T20 World Cup 2022 Semi Final: କେବଳ ପାକିସ୍ତାନ ନୁହେଁ, ଭାରତ ମଧ୍ୟ ସେମିଫାଇନାଲ ରେସରୁ ପଡ଼ିବ ବାଦ୍! ବଦଳିଯାଇଛି ସମୀକରଣ
Advertisement

T20 World Cup 2022 Semi Final: କେବଳ ପାକିସ୍ତାନ ନୁହେଁ, ଭାରତ ମଧ୍ୟ ସେମିଫାଇନାଲ ରେସରୁ ପଡ଼ିବ ବାଦ୍! ବଦଳିଯାଇଛି ସମୀକରଣ

T20 World Cup 2022 Semi Final: ଦକ୍ଷିଣ ଆଫ୍ରିକା ଭାରତୀୟ କ୍ରିକେଟ୍ ଦଳକୁ ୫ ୱିକେଟରେ ପରାସ୍ତ କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ଏହା ହେଉଛି ଭାରତୀୟ ଦଳର ପ୍ରଥମ ପରାଜୟ । ଏହି ମ୍ୟାଚ୍ ଅଷ୍ଟ୍ରେଲିଆର ପର୍ଥରେ ଖେଳା ଯାଇଥିଲା । ଏହି ପରାଜୟ ପରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଖେଳୁଥିବା ଦଳ ବର୍ତ୍ତମାନ ଗ୍ରୁପ-୨ରେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି । 

T20 World Cup 2022 Semi Final: କେବଳ ପାକିସ୍ତାନ ନୁହେଁ, ଭାରତ ମଧ୍ୟ ସେମିଫାଇନାଲ ରେସରୁ ପଡ଼ିବ ବାଦ୍! ବଦଳିଯାଇଛି ସମୀକରଣ

T20 World Cup 2022 Semi Final: କ୍ରିକେଟର ମହାକୁମ୍ଭ ଟି-20 ବିଶ୍ୱକପ ୨୦୨୨ର ସୁପର-୧୨ ପର୍ଯ୍ୟାୟର ମ୍ୟାଚ ଖେଳା ଯାଉଛି । ଏହା ପରେ ଏହି ପର୍ଯ୍ୟାୟର ଶ୍ରେଷ୍ଠ ୪ଟି ଦଳ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଖେଳାଯିବ । ଏହି ସମୟରେ ରବିବାର ଅର୍ଥାତ ଅକ୍ଟୋବର ୩୦ରେ ଟି-20 ବିଶ୍ୱକପ ୨୦୨୨ର ସୁପର-୧୨ ପର୍ଯ୍ୟାୟର ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତୀୟ କ୍ରିକେଟ୍ ଦଳକୁ ୫ ୱିକେଟରେ ପରାସ୍ତ କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ଏହା ହେଉଛି ଭାରତୀୟ ଦଳର ପ୍ରଥମ ପରାଜୟ । ଏହି ମ୍ୟାଚ୍ ଅଷ୍ଟ୍ରେଲିଆର ପର୍ଥରେ ଖେଳା ଯାଇଥିଲା । ଏହି ପରାଜୟ ପରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଖେଳୁଥିବା ଦଳ ବର୍ତ୍ତମାନ ଗ୍ରୁପ-୨ରେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି । 

ଚଳିତ ଟି-20 ବିଶ୍ୱକପରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ପର୍ଯ୍ୟନ୍ତ ୩ଟି ମ୍ୟାଚ୍ ଖେଳିଛି ଓ ସେଥିରୁ ୨ଟି ଜିତିଥିବାବେଳେ ଗୋଟିଏ ମ୍ୟାଚରେ ପରାସ୍ତ ହୋଇଛି । ଫଳରେ ଭାରତୀୟ ଦଳକୁ ୪ ପଏଣ୍ଟ ମିଳିଛି । ଏଥି ସହିତ ସମାନ ସଂଖ୍ୟକ ମ୍ୟାଚ ଖେଳି ୫ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ଶୀର୍ଷରେ ରହିଛି । ଏଭଳି ପରିସ୍ଥିତିରେ ସେମିଫାଇନାଲରେ ପହଞ୍ଚିବାର ସମୀକରଣ ମଧ୍ୟ ବଦଳି ଯାଇଛି । ପର୍ଥରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୩୩ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୫ ୱିକେଟ୍ ହରାଇ ଦୁଇଟି ବଲ ବାକି ରହିଥିବାବେଳେ ଏହି ଲକ୍ଷ୍ୟ ହାସଲ କରିନେଇଥିଲା । ୧୭୦ର ଷ୍ଟ୍ରାଇକ୍ ହାରରେ ଖେଳି ସୂର୍ଯ୍ୟକୁମାର ଯାଦବ ୪୦ ବଲରେ ୬ଟି ଚୌକା ଓ ୩ଟି ଛକା ମାରି ୬୮ ରନ୍ ସ୍କୋର କରିଥିଲେ । 

ସେପଟେ ଲୁଙ୍ଗି ଇଙ୍ଗିଡି ୪ଟି ୱିକେଟ୍ ନେଇ ପ୍ଲେୟର ଅଫ୍ ଦି ମ୍ୟାଚ୍ ଭାବରେ ଚୟନିତ ହୋଇଥିଲେ । ଦକ୍ଷିଣ ଆଫ୍ରିକା ପାଇଁ ଆଡନ୍ ମାର୍କ୍ରାମ ୫୨ ରନ୍ କରିଥିଲେ ଓ ଡେଭିଡ ମିଲର ୪୬ ବଲରେ ୫୯ ରନର ଅପରାଜିତ ଇନିଂସ ଖେଳିଥିଲେ । ଏହି ସମୟରେ ସେ ୪ଟି ଚୌକା ଓ ୩ଟି ଛକା ମାରିଥିଲେ । ପେସର୍ ଅର୍ଶଦୀପ ସିଂ ୨ଟି ୱିକେଟ୍ ନେଇଥିଲେ । ତେମ୍ବା ବାଭୁମାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଦଳର ସେମିଫାଇନାଲରେ ପହଞ୍ଚିବା ପ୍ରାୟ ନିଶ୍ଚିତ ।  ଦକ୍ଷିଣ ଆଫ୍ରିକା ୩ଟି ମ୍ୟାଚରୁ ୫ ପଏଣ୍ଟ ହାସଲ କରିଛି । ଦଳର ନେଟ ରନ୍ ରେଟ୍ ମଧ୍ୟ ୨.୭୭୨ ରହିଛି । ଏହି ଦଳକୁ ପାକିସ୍ତାନ ଓ ନେଦରଲ୍ୟାଣ୍ଡ ବିପକ୍ଷରେ ଗୋଟିଏ ଗୋଟିଏ ମ୍ୟାଚ୍ ଖେଳିବା ବାକି ରହିଛି । ଏହି ଦୁଇଟି ମ୍ୟାଚ୍ ମଧ୍ୟରୁ ଗୋଟିଏ ଜିତିବା ବି ଦକ୍ଷିଣ ଆଫ୍ରିକା ୭ ପଏଣ୍ଟ ପାଇବ, ଯାହାଦ୍ୱାରା ସେମିଫାଇନାଲରେ ସ୍ଥାନ ନିଶ୍ଚିତ ହୋଇଯିବ । 

ସେପଟେ ଯଦି ବାଂଲାଦେଶ ଓ ଜିମ୍ବାୱେ ଉଭୟ ଅବଶିଷ୍ଟ ମ୍ୟାଚ୍ ଜିତନ୍ତି ତେବେ ସେମାନେ ଯଥାକ୍ରମେ ୭ ଓ ୮ ପଏଣ୍ଟ ହାସଲ କରିବେ । ଫଳରେ ଗ୍ରୁପ-୨ର ସେମିଫାଇନାଲ ରେସ୍ ରୋଚକ ହୋଇଯିବ । ଏହି ସମୟରେ ସମସ୍ତଙ୍କ ନଜର ଟିମ୍ ଇଣ୍ଡିଆ ଉପରେ ରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଦଳର ପରାଜୟ ପରେ ଆଗକୁ କ’ଣ ସମ୍ଭାବନା ରହିଛି? ଦକ୍ଷିଣ ଆଫ୍ରିକା ଠାରୁ ଭାରତ ହାରିବାର ଅର୍ଥ ହେଉଛି ସେମିଫାଇନାଲରେ ପହଞ୍ଚିବା ପାଇଁ ଦଳକୁ ନିଜର ଶେଷ ୨ ମ୍ୟାଚ୍ ଜିତିବାକୁ ପଡିବ । ଯଦି ଦଳ ବାଂଲାଦେଶକୁ ପରାସ୍ତ କରେ, କିନ୍ତୁ ଜିମ୍ବାୱେ ଠାରୁ ପରାଜିତ ହୁଏ । ତେବେ ଉଭୟ ଜିମ୍ବାୱେ ଓ ଦକ୍ଷିଣ ଆଫ୍ରିକା ୭ କିମ୍ବା ଅଧିକ ପଏଣ୍ଟ ସହ ଭାରତ ଠାରୁ ଉପରେ ଉଠିଯିବେ । ଯଦି ଭାରତ ଜିମ୍ବାୱେକୁ ପରାସ୍ତ କରେ, କିନ୍ତୁ ବାଂଲାଦେଶ ଠାରୁ ହାରି ଯାଏ । ତେବେ ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ପଏଣ୍ଟ ଟେବୁଲରେ ଭାରତକୁ ଅତିକ୍ରମ କରି ପାରେ । ବର୍ତ୍ତମାନ ବୁଧବାର ଅର୍ଥାତ ନଭେମ୍ୱର ୨ରେ ୭୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଦିନ ଭାରତ ଓ ବାଂଲାଦେଶ ମୁହାଁମୁହିଁ ହେବ । ତେଣୁ ପାଗ ଉପରେ ମଧ୍ୟ ନଜର ରହିବ ।

ସେହିପରି ଜିମ୍ବାୱେ ଦଳ ପାଖରେ ଏବେବି ସୁଯୋଗ ଅଛି । ଦଳକୁ ୩ଟି ମ୍ୟାଚରୁ ୩ ପଏଣ୍ଟ ମିଳିଛି । କିନ୍ତୁ ନେଟ୍ ରନ୍ ରେଟ୍ ହେଉଛି -0.050 । ସେମିଫାଇନାଲ ରେସରେ ରହିବାକୁ ଜିମ୍ବାୱେକୁ ଅବଶିଷ୍ଟ ମ୍ୟାଚ୍ ଜିତିବାକୁ ପଡ଼ିବ । ଯଦି ଦଳ ନେଦରଲ୍ୟାଣ୍ଡକୁ ପରାସ୍ତ କରିବ ଓ ଭାରତ ଠାରୁ ହାରିବ, ତେବେ ତା ପାଖରେ ମାତ୍ର ପାଞ୍ଚ ପଏଣ୍ଟ ରହିବ । ଯାହା ନିଶ୍ଚିତ ଭାବେ ଯଥେଷ୍ଟ ହେବ ନାହିଁ । ନେଦରଲ୍ୟାଣ୍ଡ ଏପର୍ଯ୍ୟନ୍ତ ଖାତା ଖୋଲି ନାହିଁ ଓ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଛି ।

ଏଠାରେ କହି ରଖୁଛୁ ଯେ, ଶାକିବ ଅଲ ହାସନଙ୍କ ନେତୃତ୍ୱରେ ବାଂଲାଦେଶ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳିଛି ଓ ଭାରତ ପଏଣ୍ଟ ତାଲିକାରେ ୪ ଅଙ୍କ ସହ ସମାନ ସ୍ଥିତିରେ ରହିଛି । କେବଳ ନେଟ୍ ରନ୍ ରେଟ୍  (-1.533) ଦୃଷ୍ଟିରୁ ବାଂଲାଦେଶ ପଛରେ ଅଛି । ବାଂଲାଦେଶ ଏପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳି ନାହିଁ । ଏହି ଦଳ ପାଇଁ ଉଭୟ ଟିମ ବିରୋଧରେ ମ୍ୟାଚ୍ ସହଜ ହେବ ନାହିଁ । ଏହି ଦଳକୁ ସେମିଫାଇନାଲର ରେସରେ ରହିବାକୁ ଅତିକମରେ ଗୋଟିଏ ମ୍ୟାଚ୍ ଜିତିବାକୁ ପଡ଼ିବ । ଯଦି ଦଳ ଉଭୟ ମ୍ୟାଚ୍ ଜିତେ ତେବେ ତାର ଆଠ ପଏଣ୍ଟ ହୋଇଯିବ । ଫଳରେ ଦଳ ସିଧାସଳଖ ସେମିଫାଇନାଲରେ ସ୍ଥାନ ପାଇବ ।

ଅଧିକ ପଢ଼ନ୍ତୁ:-ଘରେ ହେବ ସୁଖ-ସମୃଦ୍ଧି ଓ ଧନର ବର୍ଷା, ଆଜି ହିଁ ଅଗଣାରେ ଲଗାନ୍ତୁ ଏସବୁ ଗଛ

ଅଧିକ ପଢ଼ନ୍ତୁ:-୬୦ ହଜାର ଦର୍ଶକ...ଆଉ ପର୍ଥ ଷ୍ଟାଡିୟମରେ ଦେଖାଦେଲା ନୀରବତା...ବିରାଟ କୋହଲିଙ୍କ ଦ୍ୱାରା ହୋଇଗଲା ଏକ ବଡ଼ ଭୁଲ

ଅଧିକ ପଢ଼ନ୍ତୁ:-ରୋହିତ ଶର୍ମା ଟି-20 ବିଶ୍ୱକପରେ କଲେ ବିଶ୍ୱ ରେକର୍ଡ, ଅନେକ ଦିଗଜକୁ ପଛରେ ପକାଇ ରଚିଲେ ଇତିହାସ

ପାକିସ୍ତାନ ପାଖରେ ଏବେବି ସେମିଫାଇନାଲରେ ପ୍ରବେଶ କରିବାକୁ ସୁଯୋଗ ଅଛି । କିନ୍ତୁ ବହୁତ କମ୍ ସମ୍ଭାବନା ସହ । ବାବର ଆଜମଙ୍କ ଅଧିନାୟକତ୍ୱରେ ଦଳ ଏପର୍ଯ୍ୟନ୍ତ ୩ଟି ମ୍ୟାଚରୁ ୨ ପଏଣ୍ଟ ହାସଲ କରିଛି । ପାକିସ୍ତାନ ଦଳର ନେଟ୍ ରନ୍ ରେଟ୍ ହେଉଛି 0.765 । ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ବିଜୟ ନିଶ୍ଚିତ ଭାବେ ପାକିସ୍ତାନକୁ ଏକ ଝଟକା ଦେଇଛି । ପାକିସ୍ତାନ ସର୍ବାଧିକ ୬ ପଏଣ୍ଟ ହାସଲ କରିପାରିବ । ଯଦି ଦକ୍ଷିଣ ଆଫ୍ରିକା ନେଦରଲ୍ୟାଣ୍ଡକୁ ପରାସ୍ତ କରେ ତେବେ ଦଳର ୭ ପଏଣ୍ଟ ହୋଇଯିବ । ଯଦି ଭାରତ ଅବଶିଷ୍ଟ ଦୁଇଟି ମ୍ୟାଚ୍ ମଧ୍ୟରୁ ଗୋଟିଏ ମ୍ୟାଚରେ ପରାଜିତ ହୁଏ ତେବେ ଦଳର ପଏଣ୍ଟ ୬ ରହିବ । ଫଳରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ନେଟ ରନ୍ ରେଟ୍ ଲଢ଼େଇ ଦେଖାଦେଇପାରେ ।