ରନ ସ୍କୋର ଭିତରେ ପାଭିଲିୟନକୁ ଆଉଟ୍ ହୋଇ ଫେରି ଯାଇଥିଲେ । ଡେଭିଡ ୱାର୍ନର (୧) ଓ ଉସମାନ ଖାୱାଜା (୧୩) କରି ଆଉଟ୍ ହୋଇଥିଲେ । ଏହା ପରେ ସ୍ମିଥ୍ ଓ ଲାବୁଶେନ୍ ମଧ୍ୟରେ ଅର୍ଦ୍ଧ ଶତକିୟ ଭାଗିଦାରି କରିଥିଲେ । ଯଦିଓ ସ୍ମିଥ୍ ୩୪ ରନ ବ୍ୟକ୍ତିଗତ ସ୍କୋରରେ ଆଉଟ୍ ହୋଇ ପ୍ୟାଭିଲିୟନକୁ ଫେରିଥିଲେ । ଟ୍ରାଭିସ୍ ହେଡ୍ ମଧ୍ୟ ଅଧିକ ସମୟ କ୍ରିଜରେ ରହିପାରି ନ ଥିଲେ ଓ ଜାଡେଜାଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ୨୭ ବଲରେ ୧୮ ରନ୍ ସ୍କୋର କରିବା ପରେ ଟ୍ରାଭିସ୍ ହେଡ୍ ଆଉଟ୍ ହୋଇ ଯାଇଥିଲେ ।

ଏହାପୂର୍ବରୁ ଅଜିଙ୍କ୍ୟ ରାହାଣେ ୮୯ ରନ ଓ ଶାର୍ଦ୍ଦୁଲ ଠାକୁର ଭାରତ ପାଇଁ ୫୧ ରନ୍ ସ୍କୋର କରିଥିଲେ । ଅଜିଙ୍କ୍ୟ ରାହାଣେ (୮୯) ଏବଂ ଶାର୍ଦ୍ଦୁଲ ଠାକୁର (୫୧) ଉଭୟଙ୍କ ମଧ୍ୟରେ ସପ୍ତମ ୱିକେଟ୍ ପାଇଁ ୧୦୯ ରନ୍ ଭାଗିଦାରୀ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ତୃତୀୟ ଦିନରେ ଭାରତକୁ ଉଦ୍ଧାର କରିବାରେ ସାହାଯ୍ୟ କରିଥିଲା । କ୍ୟାପଟେନ୍ ପ୍ୟାଟ୍ କମିନ୍ସ ଅଷ୍ଟ୍ରେଲିଆ ପାଇଁ ତିନୋଟି ୱିକେଟ୍ ନେଇଥିବାବେଳେ ସ୍କଟ୍ ବୋଲାଣ୍ଡ ଓ ମିଚେଲ ଷ୍ଟାର୍କ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ ।

ତୃତୀୟ ଦିନର ପ୍ରଥମ ସେସନ ଆରମ୍ଭ ହେବା ସହିତ ଭାରତୀୟ ଦଳ କେ.ଏସ୍ ଭରତଙ୍କ ରୂପରେ ୧୫୨ ରନରେ ଷଷ୍ଠ ଝଟକା ପାଇଥିଲେ । ବ୍ୟକ୍ତିଗତ ୫ ରନ୍ ସ୍କୋରରେ ସ୍କଟ ବୋଲାଣ୍ଡ ଭରତଙ୍କୁ ପାଭିଲିୟନକୁ ପଠାଇଥିଲେ । ଏହା ପରେ ବ୍ୟାଟିଂ କରିବାକୁ ବାହାରିଥିବା ଶାର୍ଦ୍ଦୁଲ ଠାକୁରଙ୍କୁ ପ୍ରାରମ୍ଭିକ ସମୟରେ ବହୁତ ସଂଘର୍ଷ କରିବାକୁ ପଡିଥିଲା । କିନ୍ତୁ ଏହାପରେ ରାହାଣେଙ୍କ ସହ ଠାକୁର ଧୀରେ ଧୀରେ ଭାରତୀୟ ଇନିଂସକୁ ଆଗକୁ ବଢାଇବାରେ ଲାଗିଲେ । ଦୁହେଁ ଶୀଘ୍ର ଦଳର ସ୍କୋରକୁ ୨୦୦ ପାର କରାଇଥିଲେ । ଅଜିଙ୍କ୍ୟ ରାହାଣେ ମଧ୍ୟ ୧୮ ମାସ ପରେ ଟେଷ୍ଟ କ୍ରିକେଟକୁ ଫେରିଥିଲେ ଓ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ଅନ୍ୟ ପଟେ ବ୍ୟାଟିଂ କରୁଥିବା ଶାର୍ଦ୍ଦୁଲ ମଧ୍ୟ ଦୃଷ୍ଟି ଆକର୍ଷଣ କରିବା ପରେ ରନ୍ ସ୍କୋର କରିବାର ପ୍ରକ୍ରିୟା ଜାରି ରଖିଥିଲେ । ପ୍ରଥମ ସେସନ ଶେଷରେ ୬ ଟି ୱିକେଟ୍ ହରାଇ ଭାରତୀୟ ଦଳର ସ୍କୋରକୁ ୨୬୦ ରେ ପହଞ୍ଚାଇ ଦେଇଥିଲେ ।

ଲଞ୍ଚ ପରେ ଭାରତୀୟ ଦଳର ପ୍ରଥମ ଇନିଂସ ୨୯୬ ରନରେ ଅଲ୍ ଆଉଟ୍ ହୋଇଯାଇଥିଲା । ଏହା ସହିତ ଅଷ୍ଟ୍ରେଲିଆ ଦଳ ମଧ୍ୟ ପ୍ରଥମ ଇନିଂସ ଆଧାରରେ ୧୭୩ ରନର ଅଗ୍ରଣୀ ହାସଲ କରିଥିଲା ​। କ୍ୟାପଟେନ ପ୍ୟାଟ୍ କମିନ୍ସ କଙ୍ଗାରୁ ଦଳ ତରଫରୁ ସର୍ବାଧିକ ୩ ୱିକେଟ୍ ନେଇଥିଲେ ।

ଏହା ବି ପଢ଼ନ୍ତୁ: WTC Final 2023: ଆଙ୍ଗୁଠିରେ ବ୍ୟାଣ୍ଡେଜ୍ ବାନ୍ଧି ଯୋଦ୍ଧା ପରି ଲଢ଼ିଲେ ଅଜିଙ୍କ୍ୟ ରାହାଣେ, ହାସଲ କଲେ ଏହି ବଡ଼ ରେକର୍ଡ