IND vs AFG: ଆଫଗାନିସ୍ତାନ ସିରିଜରୁ ଟି-୨୦ କ୍ରିକେଟକୁ ଫେରିବେ ରୋହିତ, ବିଶ୍ୱକପରେ ନେବେ ଟିମ୍ ଇଣ୍ଡିଆର ନେତୃତ୍ୱ!
Advertisement
Article Detail0/zeeodisha/odisha2039729

IND vs AFG: ଆଫଗାନିସ୍ତାନ ସିରିଜରୁ ଟି-୨୦ କ୍ରିକେଟକୁ ଫେରିବେ ରୋହିତ, ବିଶ୍ୱକପରେ ନେବେ ଟିମ୍ ଇଣ୍ଡିଆର ନେତୃତ୍ୱ!

IND vs AFG: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ୧୧ ରୁ ୧୭ ଜାନୁଆରୀ ମଧ୍ୟରେ ଖେଳାଯିବ। ଟି-୨୦ ବିଶ୍ୱକପ ପୂର୍ବରୁ ଏହା ହେଉଛି ଭାରତର ଶେଷ ଟି-୨୦ ସିରିଜ୍।

 

IND vs AFG T20 Series

IND vs AFG T20 Series: ଭାରତୀୟ ଅଧିନାୟକ ରୋହିତ ଶର୍ମା (Rohit Sharma) ଏକ ବର୍ଷର ବିରତି ପରେ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ସେ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ଟିମ୍ ଇଣ୍ଡିଆକୁ ଫେରିବେ। ଯଦି ରୋହିତ ଏହି ସିରିଜରେ ଫେରିନ୍ତି, ତେବେ ଏହାର ସ୍ପଷ୍ଟ ଅର୍ଥ ହେଉଛି ଟି-୨୦ ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆର ତାଙ୍କୁ ଦଳର ନେତୃତ୍ବ ଦେବାକୁ ବିସିସିଆଇ (BCCI) ପ୍ରସ୍ତୁତ ହେଉଛି।

ଇନସାଇଡ୍ ସ୍ପୋର୍ଟସର ଏକ ରିପୋର୍ଟ ଅନୁଯାୟୀ ରୋହିତ ଶର୍ମା ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ଭାରତୀୟ ଦଳର ଅଧିନାୟକ ହେବେ। ବିସିସିଆଇର ଜଣେ ଅଧିକାରୀଙ୍କ ଅନୁଯାୟୀ ଏହି ରିପୋର୍ଟରେ ଏହା ମଧ୍ୟ ଲେଖାଯାଇଛି ଯେ 'ରୋହିତ ଶର୍ମାଙ୍କ ସହ ଆମର ଦୀର୍ଘ ଦିନ ଧରି ଆଲୋଚନା ହୋଇଛି ଓ ସେ ଟି-୨୦ ବିଶ୍ୱକପରେ ଅଧିନାୟକତ୍ୱ ଗ୍ରହଣ କରିବାକୁ ପ୍ରସ୍ତୁତ।'

୧୧ ଜାନୁଆରୀରୁ ଆରମ୍ଭ ହେବ ଆଫଗାନିସ୍ତାନ ସିରିଜ୍ 
ଦକ୍ଷିଣ ଆଫ୍ରିକା ସହିତ ଟେଷ୍ଟ ସିରିଜ୍ ପରେ ତୁରନ୍ତ ଭାରତୀୟ ଦଳକୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବାକୁ ପଡିବ। ଟି-୨୦ ବିଶ୍ୱକପ ପୂର୍ବରୁ ଏହା ଟିମ୍ ଇଣ୍ଡିଆର ଶେଷ ଟି-୨୦ ସିରିଜ୍। ଏଭଳି ପରିସ୍ଥିତିରେ ବିଶ୍ୱକପ ପାଇଁ ଦଳ ମିଶ୍ରଣ ସହିତ ଅନ୍ୟାନ୍ୟ ଜିନିଷ ଚେଷ୍ଟା କରିବା ପାଇଁ ଭାରତ ପାଇଁ ଏହା ଶେଷ ସୁଯୋଗ ହେବ। ଏହି ସିରିଜଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।

ରୋହିତଙ୍କ ପ୍ରତ୍ୟାବର୍ତ୍ତନ ଉପରେ କାହିଁକି ଥିଲା ସନ୍ଦେହ?
ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱାସ କରାଯାଉଥିଲା ଯେ ରୋହିତ ଶର୍ମା ଆଫଗାନିସ୍ତାନ ସିରିଜର ଏକ ଅଂଶ ହୋଇପାରିବେ ନାହିଁ। ଦାବି ମଧ୍ୟ କରାଯାଉଥିଲା ଯେ ରୋହିତ ଟି-୨୦ ବିଶ୍ୱକପ ୨୦୨୪ ରେ ମଧ୍ୟ ରହିବେ ନାହିଁ। ଗତ ଟି-୨୦ ବିଶ୍ୱକପ ପରଠାରୁ ରୋହିତ କୌଣସି ଟି-୨୦ ଇଣ୍ଟରନ୍ୟାସନାଲ୍ ମ୍ୟାଚରେ ଅଂଶ ହୋଇ ନ ଥିବାରୁ ଏଭଳି କଳ୍ପନାଜଳ୍ପନା କରାଯାଉଥିଲା। ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଦାବି ମଧ୍ୟ ଏହାର ଏକ ବଡ଼ କାରଣ ଥିଲା। ଏଭଳି ପରିସ୍ଥିତିରେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ବରିଷ୍ଠ ଖେଳାଳିଙ୍କୁ ଗୋଟିଏ କିମ୍ବା ଦୁଇଟି କ୍ରିକେଟ୍ ଫର୍ମାଟରେ ସୀମିତ ରଖିବାକୁ ବିସିସିଆଇ ଚାପରେ ରହିଛି।

ବିଶ୍ୱକପ ୨୦୨୩ ପରେ ଏକ ବୈଠକରେ ରୋହିତ ଶର୍ମା ଟି-୨୦ ବିଶ୍ୱକପ ସମ୍ପର୍କରେ ବିସିସିଆଇ ଅଧିକାରୀଙ୍କ ସହ ସ୍ପଷ୍ଟ ଆଲୋଚନା କରିଥିଲେ। ରୋହିତ ସ୍ପଷ୍ଟ ଭାବରେ ପଚାରିଥିଲେ ଯେ ସେ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ବିସିସିଆଇର ଯୋଜନାରେ ଅନ୍ତର୍ଭୁକ୍ତ ହେବେ କି? ଏହାକୁ ନେଇ କୋଚ୍ ରାହୁଲ ଦ୍ରାବିଡ ଓ ଚୟନକର୍ତ୍ତାଙ୍କ ସମେତ ବିସିସିଆଇର ଅଧିକାରୀମାନେ ଏଥିରେ ସହମତ ହୋଇଥିଲେ।