Vaibhav Suryavanshi: ତେନ୍ଦୁଲକରଙ୍କୁ ରେକର୍ଡ ଭାଙ୍ଗିଲେ ବିହାରର ଏହି ଖେଳାଳି, କମ୍ ବୟସରେ ଡେବ୍ୟୁ କରି ରଚିଲେ ନୂଆ ଇତିହାସ
Advertisement
Article Detail0/zeeodisha/odisha2045685

Vaibhav Suryavanshi: ତେନ୍ଦୁଲକରଙ୍କୁ ରେକର୍ଡ ଭାଙ୍ଗିଲେ ବିହାରର ଏହି ଖେଳାଳି, କମ୍ ବୟସରେ ଡେବ୍ୟୁ କରି ରଚିଲେ ନୂଆ ଇତିହାସ

Vaibhav Suryavanshi: ରଣଜୀ ଟ୍ରଫିର ୨୦୨୪ ସିଜନ୍ ଆରମ୍ଭ ହୋଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ବିହାରର ବୈଭବ ସୂର୍ଯ୍ୟବନ୍ସିଙ୍କୁ ନେଇ ଅଧିକ ଚର୍ଚ୍ଚା ହେଉଛି। ସେ ସଚିନ ତେନ୍ଦୁଲକରଙ୍କଠାରୁ କମ୍ ବୟସରେ ପ୍ରଥମ ଶ୍ରେଣୀରେ ଡେବ୍ୟୁ କରିଛନ୍ତି। ସେ ଇଣ୍ଡିଆ ଅଣ୍ଡର-୨୦ ବି ପାଇଁ ମଧ୍ୟ ଖେଳି ସାରିଛନ୍ତି।

 

Vaibhav Suryavanshi

Ranji Trophy 2024: ରଣଜୀ ଟ୍ରଫିର ନୂଆ ସିଜିନ୍ ଆରମ୍ଭ ହୋଇଛି। ଭାରତୀୟ କ୍ରିକେଟ୍ ର ଅନେକ ବଡ଼ ନାମ ପଡ଼ିଆରେ ନଜର ଆସିଛନ୍ତି। କିନ୍ତୁ ବିହାରର ଯୁବ ଖେଳାଳି ବୈଭବ ସୂର୍ଯ୍ୟବନ୍ସିଙ୍କ ବିଷୟରେ ସବୁଠାରୁ ଅଧିକ ଆଲୋଚନା ହେଉଛି। ମାତ୍ର ୧୪ ବର୍ଷ ବୟସରେ ସେ ନିଜର ପ୍ରଥମ ଶ୍ରେଣୀ କ୍ରିକେଟରେ ଡେବ୍ୟୁ କରିଛନ୍ତି। ବିହାର ଦଳ ମୁମ୍ବାଇ ବିପକ୍ଷ ଘରୋଇ ଗ୍ରାଉଣ୍ଡ ମୋଇନୁଲ ହକି ଷ୍ଟାଡିୟମରେ ଖେଳୁଛି। ଏହି ମ୍ୟାଚରେ ବୈଭବ ତାଙ୍କର ଡେବ୍ୟୁ କ୍ୟାପ୍ ପାଇଥିଲେ। ପ୍ରଥମ ଶ୍ରେଣୀରେ ଡେବ୍ୟୁ କରିବା ସମୟରେ ସଚିନ ତେନ୍ଦୁଲକର ଠାରୁ ବୈଭବ ସାନ ଥିଲେ। ସଚିନ ୧୫ ବର୍ଷ ୨୩୨ ଦିନ ବୟସରେ ଡେବ୍ୟୁ କରିଥିଲେ।

କହିରଖୁଛୁ ଯେ ୧୯୪୨-୪୩ ରଣଜୀ ସିଜିନରେ, ଆଲିମୁଦ୍ଦିନ ୧୨ ବର୍ଷ ୭୩ ଦିନ ବୟସରେ ଡେବ୍ୟୁ କରି ସର୍ବକନିଷ୍ଠ ଡେବ୍ୟୁାଟାଣ୍ଟ ହୋଇଥିଲେ। ବରୋଦାସ୍ଥିତ ମହାରାଜା ପ୍ରତାପ ସିଂ କରୋନେସନ୍ ଜିମଖାନା ଷ୍ଟାଡିୟମରେ ବରୋଦା ବିପକ୍ଷରେ ରଣଜୀ ଟ୍ରଫି ସେମିଫାଇନାଲରେ ଅଜମେର ଜନ୍ମିତ ଆଲେମୁଦ୍ଦିନ ରାଜସ୍ଥାନ ପାଇଁ ଖେଳିଥିଲେ।

ସୂଚନାଯୋଗ୍ୟ ଯେ କୁଚ ବିହେରା ଟ୍ରଫିର ୨୨୩ ସଂସ୍କରଣରେ ସୁର୍ଯ୍ୟବନ୍ସି ବିହାର ପାଇଁ ଖେଳିଥିଲେ। ଝାଡଖଣ୍ଡ ବିପକ୍ଷ ଏକ ମ୍ୟାଚରେ ସେ ୨୨ଟି ଚୌକା ଓ ୩ଟି ଛକା ସହାୟତାରେ ସେ ୧୨୮ ବଲରେ ୧୫୧ ରନ୍ ସଂଗ୍ରହ କରିଥିଲେ। ସେ ସମାନ ମ୍ୟାଚ୍‌ରେ ୭୬ ରନ୍‌ର ଇନିଂସ ଖେଳିଥିଲେ।

ବିହାରର ସମସ୍ତିପୁର ଜିଲ୍ଲାର ତାଜପୁର ବ୍ଲକର ବାସିନ୍ଦା ବୈଭବ ଅଣ୍ଡର-୨୩ ମ୍ୟାଚରେ ବିହାର ଦଳ ପାଇଁ ଖେଳି ସେ ଭଲ ପ୍ରଦର୍ଶନ କରିଥିଲେ। ଆସାମରେ ଅନୁଷ୍ଠିତ ଶେଷ ଅଣ୍ଡର-୧୯ ବିନୁ ମାଙ୍କଡ ଟ୍ରଫି ପ୍ରତିଯୋଗିତାରେ ବିହାର ପାଇଁ ଖେଳୁଥିବାବେଳେ ବୈଭବ ବିଭିନ୍ନ ରାଜ୍ୟ ବିପକ୍ଷରେ ହାରାହାରି ୯୯.୭୦ ରେ ମୋଟ ୩୬୦ ରନ୍ ସଂଗ୍ରହ କରିଥିଲେ।

ଏହା ବ୍ୟତୀତ ସେ ହରିୟାଣା ବିପକ୍ଷରେ ୧୩୯ ରନ୍, ଆସାମ ବିପକ୍ଷରେ ୮୬, ଚଣ୍ଡିଗଡ଼ ବିପକ୍ଷରେ ୭୨, ଆନ୍ଧ୍ରପ୍ରଦେଶ ବିପକ୍ଷରେ ୬୯ ଓ ଜମ୍ମୁ କାଶ୍ମୀର ବିପକ୍ଷରେ ୫୯ ରନର ଇନିଂସ ଖେଳିଥିଲେ। ତାଙ୍କର ଏହି ଇନିଂସ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଗତ ଏକ ବର୍ଷ ମଧ୍ୟରେ ଜିଲ୍ଲା ଠାରୁ ରାଜ୍ୟ ସ୍ତରୀୟ ମ୍ୟାଚରେ ବୈଭବ ୧୦ରୁ ଅଧିକ 
ଶତକ ମାରି ସାରିଛନ୍ତି।