India vs Bangladesh ODI: Team Indiaକୁ ଶକ୍ତ ଝଟକା, ଦିନିକିଆର ଦିନକ ପୂର୍ବରୁ ହେଲା ବଡ଼ ପରିବର୍ତ୍ତନ
Advertisement

India vs Bangladesh ODI: Team Indiaକୁ ଶକ୍ତ ଝଟକା, ଦିନିକିଆର ଦିନକ ପୂର୍ବରୁ ହେଲା ବଡ଼ ପରିବର୍ତ୍ତନ

Umran Malik to replace Mohd Shami: ଚଳିତ ମାସେରେ ଟିମ ଇଣ୍ଡିଆ, ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ଜିତିବା ପରେ ଦିନିକିଆରେ ପରାସ୍ତ ହୋଇଛି। ଉଭୟ ଫର୍ମାଟର ୪ଟି ମ୍ୟାଚ ବର୍ଷାରେ ଧୋଇ ହୋଇଯାଇଥିଲା। ଗତ ଦୁଇଟି ସିରିଜରେ ଭଲ ଭାବେ ପ୍ରଦର୍ଶନ କରିବାକୁ ସୁଯୋଗ ପାଇନଥିବା ଭାରତୀୟ ଦଳ ଏବେ ବାଂଲାଦେଶ ଗସ୍ତରେ ଅଛନ୍ତି। 

India vs Bangladesh ODI: Team Indiaକୁ ଶକ୍ତ ଝଟକା, ଦିନିକିଆର ଦିନକ ପୂର୍ବରୁ ହେଲା ବଡ଼ ପରିବର୍ତ୍ତନ

India vs Bangladesh ODI, ନୂଆଦିଲ୍ଲୀ: ବାଂଲାଦେଶ ଗସ୍ତରେ ଥିବା ଟିମ ଇଣ୍ଡିଆକୁ ଶକ୍ତ ଝଟକା ଲାଗିଛି। ପ୍ରଥମ ଦିନିକିଆର ଦିନକ ପୂର୍ବରୁ ଚୂଡାନ୍ତ ଏକାଦଶର ବଡ ପରିବର୍ତ୍ତନ ହୋଇଛି। ଆହତ କାରଣରୁ ପେସ ବୋଲର ମହମ୍ମଦ ସାମି ଦଳରୁ ବାଦ ପଡିଛନ୍ତି। ତାଙ୍କ ସ୍ଥାନରେ ଉମରାନ ମଲିକଙ୍କୁ ସୁଯୋଗ ମିଳିଛି। ଚୟନ କମିଟି ତରଫରୁ ଏହି ନିଷ୍ପତ୍ତି ନିଆଯାଇଥିବା ବିସିସିଆଇ ସଚିବ ଜୟ ଶାହା ଶନିବାର ସୂଚନା ଦେଇଛନ୍ତି।

ରବିବାର ଠାରୁ ବାଂଲାଦେଶରେ ଘରୋଇ ଦଳ ଓ ଭାରତ ମଧ୍ୟରେ ଲଢେଇ ଆରମ୍ଭ ହେବ। ଉଭୟ ଦଳ ପ୍ରଥମେ ଦିନିକିଆ ଓ ପରେ ଟେଷ୍ଟ ସିରିଜ ଖେଳିବେ। କିନ୍ତୁ ପ୍ରଥମ ମ୍ୟାଚ ନ ଖେଳିବା ପୂର୍ବରୁ ଭାରତର ଆକ୍ରାମକ ବୋଲର ବାଂଲାଦେଶ ଗସ୍ତରୁ ବାଦ ପଡିଛନ୍ତି। ଶନିବାର ବିସିସିଆଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି। ବିଜ୍ଞପ୍ତିରେ କୁହାଯାଇଛି ଯେ, ବାଂଲାଦେଶ ବିପକ୍ଷ ଟେଷ୍ଟ ସିଜିର ପାଇଁ ଚାଲିଥିବା ଟ୍ରେନିଂ ବେଳେ ମହମ୍ମଦ ସାମି ଆହତ ହୋଇଛନ୍ତି। ସେ ବର୍ତ୍ତମାନ ବେଙ୍ଗାଲୁରୁସ୍ଥିତ NCAରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି।

Also Read: India vs Bangladesh ODI: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, ଏଠାରେ ସମ୍ପୂର୍ଣ୍ଣ ମାଗଣାରେ ଦେଖିପାରିବେ ସମସ୍ତ ମ୍ୟାଚ

ବିସିସିଆଇ ଏହା ମଧ୍ୟ କହିଛି ଯେ, ମହମ୍ମଦ ସାମି ଆହତ କାରଣରୁ ଆସନ୍ତା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ଉମରାନ ମଲ୍ଲିକଙ୍କୁ ଟିମରେ ନେବା ପାଇଁ ବରିଷ୍ଠ ଚୟନ କମିଟି ନିଷ୍ପତ୍ତି ନେଇଛି। ପେସ ବୋଲର ମଧ୍ୟ ଟ୍ୱିଟରରେ ଫଟୋ ସେୟାର କରି ସେ ଆହତ ଥିବା ସୂଚନା ଦେଇଛନ୍ତି। ସାମି କହିଛନ୍ତି ଯେ, ସେ ଆଘାତ ଠାରୁ ବହୁତ କିଛି ଶିଖିଛନ୍ତି ଓ ଅଧିକ ଶକ୍ତିଶାଳୀ ହୋଇ ଫେରିଛନ୍ତି। ତେବେ ଦିନିକିଆରୁ ବାଦ ପଡିଥିବା ସାମି, ଟେଷ୍ଟ ସିରିଜ ବେଳକୁ ଫେରିବାର ସମ୍ଭାବନା ଅଛି।

ଟିମ ଇଣ୍ଡିଆ ସ୍ୱାଡ୍

Rohit Sharma (C), KL Rahul (VC), Shikhar Dhawan, Virat Kohli, Rajat Patidar, Shreyas Iyer, Rahul Tripathi, Rishabh Pant (WK), Ishan Kishan (WK), Shahbaz Ahmed, Axar Patel, Washington Sundar, Shardul Thakur, Mohd. Siraj, Deepak Chahar, Kuldeep Sen, Umran Malik

ଭାରତ ବନାମ ବାଂଲାଦେଶ ସିରିଜ କେବେ ଓ କେଉଁଠି ଖେଳାଯିବ?

ପ୍ରଥମ ଦିନିକିଆ- ୪ ଡିସେମ୍ବର (ଢାକା)
ଦ୍ୱିତୀୟ ଦିନିକିଆ- ୭ ଡିସେମ୍ବର (ଢାକା)
ତୃତୀୟ ଦିନିକିଆ- ୧୦ ଡିସେମ୍ବର (ଛାଟୋଗାଁ)

Also Read: BCCI: ଏହି ପୂର୍ବ ଖେଳାଳୀ ହୋଇପାରନ୍ତି ଭାରତର ପରବର୍ତ୍ତୀ ମୁଖ୍ୟ ଚୟନ କର୍ତ୍ତା

ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମସ୍ତ ଦିନିକିଆ ଦିନ ସାଢେ ୧୧ଟାରେ ଆରମ୍ଭ ହେବ। ମ୍ୟାଚ୍ ଆରମ୍ଭ ହେବାର ଅଧ ଘଣ୍ଟା ପୂର୍ବରୁ ଟସ୍ ଅନୁଷ୍ଠିତ ହେବ।

ପ୍ରଥମ ଟେଷ୍ଟ- ୧୪ରୁ ୧୮ ଡିସେମ୍ବର (ଛାଟୋଗାଁ)
ଦ୍ୱିତୀୟ ଟେଷ୍ଟ- ୨୨ରୁ ୨୬ ଡିସେମ୍ବର (ଢାକା)

ଟେଷ୍ଟ ମ୍ୟାଚ ଗୁଡିକ ସକାଳ ୯ଟାରେ ଆରମ୍ଭ ହେବ। ଦୁଇଟି ସିରିଜରେ ମୋଟ ୫ଟି ମ୍ୟାଚ ହେବ, ଯାହାକୁ ଦୁଇଟି ଷ୍ଟାଡିୟମରେ ଖେଳାଯିବ।