ମାତ୍ର ୨୦ ମିନିଟରେ ଫର୍ମ ଫେରିପାଇବେ କୋହଲି: ସୁନିଲ ଗାଭାସ୍କର
Advertisement
Article Detail0/zeeodisha/odisha1263668

ମାତ୍ର ୨୦ ମିନିଟରେ ଫର୍ମ ଫେରିପାଇବେ କୋହଲି: ସୁନିଲ ଗାଭାସ୍କର

 
ବିରାଟ କୋହଲିଙ୍କର ଖରାପ ଫର୍ମକୁ ନେଇ ମୁହଁ ଖୋଲିଛନ୍ତି ଲିଟିଲ୍ ମାଷ୍ଟର୍। କୋହଲିଙ୍କର ଖରାପ ଫର୍ମ କେଉଁଥିପାଇଁ ହୋଇଛି ଏବଂ ସେ କାହିଁକି ଖେଳି ପାରୁନାହାନ୍ତି,ସେ ବିଷୟରେ ଜାଣିଥିବା କହିଛନ୍ତି ମହାନ୍ କ୍ରିକେଟର ସୁନିଲ ଗାଭାସ୍କର। ତାଙ୍କୁ ଯଦି ୨୦ ମିନିଟ୍ ସମୟ ଦିଆଯିବ,ତେବେ ତାଙ୍କ ପାଖରେ ଥିବା ଜ୍ଞାନ ସାହାଯ୍ୟରେ ଭଲ ଫର୍ମକୁ କୋହଲିଙ୍କୁ ଫେରାଇ ଆଣିପାରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।  
 

 

 ମାତ୍ର ୨୦ ମିନିଟରେ ଫର୍ମ ଫେରିପାଇବେ କୋହଲି: ସୁନିଲ ଗାଭାସ୍କର

ମୁମ୍ୱାଇ: ବିରାଟ କୋହଲି(Virat Kohli)ଙ୍କ ଖରାପ ଫର୍ମକୁ ନେଇ ସମସ୍ତେ ନିରାଶ । ଫ୍ୟାନ୍‌ ମାନଙ୍କ ଠାରୁ ଆରମ୍ଭ କରି ଚୟନ କର୍ତ୍ତାଙ୍କ ପର୍ଯ୍ୟନ୍ତ,ସମସ୍ତଙ୍କୁ ନିରାଶ କରୁଛନ୍ତି କୋହଲି । ବିଗତ ଦୁଇ ବର୍ଷରୁ ଅଧିକ ହେବ ସେ ଖରାପ ଫର୍ମ ଭିତରେ ଗତି କରୁଛନ୍ତି । ରନ୍ ମେସିନ ଭାବରେ ଜଣାଶୁଣା କୋହଲି ମ୍ୟାଚ୍‌ରେ ଶତକ ତ ଦୂରର କଥା ଅଧିକାଂଶ ମ୍ୟାଚ୍‌ରେରେ ଅର୍ଦ୍ଧଶତକ ବି ହାସଲ କରିବାରେ ସକ୍ଷମ ହୋଇନାହାନ୍ତି । ଯାହାଫଳରେ ତାଙ୍କୁ ଅନେକ ସମାଲୋଚନାର ସାମ୍ନା କରିବାକୁ ପଡ଼ୁଛି । ବିଶେଷଜ୍ଞ ମାନେ ମଧ୍ୟ କୋହଲିଙ୍କ ସ୍ଥାନରେ ଅନ୍ୟ ଖେଳାଳିଙ୍କୁ ଖେଳାଇବାକୁ ପରାମର୍ଶ ଦେଉଛନ୍ତି । ବିରାଟଙ୍କର ଏପରି ଅସମୟରେ କେହି ସହାୟତା କରିନଥିବାବେଳେ ତାଙ୍କୁ ସହଯୋଗର ହାତ ବଢ଼େଇବାକୁ ଆଗେଇ ଆସିଛନ୍ତି କିମ୍ବଦନ୍ତି କ୍ରିକେଟର ସୁନୀଲ ଗାଭାସ୍କର(Sunil Gavaskar) ।

ତେବେ ବିରାଟଙ୍କ ଆଗରେ ଅନେକ ସମସ୍ୟା ଦେଖିବାକୁ ମିଳିଥିଲା ଯେମିତିକି...

  • ନିକଟରେ ସମାପ୍ତ ହୋଇଥିବା ଇଁଲଣ୍ଡ ଗସ୍ତପାଇଁ ବିରାଟଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା।
  • ଗାଭାସ୍କର ଅଫ୍ ଷ୍ଟମ୍ପ ଲାଇନ ସହିତ କୋହଲିଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ।
  • ନଭେମ୍ବର ୨୦୧୯ ରୁ ଆଜି ପର୍ଯ୍ୟନ୍ତ କୋହଲି କୌଣସି ଅନ୍ତଃରାଷ୍ଟ୍ରୀୟ ଶତକ ହାସଲ କରିନାହାନ୍ତି।

ଭାରତର କିମ୍ୱନ୍ଦନ୍ତୀ କ୍ରିକେଟର ସୁନିଲ ଗାଭାସ୍କର କହିଛନ୍ତି ଯେ,କୋହଲିଙ୍କୁ ତାଙ୍କର ଖରାପ ଫର୍ମରୁ ବାହାର କରିବାପାଇଁ ସେ ପ୍ରସ୍ତୁତ ଅଛନ୍ତି । ଖେଳର ସମସ୍ତ ଫର୍ମାଟ୍ ରେ ଷ୍ଟାର ବ୍ୟାଟ୍ସମ୍ୟାନଙ୍କ ଫର୍ମରେ କେଉଁଥିପାଇଁ ବାଧା ସୃଷ୍ଟି ହୋଇଥାଏ ସେ ବିଷୟରେ ସେ ଅବଗତ ଥିବା କହିଛନ୍ତି, । ଗାଭାସ୍କର କହିଛନ୍ତି ଯେ ତାଙ୍କ ଇନପୁଟଗୁଡିକ କୋହଲିଙ୍କୁ ଖରାପ ଫର୍ମରୁ ବାହାରକୁ ଆଣିବାରେ ସାହାଯ୍ୟ କରିପାରିବ । ଇଂଲଣ୍ଡ(England)ରେ ଭାରତର ୨-୧ ଦିନିକିଆ ସିରିଜ ଜିତିବାର ଗୋଟିଏ ଦିନ ପରେ ସୁନୀଲ ଗାଭାସ୍କର କହିଛନ୍ତି ଯେ ବିରାଟ କୋହଲିଙ୍କ ସହ ତାଙ୍କୁ ୨୦ ମିନିଟ ସମୟ ଦରକାର, ଯାହା ଫଳରେ ସେ ଷ୍ଟାର ବ୍ୟାଟ୍ସମ୍ୟାନଙ୍କୁ ଖରାପ ଫର୍ମରୁ ଫେରାଇ ଆଣିପାରିବେ । ବିଗତ ଦିନରେ ବିରାଟ କୋହଲି କରିଥିବା ସଂଘର୍ଷ ବିଷୟରେ ବଖାଣିବା ସହ ଗାଭାସ୍କର କହିଛନ୍ତି ଯେ, ସ୍କୋର ଫର୍ମକୁ ଫେରିବା ପାଇଁ ଚିନ୍ତା ତାଙ୍କ ଫର୍ମକୁ ଆହୁରି ଖରାପ କରିଦେଇଛି । ଏହି ଷ୍ଟାର କ୍ରିକେଟର ନିକଟରେ ଶେଷ ହୋଇଥିବା ଦିନିକିଆ ସିରିଜରେ ୨ ଟି ମ୍ୟାଚରୁ ମାତ୍ର ୩୩ ରନ୍ ଏବଂ ୨ ଟି -20 ରେ ମାତ୍ର ୧୨ ରନ୍ ସ୍କୋର୍ କରିଥିଲେ । ବିରତିରୁ ଫେରିଲା ପରେ ଆଶାଥିଲା ବହୁ ପ୍ରତୀକ୍ଷିତ ବର୍ମିଂହାମ ଟେଷ୍ଟ(Birmingham Test)ପାଇଁ । ହେଲେ କୋହଲି  ୨ ଇନିଂସରେ ମାତ୍ର ୩୧ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲେ ।