Advertisement
Photo Details/zeeodisha/odisha2533981
photoDetails0hindi

November 28 Financial Horoscope: ଆଜି ସୌଭାଗ୍ୟ ଯୋଗର ପ୍ରଭାବରେ ମାଲାମାଲ ହେବେ ୫ ରାଶି, ଭାଗ୍ୟରେ ଆସିବ ବଡ଼ ପରିବର୍ତ୍ତନ

November 28 Financial Horoscope: ନଭେମ୍ବର ୨୮ ମାର୍ଗଶୀର ମାସ ଗୁରୁବାରରେ ପ୍ରଭାବି ସୌଭାଗ୍ୟ ଯୋଗର ସଂଯୋଗ ସୃଷ୍ଟି ହେଉଛି। ଏହି ଶୁଭ ଯୋଗରେ ମକର ଓ ମୀନ ରାଶି ସହିତ ୫ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ସେମାନଙ୍କର ଆୟରେ ଯଥେଷ୍ଟ ବୃଦ୍ଧି ଘଟିବ। ବ୍ୟବସାୟରେ ସଫଳତା ପାଇ ସେମାନେ ଖୁସି ହେବେ। ଆପଣଙ୍କ ର ଦିନଟି ସଫଳତାରେ ପରିପୂର୍ଣ୍ଣ ରହିବ ଏବଂ ଧନ ସମ୍ବନ୍ଧୀୟ ସମସ୍ତ ଯୋଜନା ସଫଳ ହେବା ଦ୍ୱାରା ଆପଣ ଲାଭବାନ ହେବେ । ଜାଣନ୍ତୁ ଆର୍ଥିକ ରାଶିଫଳ-: 

1/5

ବୃଷ ରାଶି ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଜିର ଦିନଟି ବେଶ ଶୁଭପ୍ରଦ ହେବାକୁ ଯାଉଛି। ଏହି ଦିନ ଆପଣଙ୍କୁ କାମରେ ବେଶ ଉତ୍ତରୋତ୍ତର ଉନ୍ନତି ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ଭଳି ଖୁସି ଖବର ମିଳିପାରେ। ଚିନ୍ତା ଦୂର ହେବ। ଆୟରେ ବୃଦ୍ଧି ହେବ। ନୂତନ ସ୍ରୋତରୁ ଧନଲାଭ ଯୋଗ ରହିଛି। ପରିବାର ସହିତ ସମୟ ଅତିବାହିତ କରିପାରନ୍ତି। 

2/5

କର୍କଟ ରାଶି କର୍କଟ ରାଶିର ବ୍ୟକ୍ତିବିଶେଷଙ୍କ ଦିନଟି ବେଶ ଲାଭଦାୟକ ହେବାକୁ ଯାଉଛି। ଆଜି ଅଟକି ଥିବା ଅର୍ଥ ଫେରିପାଇପାରନ୍ତି। ଅଟକି ଥିବା କାର୍ଯ୍ୟ ପୂରା ହେବ। ପରିବାରର ସଦସ୍ୟଙ୍କ ପୂର୍ଣ୍ଣ ସହଯୋଗ ମିଳିବ। ଆୟକୁ ନେଇ କିଛି ବଡ଼ ଖୁସି ଖବର ମିଳିପାରେ। ଫଳରେ ଦିନଟି ବେଶ ସ୍ୱତନ୍ତ୍ର ହୋଇପାରେ। 

3/5

ବିଛା ରାଶି ବିଛା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଜିର ଦିନଟି ବେଶ ଶାନଦାର ରହିବାକୁ ଯାଉଛି। କ୍ୟାରିୟରରେ ବହୁତ ବଡ଼ ସୁଯୋଗ ଆଜି ମିଳିବାକୁ ଯାଉଛି। ଆପଣଙ୍କୁ ପରିଶ୍ରମର ପୂର୍ଣ୍ଣ ସଫଳତା ମିଳିବ। ଆତ୍ମବିଶ୍ୱାସର ସହିତ ଆଗକୁ ବଢିବେ। ନୂତନ ସ୍ରୋତରୁ ଧନଲାଭର ଯୋଗ ରହିଛି। ବ୍ୟବସାୟୀମାନେ ମୋଟା ଅଙ୍କର ଲାଭ ରୋଜଗାର କରିବେ। କ୍ୟାରିୟରରେ ସଫଳତା ଲାଭ କରିବେ।

4/5

ମକର ରାଶି ମକର ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଜିର ଦିନଟି ବେଶ ସଫଳତାର ଦିନ ହେବାକୁ ଯାଉଛି। କର୍ମକ୍ଷେତ୍ରରେ ନିଜର ପ୍ରଦର୍ଶନକୁ ନେଇ ପ୍ରଶଂସିତ ହୋଇପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ପଦୋନ୍ନତି ସହିତ ଦରମା ବୃଦ୍ଧିର ଯୋଗ ରହିଛି। ଘରେ ସୁଖଶାନ୍ତି ବଜାୟ ରହିବ। ମନ ଖୁସି ରହିବ। 

5/5

ମୀନ ରାଶି ମୀନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ସକରାତ୍ମକ ହେବାକୁ ଯାଉଛି। ଆଜି ନୂଆ ବନ୍ଧୁଙ୍କୁ ଭେଟିପାରନ୍ତି। ଯାହା ଭବିଷ୍ୟତରେ ଅନେକ ଲାଭରେ ଆସିବ। ମନ ଶାନ୍ତ ରହିବ। କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ତ ଅଧିକାରୀଙ୍କ ଠାରୁ ପ୍ରଶଂସିତ ହେବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଅଟକିଥିବା ଧନ ଫେରିପାଇବେ। ଆତ୍ମବିଶ୍ୱାସର ସହିତ କାର୍ଯ୍ୟ କରିବେ। 

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ,ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।