PAK vs ENG: ରୁଷି ଗଲେ ପାକିସ୍ତାନ ଖେଳାଳି, ଅଭିମାନରେ ହାତ ବି ମିଳାଇଲେନି, ଅପଦସ୍ତ ହେଲେ ଇଂଲଣ୍ଡର ଏହି ଖେଳାଳି
Advertisement

PAK vs ENG: ରୁଷି ଗଲେ ପାକିସ୍ତାନ ଖେଳାଳି, ଅଭିମାନରେ ହାତ ବି ମିଳାଇଲେନି, ଅପଦସ୍ତ ହେଲେ ଇଂଲଣ୍ଡର ଏହି ଖେଳାଳି

PAK vs ENG: ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ପାକିସ୍ତାନ ଜବରଦସ୍ତ ଆରମ୍ଭ କରିଥିଲା। ଟିମ ଚତୁର୍ଥ ଦିନରେ ୪ଟି ଓ୍ୱିକେଟ ବିନିମୟରେ ୧୯୮ ରନରୁ ଖେଳ ଆରମ୍ଭ କରିଥିଲା। ଏହା ପରେ ଦଳୀୟ ସ୍କୋର ୨୫୫ ବେଳେ ଇମାମ ଉଲ ହକଙ୍କ ଓ୍ୱିକେଟ ଭାବେ ଦଳର ପଞ୍ଚମ କ୍ଷତି ହୋଇଥିଲା।

PAK vs ENG: ରୁଷି ଗଲେ ପାକିସ୍ତାନ ଖେଳାଳି, ଅଭିମାନରେ ହାତ ବି ମିଳାଇଲେନି, ଅପଦସ୍ତ ହେଲେ ଇଂଲଣ୍ଡର ଏହି ଖେଳାଳି

PAK vs ENG:  ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷରେ କ୍ରମାଗତ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ବିଜୟ ହାସଲ କରିଛି। ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ୨୬ ରନରେ ଜିତିଥିଲା। ଏହି ବିଜୟ ସହିତ ଇଂଲଣ୍ଡ ସିରିଜ୍ ଜିତି ୨-୦ ଆଗୁଆ ରହିଛି। ଏହି ମ୍ୟାଚରେ ପାକିସ୍ତାନ ବିଜୟ ଦ୍ୱାରରେ ରହିଥିଲା। କିନ୍ତୁ ଇଂଲଣ୍ଡର ବୋଲମାନେ ଶେଷ ମୁହୂର୍ତ୍ତରେ ମ୍ୟାଚର ଫଳାଫଳକୁ ବଦଳାଇ ଦେଇଥିଲେ। ଦ୍ୱିତୀୟ ଇନିଂସରେ ଇଂଲଣ୍ଡର ବୋଲର ମାର୍କ ଉଡ଼ ଜବରଦସ୍ତ ଶାଣିତ ବୋଲିଂ କରିଥିବା ଦେଖିବାକ ମିଳିଥିଲା। ସେ ୪ଟି ଓ୍ୱିକେଟ ହାତେଇ ପାକିସ୍ତାନର ବିଜୟ ସ୍ବପ୍ନକୁ ଚୁରମାର କରିଦେଇଥିଲେ। ୩୫୫ ରନର ପିଛା କରି ପାଳି ଆରମ୍ଭ କରିଥିବା ପାକିସ୍ତାନ ମାତ୍ର ୩୨୮ ରନରେ ଅଲଆଉଟ ହୋଇ ପରାଜୟର ସମ୍ମୁଖିନ ହୋଇଥିଲା। 

 

ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ପାକିସ୍ତାନ ଜବରଦସ୍ତ ଆରମ୍ଭ କରିଥିଲା। ଟିମ ଚତୁର୍ଥ ଦିନରେ ୪ଟି ଓ୍ୱିକେଟ ବିନିମୟରେ ୧୯୮ ରନରୁ ଖେଳ ଆରମ୍ଭ କରିଥିଲା। ଏହା ପରେ ଦଳୀୟ ସ୍କୋର ୨୫୫ ବେଳେ ଇମାମ ଉଲ ହକଙ୍କ ଓ୍ୱିକେଟ ଭାବେ ଦଳର ପଞ୍ଚମ କ୍ଷତି ହୋଇଥିଲା। ଏହା ପରେ ଧୀରେ ଧୀରେ ୩୧୯ ରନ୍ ବେଳକୁ ଦଳ ୯ଟି ୱିକେଟ୍ ହରାଇ ସାରିଥିଲା। ଏଥି ସହିତ ଦଳର ଶେଷ ୱିକେଟ୍ ପୂର୍ବରୁ ଇଂଲଣ୍ଡର ଅଧିନାୟକ ବେନ୍ ଷ୍ଟୋକ୍ସ ଏବଂ ମହମ୍ମଦ ଅଲିଙ୍କ ମଧ୍ୟରେ କିଛି ଯୁକ୍ତିତର୍କ ହୋଇଥିଲା। ଏହି ଯୁକ୍ତିତର୍କରୁ ଜଣାପଡିଛି ଯେ ମହମ୍ମଦ ଅଲି ଷ୍ଟୋକ୍ସଙ୍କ ସହ ହାତ ମିଳାଇବାକୁ ମନା କରି ଦେଇଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଭୟଙ୍କର ଭାଇରାଲ ହେବାରେ ଲାଗିଛି।

ସୂଚନା ଯୋଗ୍ୟ ପାକିସ୍ତାନର ଶେଷ ଓ୍ୱିକେଟ ଭାବେ ଅଲ୍ଲିଙ୍କ ଓ୍ୱିକେଟ ହାସଲ କରିଥିଲା ଇଂଲଣ୍ଡ। ମହମ୍ମଦ ଅଲି ତାଙ୍କ ୱିକେଟ୍ ପାଇଁ DRS ନେବାକୁ ନିଷ୍ପତ୍ତି ନେଇଥିଲେ। DRS ସମୟରେ ଅନ୍ତିମ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିଲା। ଏହି ସମୟରେ ଇଂଲଣ୍ଡ ଅଧିନାୟକ ବିଜୟ ଆନନ୍ଦରେ ମହମ୍ମଦ ଅଲିଙ୍କ ସହ ହାତ ମିଳାଇବାକୁ ଆଗେଇ ଆସିଥିଲେ, କିନ୍ତୁ ଅଲି ଷ୍ଟୋକ୍ସଙ୍କ ସହ ହାତ ମିଳାଇ ନଥିଲେ। ଦୁହିଁଙ୍କ ମଧ୍ୟରେ କିଛି ବାର୍ତ୍ତାଳାପ ହୋଇଥିଲା। ଏହା ପରେ ଷ୍ଟୋକ୍ସ ଫେରିଗଲେ। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ଆସିବା ପରେ ଉଭୟ ଦଳ ପାରମ୍ପରିକ ଭାବରେ ପରସ୍ପର ସହ ହାତ ମିଳାଇଥିଲେ।