Odisha News: ମହିଳା ବି ହେବେ ଅଗ୍ନିନିର୍ବାପକ, ବଦଳିବ ପଦବୀର ନାମ
Advertisement
Article Detail0/zeeodisha/odisha2533963

Odisha News: ମହିଳା ବି ହେବେ ଅଗ୍ନିନିର୍ବାପକ, ବଦଳିବ ପଦବୀର ନାମ

ଭୁବନେଶ୍ୱର: ରାଜ୍ୟ ଅଗ୍ନିଶମ ବିଭାଗରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ବର୍ଷ ପୁରୁଣା ପରମ୍ପରାକୁ ଭଙ୍ଗ କରିବାକୁ ଯୋଜନା କରିଛି ବିଜେପି ସରକାର। ମହାଳାଙ୍କୁ ସଶକ୍ତ କରିବା ତଥା ସାହସୀ ମହିଳାଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଏହା ଏକ ଯୁଗାନ୍ତକାରୀପଦକ୍ଷେପ ହେବ ବୋଲି ଆଶା କରାଯାଇଛି। ଏହିକ୍ରମରେ ଆଗ୍ନିକ ଭାବେ ଏଣିକି ମହିଳାଙ୍କୁ

Odisha News: ମହିଳା ବି ହେବେ ଅଗ୍ନିନିର୍ବାପକ, ବଦଳିବ ପଦବୀର ନାମ

Odisha News:ଭୁବନେଶ୍ୱର: ରାଜ୍ୟ ଅଗ୍ନିଶମ ବିଭାଗରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ବର୍ଷ ପୁରୁଣା ପରମ୍ପରାକୁ ଭଙ୍ଗ କରିବାକୁ ଯୋଜନା କରିଛି ବିଜେପି ସରକାର। ମହାଳାଙ୍କୁ ସଶକ୍ତ କରିବା ତଥା ସାହସୀ ମହିଳାଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଏହା ଏକ ଯୁଗାନ୍ତକାରୀପଦକ୍ଷେପ ହେବ ବୋଲି ଆଶା କରାଯାଇଛି। ଏହିକ୍ରମରେ ଆଗ୍ନିକ ଭାବେ ଏଣିକି ମହିଳାଙ୍କୁ ନିଯୁକ୍ତି ମିଳିବ। ଏଥିଲାଗି ଏହି ପଦବୀର ନାଁ ‘ଫାୟାର ମେନ୍‍’ ବଦଳରେ ‘ଫାୟାର ଫାଇଟର’ ରଖିବାକୁ ଉପମୁଖ୍ୟମନ୍ତ୍ରୀ ସୂଚନର ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଘୋଷଣା କରିବେ ବୋଲି ସେ କହିଛନ୍ତି। 

ଏହି ଅବସରରେ ଭୁବନେଶ୍ୱର ଓୟୁଏଟି ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଗ୍ନିଯୋଦ୍ଧା ମାନଙ୍କୁ ନୂତନ ଦାୟିତ୍ୱ ନେଇଥିବାରୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ଜନସାଧାରଣଙ୍କ ସେବା କରିବା ପାଇଁ ଓ ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆପଣମାନଙ୍କୁ ଆଜି ସୁଯୋଗ ମିଳିଛି। ମଣିଷ ଜୀବନ ବଞ୍ଚାଇବା ଏକ ମହାପୂଣ୍ୟ। ଦରମା ତ ପ୍ରତ୍ୟେକ କର୍ମଚାରୀ ପାଉଛନ୍ତି, କିନ୍ତୁ  ଜୀବନ ରକ୍ଷାକରି ପୂଣ୍ୟ ଅର୍ଜନ କରିବାର ସୁଯୋଗ ସମସ୍ତଙ୍କୁ ମିଳେ ନାହିଁ । ସମାଜର ପ୍ରଶଂସା ଓ ସମ୍ମାନ ଆପଣଙ୍କ ଜୀବନର ସବୁଠାରୁ ବଡ ସଫଳତା ହେବ। ଆପଣମାନଙ୍କର କାର୍ଯ୍ୟ କ୍ଷେତ୍ରରେ ସୁନାମ ରାଜ୍ୟକୁ ସୁରକ୍ଷିତ କରି ରଖିବ।

ସେ ପୁଣି କହିଥିଲେ ଯେ, ରାଜ୍ୟରେ ମୋଟ ୩୮୩୨ଟି ଆଗ୍ନିକ ଓ ୩୮୭ଟି ପଦବୀ ରହିଛି। ଆଜି ଖାଲି ଥିବା ୮୨୬ଟି ଆଗ୍ନିକ ଓ ୧୧୫ଟି ଆଗ୍ନିକ ଗାଡିଚାଳକ ପଦବୀ ପୂରଣ ହେଲା। ଗୋଟିଏ ଦିନରେ ସମ୍ପୂର୍ଣ୍ଣ ପଦବୀ ସଂଖ୍ୟାର ୨୨ ଭାଗ ପଦବୀ ପୂରଣ କରାଗଲା। ରାଜ୍ୟରେ ସରକାରୀ ପଦବୀ ଖାଲି ରହିଲେ, ଏହାର ପ୍ରଭାବ ବିଭାଗ ଉପରେ ପଡେ। ଅଗ୍ନିଶମ ବିଭାଗ ପରି ଏକ ଜରୁରୀକାଳୀନ ସଂସ୍ଥାରେ ପଦବୀ ଖାଲି ରହିବା ଗ୍ରହଣୀୟ ନୁହେଁ। ୯୪୧ ଜଣ ନୂଆ ଅଗ୍ନିଯୋଦ୍ଧାଙ୍କ ଯୋଗଦାନ ବିଭାଗକୁ ସୁଦୃଢ କରିବ ଏବଂ ବିଭାଗ ଲୋକଙ୍କ ଧନଜୀବନ ସୁରକ୍ଷା କରିବା ପାଇଁ ଅଧିକ ସକ୍ଷମ ହେବ। ଆହୁରି ମଧ୍ୟ ଗୃହ ବିଭାଗରେ ଖାଲିଥିବା ପଦବୀ ଓ ନୂଆ ପଦବୀ ମିଶି ପ୍ରାୟ ୧୦,୦୦୦ ପଦବୀ ଖୁବ୍ ଶୀଘ୍ର ପୂରଣ ହେବ। ସେହିପରି ୨୦୨୦ ଠାରୁ ଗୃହରକ୍ଷୀ ନିଯୁକ୍ତି ବନ୍ଦ ଅଛି। ଏବେ ପ୍ରାୟ ୨୪୧୬ଟି ପଦବୀ ଖାଲି ଅଛି। ଖୁବ୍ ଶୀଘ୍ର ଏ ଗୁଡିକ ମଧ୍ୟ ପୂରଣ ହେବ। ଆଗାମୀ ୫ ବର୍ଷ ମଧ୍ୟରେ ଆମ ସରକାର ୧.୫ ଲକ୍ଷ ସରକାରୀ ପଦବୀ ପୂରଣ କରିବା ପାଇଁ ସ୍ଥିର କରିଛନ୍ତି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ଦିନରାତି ଏକ କରି ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛି। ମେକ ଇନ ଓଡିଶା- ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାରେ ବ୍ୟାପକ ଶିଳ୍ପାୟନର ସମ୍ଭାବନା ଅଛି । ଶିଳ୍ପ ପ୍ରତିଷ୍ଠା ମାଧ୍ୟମରେ ମଧ୍ୟ ଆହୁରି ନିଯୁକ୍ତି ମିଳିବ।

ଅଗ୍ନିଶମ ବାହିନୀର କାର୍ଯ୍ୟ ପ୍ରଣାଳୀ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶା ଅଗ୍ନିଶମ ବିଭାଗକୁ ଆମ ଦେଶରେ ଏକ ମଡେଲ ସଂଗଠନ ଭାବେ ବିବେଚନା କରାଯାଉଛି।  ରାଜ୍ୟ ସରକାର ଅଗ୍ନିଶମ ବାହିନୀକୁ ବିପର୍ଯ୍ୟୟ ପରିଚାଳନା ଆଇନ- ୨୦୦୫ ଅନୁଯାୟୀ First responder ଭାବେ ଘୋଷଣା କରିଛନ୍ତି। ଯେ କୌଣସି ପ୍ରକାର ବିପର୍ଯ୍ୟୟ ଅଥବା ଦୁର୍ଘଟଣା ସମୟରେ ଜନସାଧାରଣଙ୍କ ବହୁମୂଲ୍ୟ ଜୀବନ ବଞ୍ଚାଇବାକୁ ଅଗ୍ନିଶମ ବାହିନୀ କାର୍ଯ୍ୟ କରୁଛି। ପ୍ରତ୍ୟେକ ଦିନ ସେମାନେ ବିପଦରେ ପଡିଥିବା ଲୋକଙ୍କୁ ସାହାଯ୍ୟ କରୁଛନ୍ତି ଏବଂ ଜୀବନ ବଞ୍ଚାଉଛନ୍ତି। ବାହାନଗା ରେଳ ଦୁର୍ଘଟଣା ସମୟରେ ଆମ ଅଗ୍ନିଯୋଦ୍ଧା ମାନେ ଦୁଃସାହସିକତାର ପରିଚୟ ଦେଇଥିଲେ। ଆମ ରାଜ୍ୟରେ ବର୍ତ୍ତମାନ ୩୪୬ଟି ଦମକଳ କେନ୍ଦ୍ର ଅଛି। ଅଗ୍ନିଶମ କେନ୍ଦ୍ର ଗୁଡିକ ତୃଣମୂଳ ସ୍ତରରେ ଜୀବନ ରକ୍ଷା ପାଇଁ ସଦା ପ୍ରସ୍ତୁତ ରହି ତ୍ୱରିତ ସହାୟତା ଯୋଗାଇ ଦେଉଛନ୍ତି। ଅଗ୍ନିଶମ ବାହିନୀକୁ ସୁଦୃଢ କରିବା ପାଇଁ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୩୯୪ କୋଟି ଟଙ୍କା ଏବଂ ପଞ୍ଚଦଶ ଅର୍ଥ କମିଶନରୁ ୨୦୧ କୋଟି ଟଙ୍କା ମଞ୍ଜୁର ହୋଇଛି।  ଅଗ୍ନିଶମ ବାହିନୀକୁ ଅଧିକ ସକ୍ଷମ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ।

ଅନ୍ୟତମ ଅତଥି ଭାବେ, ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦ୍‌ବୋଧନ ଦେଇ କହିଥିଲେ ଯେ, ସାହସ, ଦୟାଳୁ ମନୋଭାବ ଏବଂ ପ୍ରତିବଦ୍ଧତା ହେଉଛି ଏକ କାର୍ଯ୍ୟ  ସମ୍ପାଦନ ପାଇଁ ସଠିକ ଉପାଦାନ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡିଶା ଅଗ୍ନିଶମ ବାହିନୀଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଆଜି ଆମ ରାଜ୍ୟ ଜାତୀୟ ସ୍ତରରେ ପ୍ରଶଂସିତ। ସହରାଞ୍ଚଳରେ ସୁରକ୍ଷା ପାଇଁ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣରେ ଥିବା ନିୟମର ସଂଶୋଧନ କରିବାର ଆବଶ୍ୟକତା ରହିଛ। ନବ ନିଯୁକ୍ତ ଅଗ୍ନିଯୋଦ୍ଧାମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ, ଆଜି ଆପଣମାନେ ସରକାରଙ୍କ ପକ୍ଷରୁ ପ୍ରଥମ ପତ୍ର ପାଇଲେ। ପ୍ରତି ବର୍ଷ ଯେପରି ପ୍ରଶଂସାପତ୍ର ପାଇବେ ସେଥିପ୍ରତି ଚେଷ୍ଟା ଜାରି ରଖନ୍ତୁ  ବୋଲି ସେ କହିଥିଲେ।

ଆଜି ଓୟୁଏଟିର କୃଷି ଶିକ୍ଷା ସଦନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଭାତୀ ଏହି ସୂଚନା ଦେଇଛନ୍ତି। ଏହି ଉତ୍ସବରେ ରାଜ୍ୟ ସରକାର ନବ ନିଯୁକ୍ତ ୯୪୧ ଜଣ ଅଗ୍ନିଯୋଦ୍ଧାଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଉଥିଲା। ଏହି ଅବସରରେ ବକ୍ତବ୍ୟ ରଖିବା ବେଳେ ପ୍ରଭାତୀ ଲିଙ୍ଗଗତ ସାମ୍ୟ ପ୍ରତିଷ୍ଠା ତଥା ନିଯୁକ୍ତି କ୍ଷେତ୍ରରେ ମହିଳାଙ୍କ ଲାଗି ସୁଯୋଗ ସୃଷ୍ଟି ଲାଗି ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦେଇଥିଲେ। 

ପ୍ରଭାତୀଙ୍କ ଇଙ୍ଗିତରୁ ଏହା ସ୍ପଷ୍ଟ ଯେ, ଖୁବ୍‍ ଶୀଘ୍ର ମହିଳାଙ୍କୁ ରାଜ୍ୟ ସରକାର ଅଗ୍ନି ଯୋଦ୍ଧା ଭାବେ ନିଯୁକ୍ତ କରିବାକୁ ଯାଉଛନ୍ତି। ସେହିପରି ଭୁବନେଶ୍ଵର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ କହିଥିଲେ ଯେ, ଆପଣମାନେ ହେଉଛନ୍ତି ଆମ ସମସ୍ତଙ୍କ ପାଇଁ ଜଣେ ଜଣେ ଶ୍ରେଷ୍ଠ ଯୋଦ୍ଧା । ପ୍ରକୃତିକ ବିପର୍ଯ୍ୟୟ ସମୟରେ ଆପଣମାନେ ବିପନ୍ନଙ୍କ ପାଇଁ ସାଜିଥାନ୍ତି ଦେବଦୂତ। 

ମୁଖ୍ୟ ଶାସନ ସଚିବ  ଶ୍ରୀ ମନୋଜ ଆହୁଜା କହିଥିଲେ ଯେ, ବାତ୍ୟା ଦାନା ପରବର୍ତ୍ତୀ ସମୟରେ ଆମର ସର୍ବାଧିକ ପୁନରୁଦ୍ଧାର କାର୍ଯ୍ୟ ଅଗ୍ନିଶମ ବାହିନୀ ଦ୍ୱାରା କରାଯାଇଥାଏ । ଆମ ଅଗ୍ନିଶମ ବାହିନୀଙ୍କ ଏହି କାର୍ଯ୍ୟ ଦକ୍ଷତା ଯୋଗୁ ଆମ ରାଜ୍ୟ ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହେଉଛି। ବାହାର ରାଜ୍ୟର ଲୋକ ଆସୁଛନ୍ତି ଆମର ଏହି ଦକ୍ଷତାକୁ ଶିଖିବା ପାଇଁ। କାର୍ଯ୍ୟକ୍ରମରେ ଗୃହ ବିଭାଗର ଅତିରକ୍ତ ମୁଖ୍ୟ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ମହାନିର୍ଦ୍ଦେଶକ ଡଃ ସୁଧାଂଶୁ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।